ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଳିତ ଅଧିକାର ମଞ୍ଚର ଜିଲ୍ଲା ସ୍ଥରୀୟ କର୍ମୀ ସମ୍ମିଳନୀ

ନୂଆପଡ଼ା//, ନୂଆପଡା ଜିଲ୍ଲା ଖଡ଼ିଆଳ ତିଖାଲିଠାରେ ଦଳିତ ଅଧିକାର ମଞ୍ଚର ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ମଞ୍ଚର ସଭାପତି କମଲ ଚରଣ ତାଣ୍ଡି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ସଂମ୍ମିଳନୀରେ ଖଡ଼ିଆଳ ବ୍ଲକ, କୋମନା ବ୍ଲକ, ବୋଡ଼େନ ବ୍ଲକ ଓ ସିନାପାଲି ବ୍ଲକର ଶତାଧିକ କର୍ମୀ ଏହି ସଭାରେ ଯୋଗଦାନ କରିଥିଲେ । ସମ୍ମିଳନୀରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନ ସମୟରେ ଦଳିତ ଅଧିକାର ମଞ୍ଚର ଭୂମିକା ଉପରେ ବିଚାର କରାଯାଇଥିଲା। ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଜନସାଧାରଣଙ୍କ ପ୍ରତି ଉଦାସୀନତା ଏକ ମୂଖ୍ୟ ସମସ୍ୟା ବୋଲି ମଞ୍ଚରେ ଯୋଗଦାନ କରିଥିବା କର୍ମୀମାନେ ମତ ପୋଷଣ କରିଥିଲେ । ଲୋକଙ୍କ ସମସ୍ୟାକୁ ଠିକ ଭାବରେ ସରକାରଙ୍କ ପାଖରେ ଉପସ୍ଥାପନ କରିବାରେ ଜନ ପ୍ରତିନିଧିମାନେ ବିଫଳ ହୋଇଛନ୍ତି । ବରଂ ନିଜର ଆର୍ଥିକ ବିକାଶ, ଠିକାଦାର ପାଳନ ତଥା ପିସି କାରବାର ଉପରେ ସେମାନେ ଅଧିକ ଗୁରୁତ୍ବ ଆରୋପ କରୁଥିବା କର୍ମୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଗତ କିଛି ବର୍ଷ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ମଣିଷମରା ନୀତି ତଥା ରାଜ୍ୟ ସରକାରଙ୍କ ଜନବିରୋଧି କାର୍ଯ୍ୟକ୍ରମ ଉପରେ ଜନପ୍ରତିନିଧିମାନେ ମୁହଁରେ ତାଲା ପକାଇ ବସିଥିବା ବେଶ ପରିଲକ୍ଷିତ ହୋଇଥିବା କଥା ମଧ୍ୟ କର୍ମୀମାନେ ମତ ପ୍ରକାଶ କରିଥିଲେ । ତେଣୁ ଦଳିତ ଅଧିକାର ମଞ୍ଚ ଆଗାମୀ ଦିନରେ ଏହିସବୁ ସମସ୍ୟା ଉପରେ କାର୍ଯ୍ୟ କରିବା ଉଚିତ ହେବ ବୋଲି ସମସ୍ତ କର୍ମୀ ଏକମତ ହୋଇଥିଲେ । ଦଳିତ ଅଧିକାର ମଞ୍ଚ ଗତ ସତର ବର୍ଷ ଧରି ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛି । ଏତଦବ୍ୟତୀତ, ବିଭିନ୍ନ ସମୟରେ ପ୍ରଶାସନିକ ଅବହେଳା, ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରି ଲୋକଙ୍କୁ ନ୍ୟାୟ ଯୋଗାଇ ଇବାରେ ସହାୟକ ହୋଇଛି । ଆଗାମୀ ଦିନରେ ଲୋକଙ୍କ ସହ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନିତୀରେ ନିଜର ଭୂମିକା ନିର୍ବାହ କରିବାକୁ ଏହି କର୍ମୀ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା । ସମ୍ମିଳନୀରେ କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ବୋଡ଼େନ ବ୍ଲକ ସଭାପତି ଲିଙ୍ଗରାଜ ଜାଲ, ସିନାପାଲି ବ୍ଲକର ମଞ୍ଚ ସଭାପତି ପଦ୍ମନାଭ ଜଗତ, କୋମନା ବ୍ଲକ ସଭାପତି ଅର୍ଜୁନ ଦୀପ ଓ ମାୟାଧର ସୁନାନୀ, ନରେନ୍ଦ୍ର ନାଗ, କୈଳାଶ ବାଗ ଯାଦବ, ସୁରେଶ ଯାଦବ, କିଶୋର ସାଗର, ଅଜମ୍ବର୍ ତାଣ୍ଡି, ମୁଖ ସୁନାନୀ, ତହସିଲ ତାଣ୍ଡି, ଯଦୁ ସୁନାନୀ, ଅଲେଖ ଜଗତ, ଦେବେନ୍ଦ୍ର ବେହେରା, ଝସ ବେହେରା, କୈଳାଶ ମାଝୀ, କୁଞ୍ଜ ମାଝୀ, ଯୋଗେଶ ମାଝୀ, ମକରଧ୍ବଜ କଟା,ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

Sunil Chandra Nayak

ମୀନାକ୍ଷୀ ଧରଙ୍କ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ରେ

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!