ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଲେ ସାଂସଦ ଓ ବିଧାୟକ 

ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଲେ ସାଂସଦ ଓ ବିଧାୟକ 

ବାଲେଶ୍ଵର,୧୪/୬/୨୪- ପବିତ୍ର ପ୍ରଥମ ରଜ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତର ପୂର୍ବତନ ସରପଂଚ ରମେଶ ଘଡେ଼ଇ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣ ରକ୍ଷା କରି ସାଂସଦ ଶ୍ରୀ ସେଠୀ, ବିଧାୟକ ଶ୍ରୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ କୁନ୍ତଳା କୁମାରୀ ପଣ୍ଡା, ବିଜେପି ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ଗୋଳିହା ସ୍ଥିତ ଶ୍ରୀ ଘଡେ଼ଇଙ୍କ ଘରେ ପହଞ୍ଚିବା ପରେ ସାଂସଦ ଏବଂ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ପଞ୍ଚାୟତ ଓ ଜନସାଧାରଣ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଦେଖାକରି ଆଞ୍ଚଳିକ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବ ଆଣିଛନ୍ତି ଶିବା ମାର୍ଣ୍ଡି

masiha

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

ମଘାମରା ରେ ବ୍ଳକ ସ୍ତରୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର 

Sunil Chandra Nayak

Leave a Comment

error: Content is protected !!