ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

ନବରଙ୍ଗପୁର:( ୧୫|୩ )ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ, ଭୁବନେଶ୍ବର ଙ୍କ ଚିଠି ସଂଖ୍ୟା ୬୯୪୭ ତା ୭.୩.୨୪ ରିଖ ଅନୁଯାୟୀ ଜଣେ ଅଣ ଆଦିବାସୀ ଡମ୍ବ ସମ୍ପ୍ରଦାୟର ଯୁବତୀ ସୁଚିତ୍ରା ମାଝୀ, ପିତା ଜୟନ୍ତ ବାଘ ଙ୍କୁ ଏଫ ସି ସି ନମ୍ବର 0୧/୨0୧୪ ବିଚାରାଧନ ଅଛି l ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଆସନ ରେ ଓ ଆର୍ ଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦକୁ ପଦୋନ୍ନତି କରି ପୁରୀ ସବ୍ କଲେକ୍ଟର ଅଫିସ ରେ ଆସିଷ୍ଟାଣ୍ଡ କଲେକ୍ଟର ରୂପେ ନିଯୁକ୍ତି ଦିଆ ଯାଇଛି l ସେହିଭଳି ଆଉ ଦୁଇ ଜଣ ସେହି ସମ୍ପ୍ରଦାୟର ଉଲମା ଭତ୍ରl ଓ ମାନସୀ ରଶ୍ମିରାଣୀ ଅଦୂଙ୍କ ମାମଲା ବିଚାରାଧୀନ ଥିବା ସମୟରେ କିଭଳି ହେଡ କ୍ଲର୍କ ଓ ଆର୍ ଆଇ କୁ ପଦୋନ୍ନତି ଦିଆଗଲା l ସେମାନେ ସମସ୍ତେ ଡମ୍ବ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ହୋଇ ସୁଦ୍ଧା ନିରୀହ ଆଦିବାସୀ ମାନଙ୍କର ସଂରକ୍ଷଣ କୁ ହଡ଼ପ କରି ଆସୁଛନ୍ତି l ଏହା ସର୍ଭିସ କୋର୍ଡ ଅଫ କଣ୍ଡକ୍ଟ କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଳଘଂନ କରାଯାଇଅଛି l ସେମାନଙ୍କର ପଦୋନ୍ନତି କୁ ବାତିଲ କରାଯାଇ ସେମାନଙ୍କୁ ଗିରଫ କରାଯାଉ l ଯାହାକି ସରକାରଙ୍କ ଠାରୁ ଆର୍ଥିକ ସୁବିଧା, ପଦୋନ୍ନତି ସୁବିଧା ପାଇଛନ୍ତି, ତାହା ସେମାନଙ୍କ ଠାରୁ ଆର୍ଥିକ ରିକଭରି କରି ସେମାନଙ୍କୁ ଗିରଫ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ l ଆମ ଜନପ୍ରତିନିଧିମାନେ ଜାଣି ଶୁଣି ଏମାନଙ୍କୁ ପ୍ରଶ୍ରୟ ଦେଇଛନ୍ତି l ସେମାନେ ନ ଜାଣିଲା ଭଳି ଅଭିନୟ କରୁଛନ୍ତି ଏବଂ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରି ହେଉଛନ୍ତି l ନବରଙ୍ଗପୁର ଜିଲ୍ଲାପାଳ ଏଷ୍ଟlବ୍ଲିସମେଣ୍ଟ ସେକସନ ରେ ଦୀର୍ଘ ବର୍ଷ ହେବ ଜଣେ କିରାଣୀ ବିଜୟ କୁମାର ସାହୁ ଗୋଟିଏ ସିଟରେ ଦୀର୍ଘ ବର୍ଷ ଥିବା ଯୋଗୁଁ ଓ ସ୍ଥାନ ପରିବର୍ତ୍ତନ ନ ହେବା ଯୋଗୁଁ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆସିଛି l ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରାଯାଉ ଏବଂ ସି ବି ଆଇ ତଦନ୍ତ କରାଯାଉ l ୨୯.୦୨.୨୯୨୪ ରେ କନ୍ଧ ସମାଜର କମ୍ୟୁନିଟି ହଲ୍ ପାଇଁ ଶୁଭ ଦିଆଯାଇଥିଲା, ସେଠାରେ ସାଂସଦ ପ୍ରତିନିଧି ଅଣ ଆଦିବାସୀ ପ୍ରିୟ ରଞ୍ଜନ ଦାସ (ବୁଲୁ)କନ୍ଧ ଜାତିକୁ ଆକ୍ଷେପ କରି ବିଭିନ୍ନ କଟୁ ଭାଷାରେ ମୂର୍ଖ କନ୍ଧ ଭଳି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ l ତାଙ୍କ ନାମରେ ଝରିଗାଁ ଥାନାରେ ଏଫ୍ ଆଇ ଆର ନମ୍ବର-୪୭/ତା 0୧.0୩.୨0୨୪ ଦୀର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ଯ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ l ଏକ ସପ୍ତାହ ମଧ୍ୟରେ ତୁରନ୍ତ ଅଭିଯୁକ୍ତ ପ୍ରିୟ ରଞ୍ଜନ ଦାସ ଙ୍କୁ ଗିରଫ କରା ନ ଗଲେ ଆମ୍ଭେ ସମସ୍ତ ଆଦିବାସୀ ସାମାଜ ରାଜ ରାସ୍ତାରେ ଓହ୍ଲେଇବୁ l କୌଣସି ଅପ୍ରୀତିକର ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବ ଏବଂ ଏହାର ପରିଣାମ ଭୟାବହ ହେବ l ଫେକ କାଷ୍ଟ ସାର୍ଟିଫିକେଟ ଗୁଡିକ ଫାଇନାଲ ଶୁଣାଣି ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆସୁଥିଲେ ସୁଦ୍ଧା ବ୍ୟାପକ ପଇସା ପତ୍ର କାରବାର କରି ଜିଲ୍ଲାପାଳ ମହୋଦୟ ତାଙ୍କର ଡ଼ଷ୍ଟବିନ୍ ରେ ପକାଇ ଦେଉଛନ୍ତି l ଆମ୍ଭେ ନିରୀହ ଆଦିବାସୀ ଏ ସବୁର କାର୍ଯ୍ୟାନୁଷ୍ଠାନ ପାଇଁ ଯେତେ ଗୁହାରୀ କଲେ ସୁଦ୍ଧା ଶୁଣିବାକୁ ନାରାଜ l ଯେଉଁ ଜିଲ୍ଲାପାଳ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଆଦିବାସୀମାନଙ୍କୁ ଅଣଦେଖା କରି ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଉଛନ୍ତି l ନବରଙ୍ଗପୁର ଜିଲ୍ଲା ଏକ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଅନ୍ତର୍ଭୁକ୍ତ l ଏସବୁ ବେଖାତିର କରି ଆଦିବାସୀଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ଆସୁଛନ୍ତି l ସେହିଭଳି ଆଦିବାସୀ ବିରୋଧୀ ଜିଲ୍ଲାପାଳଙ୍କୁ ତୁରନ୍ତ ହଟାଇ ଦିଆଯାଉ l ଆଦିବାସୀ ତାତିଲେ ପରିଣାମ ଭୟାବହ ହେବ। ଏହିଭଳି ଦୁଇ ପ୍ରୁଷ୍ଠା ସମ୍ବଳିତ ସୂଚନା ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର କର୍ମକର୍ତ୍ତା ଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

କଳାହାଣ୍ଡି: ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

masiha

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

Leave a Comment

error: Content is protected !!