ମ.ରାମପୁର,୧୯/୦୧(ମସୀହା): ମ.ରାମପୁର ବ୍ଲକ ଅନ୍ତର୍ଗତ ବମକ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ରଖିବା ପାଇଁ ଗ୍ରାମବାସୀ ସ୍କୁଲ ସମ୍ମୁଖ ଗେଟରେ ତାଲା ମାରି ଧାରଣ ରେ ବସିଛନ୍ତି l ଏନେଇ ଗ୍ରାମବାସୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ସ୍କୁଲ ର ନୂତନ କମିଟି ଗଠନ କରାଯିବା ମଧ୍ୟ ସେମାନଙ୍କ ଦାବି ରହିଛି l ସ୍କୁଲ ର ୧୧ ବସ୍ତା ଚାଉଳ ଚୋରି ହୋଇଛି l ଖୋଦ୍ ସ୍କୁଲ ର ପରିଚାଳନା କମିଟି ର ସଭାପତି ଚାଉଳ ଚୋରି କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ତୁରଂତ ତଦନ୍ତ କରି ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ ରାଜ ରାସ୍ତାରେ ଧାରଣା ରେ ବସିବା ପାଇଁ ଅଭିଭାବକ ମାନେ ପ୍ରତିକ୍ରିୟା ରଖିଛନ୍ତି । ଏଥିପ୍ରତି ବ୍ଲକ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l