ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବଡଦିନ ପାଳିତ

ଡାବୁଗାଁ,୨୫/୧୨(ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ମହାଆଡମ୍ବରରେ ରବିବାର ବଡଦିନ ପାଳିତ ହୋଇଯାଇଛି | ଏହି ଅବସରରେ ସ୍ଥାନୀୟ ଚର୍ଚ୍ଚରେ ଶନିବାର ସନ୍ଧ୍ୟାରୁ ପ୍ରାର୍ଥନା ସଭା ଆୟୋଜନ କରାଯାଇ ଆଜି ପର୍ଯ୍ୟନ୍ତ ଚାଲିଥିଲା | ଚର୍ଚ୍ଚର ପ୍ରାଚୀନ ପ୍ରଦୀପ ଗରଡା ଯୀଶୁଖ୍ରୀଷ୍ଟଙ୍କ ବାଣୀ ଏବଂ ବାଇବେଲର ନୀତିବାଣୀ ପଠନ କରି ଆଲୋଚନା କରିଥିଲେ | ଏଥିରେ ଜୋଏସ, ଷ୍ଟାଲିନ, ସୁପ୍ରିୟା, ପ୍ରିୟା, ଡଲି, ଅଙ୍କିତ, ପ୍ରିନ୍ସ ଏବଂ ସଣ୍ଡେସ୍କୁଲ ଛାତ୍ରୀ ଛାତ୍ର ମାନେ ସଂଗୀତ ଗାନ କରିଥିଲେ | ଏଥିରେ ସ୍ଥାନୀୟ ଚର୍ଚ୍ଚର ସଭାପତି ଏସ.କେ ପ୍ରତାପ ନାୟକ, ସମ୍ପାଦକ କେଶରୀ ନାୟକ, ଦୀପକ ନାୟକ, ଗୋପାଳ ବାହାଦୁର, ସୁମିତ, ପ୍ରେମ ଖୋସାଲା, ବିରେନ ସୁନା ପ୍ରମୁଖ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏଥିରେ ଖ୍ରୀଷ୍ଟୀୟ ବିଶ୍ଵାସୀ ମାନେ ଉପସ୍ଥିତ ରହି ବଡଦିନ ପାଳନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ କୁସୁମଖୁଣ୍ଟି ଠାରେ ଜାତୀୟ ପ୍ରେସ ଦିବସ ପାଳନ

masiha

Leave a Comment

error: Content is protected !!