ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଉରକେଲା: ବାସନ୍ତୀ କଲୋନୀ ସ୍ଥିତ ଡ଼ଃ. ଏ.ଏନ୍. କେ ଡିଏଭି ପବ୍ଲିକ ସ୍କୁଲର ଏନ୍.ସି.ସି ଛାତ୍ରଛାତ୍ରୀ ମାନେ ଗ୍ରୀଷ୍ମକାଳୀନ ଛୁଟିର ସୁଯୋଗ ନେଇ ଫାଇରିଂ କ୍ୟାମ୍ପରେ ଯୋଗଦେଇଥିଲେ । ଏନ୍.ସି.ସି ନବମ ବାଟାଲିଅନ୍ ର ନିର୍ଦ୍ଦେଶରେ ରାଉରକେଲା ଠାରେ ଓ.ଏସ୍.ଏ.ପି ଫାଇରିଂ ରେଞ୍ଜରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ୨୮ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇ ଅଭ୍ୟାସ ମଧ୍ୟ କରିଥିଲେ । ବିଦ୍ୟାଳୟର ଏ.ଏନ୍.ଓ ଥାର୍ଡ ଅଫିସର ସୁଶ୍ରୀ ସୋମ୍ୟା ସୁରଭିତା ଗୁରୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏଭଳି ସୁଯୋଗ ପାଇଥିଲେ । ବିଦ୍ୟାଳୟର ଗ୍ରୀଷ୍ମ କାଳୀନ ଛୁଟି ଚାଲିଥିବା ବେଳେ ବିଦ୍ୟାଳୟର ଏନ୍.ସି.ସି ଛାତ୍ରଛାତ୍ରୀ ମାନେ ନିଜର କୁଶଳତା ଶିକ୍ଷା କରି ଦକ୍ଷତା ପ୍ରଦର୍ଶନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନମେଳା :୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ,ଜିଲ୍ଲାସ୍ତର ପାଇଁ 11 ପ୍ରକଳ୍ପ ଯୋଗ୍ୟବିବେଚିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ :ବିଡ଼ିଓ ଙ୍କ ଅନୁପସ୍ଥିତି ଓ ଅସହଯୋଗ ନେଇ ବିଗିଡିଲେ

Sunil Chandra Nayak

Leave a Comment

error: Content is protected !!