ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

 ମୟୂରଭଞ୍ଜ – ୨୨/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଵିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ବିଜ୍ଞାନମେଳା ପ୍ରଧାନ ଶିକ୍ଷୟତ୍ରୀ ନିହାରିକା ବେଶ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ, ଏବିଇଓ ରଞ୍ଜନ ସାଣ୍ଡିଲ ଙ୍କ ସଭାପତିତ୍ବ ଏବଂ ଶିକ୍ଷକ ଭବାନି ଶଙ୍କର ଗିରିଙ୍କୁ ମଂଚ ପରିଚାଳନାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିବୃନ୍ଦ ତଥା ବିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,ଵିଜାତଳା ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ ସମ୍ମାନିତ ଅତିଥି ବିଜାତଳା ବିଡିଓ ବଂଶିଧର ଖୋସଲା,ବିଜାତଳା ତହସିଲଦାର ବିଶ୍ବ ବିସ୍ତୃତ ତ୍ରୀପାଠୀ,ଏଵିଇଓ ନିରୁପମା ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ଭାଷଣ ସହ ଏକ ଆଦିବାସୀ ଆକର୍ଷଣୀୟ ନୃତ୍ୟ ଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା।ଏହି ବିଜ୍ଞାନ ମେଳାରେ ୧୨ ଟି ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ ମାନେ ୫୨ ଟି ବିଜ୍ଞାନ ପ୍ରକଳ୍ପ ଆଣି ପ୍ରଦର୍ଶିତ କରିଥିଲେ ।ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ, ଅଧ୍ୟବସାୟ ,ଆଗକୁ ବଢ଼ିବାକୁ ସ୍ବପ୍ନ ଦେଖିବା,ଗୁରୁ ଆଶୀର୍ବାଦ ନେବା, ପ୍ରତିଯୋଗିତା ମନୋଭାବ ରଖିବା ସହ ସବୁବେଳେ ଜିଜ୍ଞାସା ମନୋଭାବ ରଖିଲେ ବିଳମ୍ବରେ ହେଲେ ବି ଦିନେ ଦିନେ ସଫଳତା ହାସଲ କରି ପାରିବ ବୋଲି ପରାମର୍ଶ ଦେଇଥିଲେ ।ସମାଜର ପ୍ରଗତି ପାଇଁ ବିଜ୍ଞାନ ର ଭୂମିକା ଅନନ୍ୟ । ଯେଉଁ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯେତେ ସୁଦୃଢ ସେହି ଦେଶ ସେତେ ଆର୍ଥିକ ସୁଦୃଢ ସହ ପ୍ରଗତିଶୀଳ ବୋଲି କହିଥିଲେ ।ପରେ ଅତିଥି ବୃନ୍ଦ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ପରିଦର୍ଶନ କରି କୁନି କୁନି ଵେଜ୍ଞାନିକମାନଙ୍କୁ ପ୍ରକଳ୍ପର ଉଦ୍ଦେଶ୍ୟ ଓ ଜନହିତ ଓ ସମାଜୟ କେଉଁ କାମରେ ଲାଗିବା ଉପରେ ବୁଝାବୁଝି କରିବାର ସହ ଉତ୍ସାହିତ କରିଥିଲେ ।ପରେ ୫୨ ଟି ପ୍ରକଳ୍ପରୁ ବିଚାରକ ମଣ୍ଡଳୀଙ୍କ ଦ୍ବାରା ୭ ଟି ବିଷୟ ସଂପୃକ୍ତ ପ୍ରକଳ୍ପ ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗର ବାଘିଆଟାଙ୍ଗର ସ୍କୁଲର ସଙ୍ଗୀତା ସିଂ, ବିପର୍ଯ୍ୟୟ ପରିଚାଳନାରେ ପୁର୍ଣେଶ୍ବର ସ୍କୁଲର ପୁଷ୍ପାଞ୍ଜଳି ଗିନା,ଗଣିତରେ ବଡାମତଳିଆ ସ୍କୁଲର ଗୌରୀ ହେମ୍ବ୍ରମ,, ପ୍ରାକୃତିକ ଉତ୍ପାଦନରେ ଲୁହା ଶିଳା ହାଇସ୍କୁଲର ସୁମିତ୍ରା ମୁର୍ମୁ, ଆବର୍ଜନା ପରିଚାଳନାରେ ବିଜାତଳା ହାଇସ୍କୁଲର କ୍ରିଷ୍ନରାଜ ପାତ୍ର, ସମ୍ବଳ ପରିଚାଳନାରେ ମୁଣ୍ଡିଆ ଉପ୍ରା ସ୍କୁଲର ମାମୁନି ହେମ୍ବ୍ରମ,, ଯୋଗାଯୋଗ ଓ ପରିଵହନରେ ଲୁହାଶୀଳା ଓଏଭିର ଦୀପାବଳି ଗିରିଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଚୟନ କରିଥିଲେ ।ଏହି ଭବ୍ୟ ଜିଜ୍ଞାସା କାର୍ଯ୍ୟକ୍ରମରେ ସିଆରସିସି ସହଦେବ ବେହେରା,କିଶୋର ପାତ୍ର,ରାମେଶ୍ଵର ବେହେରା, ଦେବବ୍ରତ ମଙ୍ଗଲ,ରବି ଶଙ୍କର ମହାପାତ୍ର, ଶୁଭେନ୍ଦୁ ପାତ୍ର,ନିହାର ରଞ୍ଜନ ରଞ୍ଜନ ଦଳେଇ,,ନିର୍ମାନନ୍ଦ ମହାଳିକ,ବିପିନ ମହାନ୍ତ, ଦେବେନ୍ଦ୍ର ବେହେରା,ହରେଶ୍ଯାମ ବେହେରା, ଧନଞ୍ଜୟ ବେହେରା, ରସାନନ୍ଦ ବେହେରା,ନାରାୟଣ ମୁର୍ମୁ, କସ୍ତୁରୀ ମହାନ୍ତ, ସସ୍ମିତା ବେହେରା,ରଞ୍ଜିତା ବେହେରାଙ୍କ ସମେତ ବିଜାତଳା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ବିଭିନ୍ନ ସ୍କୁଲମାନଙ୍କ ଦାyୟିତ୍ଵରେ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିବେଶ ବିଜ୍ଞାନମୟ ହୋଇ ଉଠିଥିଲା ।ଜୟ ବିଜ୍ଞାନ ନାରାରେ ପ୍ରକମ୍ପିତ ହୋଇଥିଲା ବିଦ୍ୟାଳୟ ପରିବେଶ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

ଗୋତୋମୁଣ୍ଡା – ଦହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ, ଦୁଇ ଜିଲ୍ଲା ମଧ୍ୟରେ ଯୋଡିବ ସମ୍ପର୍କର ସେତୁ

masiha

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!