ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱଜିତ ମାର୍କେଟିଙ୍ଗର ସହଭାଗିତାରେ ବାଲିମେଳାରେ ଆକୁଆଟେକ କମ୍ପାନୀର ପ୍ଲମ୍ବର ବୈଠକ ଅନୁଷ୍ଠିତ

ବାଲିମେଳା,୧୮/୦୧/୨୦୨୩: ବିଶ୍ୱଜିତ ମାର୍କେଟିଙ୍ଗର ସହଭାଗିତାରେ ବାଲିମେଳା ଠାରେ ଆକୁଆଟେକ କମ୍ପାନୀର ପ୍ଲମ୍ବର ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିମେଳା ବ୍ୟାରେଜ ନିକଟରେ ଅପରାହ୍ନ ୧୨ରେ ଏହି ବୈଠକ ଅନୁଷ୍ଠିତ ହୋଇଛି I ଏଥିରେ ବାଲିମେଳା, ଚିତ୍ରକୋଣ୍ଡା, ଗୁମ୍ମା ଏଵଂ କୋରକୁଣ୍ଡାର ୩୦ରୁ ଉର୍ଦ୍ଧ ପ୍ଲମ୍ବର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟର ପ୍ଲମ୍ୱର ନାରାୟଣ ସେଠି , ଭଗବାନ ଚୌଧିରୀ ,ପଦିୟା ମାଦକମି ,ବାବୁଲା ଡାକୁଆ, ଖଗପତି, ଅସୀମ ମଣ୍ଡଳ, କାର୍ତ୍ତିକ, ପ୍ରଦୀପ ନାୟକ , ବୈଶାଖୀ ଖରା , ବିଜୟ କୁମାର ତରଣ , ରବୀନ୍ଦ୍ର ସେଠି, ସୁଶାନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ଆକୁଆଟେକ କମ୍ପାନୀର ଓଡ଼ିଶା ମୁଖ୍ୟ ମନୋରଞ୍ଜନ ଡାକୁଆ ଏବଂ ସହକର୍ମୀ ସୁଶାନ୍ତ କୁମାର ସାହୁ କମ୍ପାନୀର ପ୍ରୋଡକ୍ଟ ପାଣି ଟ୍ୟାପ, ସିଂଙ୍କ ଟ୍ୟାପ, ସାୱାର, ସିଷ୍ଟମ ବକ୍ସ, ଫ୍ଲସ ସେଟ, କ୍ୟାବିନେଟ ମିଃର୍ରର, ୨ ୱେୟ ବିବି ଟ୍ୟାପ ଇତ୍ୟାଦି ଉପରେ ତଥ୍ୟ ପ୍ରଦାନ କରିଥିଲେ I ଏହା ସହ ପ୍ଲମ୍ବର ମାନଙ୍କୁ ନୂଆ ନୂଆ ଟେକ୍ନୋଲୋଜି ଉପର ମଧ୍ୟ ଜଣାଇ ଥିଲେ Iଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ମାର୍କେଟିଙ୍ଗର ମୁଖ୍ୟ ବିଶ୍ୱଜିତ ମୁଦୁଲି ବୈଠକ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ I

ମସିହା ନିଉଜ ସର୍ଭିସ୍ 

Related posts

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡ଼ିଲା ପରିବାର ନିୟୋଜିତ ସଚେତନତା ରଥ

Sunil Chandra Nayak

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

masiha

Leave a Comment

error: Content is protected !!