ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ମାର୍କସବାଦୀ ଜନନାୟକ,ସି ପି ଆଇ ଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ ମାର୍କସବାଦୀ ଜନନାୟକ,ସି ପି ଆଇ ଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା:ବିଶିଷ୍ଟ ମାର୍କସବାଦୀ ଜନନାୟକ,ସି ପି ଆଇ ଏମ୍ ର ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ନିମୋନିଆ ରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ମର ଶରୀର ନୂଆଦିଲ୍ଲୀ ସ୍ଥିତ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟ କୁ ଅଣାଯାଇ ଥିବା ବେଳେ ଦେଶର ଓ ବିଭିନ୍ନ ଦେଶରୁ ଆସିଥିବା ରାଜନୈତିକ ଦଳର ନେତୃବୃନ୍ଦ ଓ ବୁଦ୍ଧିଜୀବୀମାନେ କମ୍ରେଡ୍ ସୀତାରାମ ୟେଚୁରୀ ଙ୍କୁ ଶେଷ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ସମ୍ମାନ ଜଣାଇଛନ୍ତି। ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରୟାତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷ ଇଛା ମୁତାବକ ସୀତାରାମ ୟେଚୁରୀ ଙ୍କ ପରିବାର ବର୍ଗ ତାଙ୍କର ମର ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଗବେଷଣା ପାଇଁ ଏମ୍ସ କୁ ହସ୍ତାନ୍ତର କରାଯାଇଛି।ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଭଞ୍ଜ ଭବନ ପ୍ରେକ୍ଷାଳୟରେ ପାର୍ଟିର ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ବରିଷ୍ଠ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡଃ ପ୍ରଭାତ ମଲ୍ଲିକ, ଜାତୀୟ କଂଗ୍ରେସର ନେତା ରବି ରାୟ,ବିଜୁ ଜନତାଦଳର ନେତା ଆର୍ତ୍ତତ୍ରାଣ ମହାରଣା,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି,ସି ପି ଆଇ ଏମ୍ ଏଲ୍ ( ଲିବରେସନ) ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏସ ୟୁ ସି ଆଇ( କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟା ଛବି ମହାନ୍ତି, ଆପ୍ ନେତା ଭରତ ବାଇ ପ୍ରମୁଖ ସୀତାରାମ ୟେଚୁରୀ ଙ୍କ ରାଜନୈତିକ ଜୀବନ,ଦେଶରେ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଆନ୍ଦୋଳନ ତିଆରି କରିବାରେ ତାଙ୍କର ଅବଦାନ,ଦେଶର ଘଡିସନ୍ଧି ସମୟରେ ମେଣ୍ଟ ସରକାର ଗଠନରେ କର୍ଣ୍ଣଧାର, ଏକାଧାରରେ ଜଣେ ପଣ୍ଡିତ, ସୁବକ୍ତା ଭାବରେ କେବଳ ସି ପି ଆଇ ଏମ୍ ର ନୁହଁ ସମସ୍ତ ଭିନ୍ନ ରାଜନୈତିକ ଦଳ ଓ ଦେଶର ଜନଗଣ ଙ୍କ ପାଖରେ ଆଦୃତ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗ ଦେଶର ଶ୍ରମଜୀବୀ ମଣିଷ ଓ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଆନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।ଏହି ସ୍ମୃତି ସଭାରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସମାଜସେବୀ ସଞ୍ଜୀବ ମହାନ୍ତି, ଡ଼ଃ ସୁମନ ଦତ୍ତ,ଶ୍ରମିକ ନେତା ପ୍ରଶାନ୍ତ ବେହେରା, ନିହାର ଦାସ, ସଦାନନ୍ଦ ସାହୁ, ପ୍ରମୋଦ ଦାସ, ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ, କୋଇଡା ବ୍ଳକ ଅଧ୍ୟକ୍ଷ ସୁରେଶ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସୁଶିଳା ମୁଣ୍ଡା, ଲହୁଣୀପଡ଼ା ବ୍ଳକ୍ ଉପାଧ୍ୟକ୍ଷ ପଣ୍ଡିତ ମୁଣ୍ଡା, କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାସ, ବିଜେଡ଼ି ନେତା ବିରେନ ସେନାପତି, ପ୍ରମୁଖ ସୀତାରାମ ୟେଚୁରୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ପ୍ରଦାନ କରି ଶେଷ ସମ୍ମାନ ଜଣାଇଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭା କୁ ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ସାଲୋମି ମିଞ୍ଜ, ରାଜ କିଶୋର ପ୍ରଧାନ,ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆନନ୍ଦ ମାସି ହରୋ, ଅନିରୁଦ୍ଧ ତ୍ରିପାଠୀ, ମନୋଜ ମିର୍ଦ୍ଧା, ଲାଲ୍ ବାହାରକୁ ମହାନ୍ତ, ସମୀର ନାୟକ, ଅଜୟ ଶର୍ମା,ହୃଦୟାନନ୍ଦ ଯାଦବ ପ୍ରମୁଖ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

masiha

ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ଗ୍ରାମ ସଭାରେ ହାତାହାତି

Sunil Chandra Nayak

ଜାହାନିଆଁ ପର୍ଯ୍ୟଟନସ୍ଥଳୀରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଵଂଧୁମିଳନ

masiha

Leave a Comment

error: Content is protected !!