କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡା ଠାରେ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ଠାରେ ଝାମୁ ଯାତ୍ରା ଆଜି ସଂପୂର୍ଣ୍ଣ ହୋଇଯାଇଛି l ଝାମୁଯାତ୍ରା ଆଠ ଦିନ ଧରି ଅନୁଷ୍ଠିତ ହୋଇଥାଏ ପ୍ରଥମ ଦିନରେ ଅଧିବାସ ରହି ମନ୍ଦିର ପ୍ରତିଷ୍ଠା, ଗ୍ରାମ ପରିକ୍ରମା କରି ଏହା ପରେ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ଛତର କୁ ବରଣ କରାଯାଇଥାଏ । ମନ୍ଦିର ରେ ଆଠ ଦିନ ଧରି ପୂଜା କରାଯାଇ ପ୍ରତ୍ୟେକ ଦିନ ରାତି ୭ ଘଣ୍ଟା ସମୟ ରୁ ରାତ୍ର ୯ ଘଣ୍ଟା ସମୟ ଯାଏଁ ପୂଜାରୀ ରଞ୍ଜନ ରଣା, ବୃହସ୍ପତୀ ରଣା, ସୂର୍ଯ୍ୟମଣି ରଣା, ମହେନ୍ଦ୍ର ପ୍ରଧାନୀ ପିତାମ୍ବର ରଣା ଦୟାନିଧି ରଣା, ପଞ୍ଚ ଦିନାତ୍ମକ ପୂଜା ମନ୍ଦିର ଯାତ୍ରା ଖଳା ଦାଣ୍ଡରେ କରିଥାନ୍ତି । ମନ୍ଦିର ରୁ ଛତ୍ର ବାହାରି ନଗର ପରିକ୍ରମା ଅଭିମୁଖେ ଯାଇଥାଏ ବାଟ ରେ ବାଟ ବରଣ କରି ଛତର ମାଁ ଙ୍କ ମନ୍ଦିର କୁ ପାଛୋଟି ନେଇଥାନ୍ତି। ପରେ ପୁଜାରି ନିତି କ୍ରାନ୍ତି ରେ ସମସ୍ତ ଦେବା ଦେବୀ ଙ୍କୁ ପୂଜା କରି କଣ୍ଟାର ଦୋଳି ରେ ବିରାଜମାନ କରିଥାନ୍ତି । ସେଠାରୁ ବାହାରି ପ୍ରଖୋର ନିଆଁରେ ଏପଟ ରୁ ସେପଟ କୁ ନିଆଁ ରେ ପାରହୋଇ ଥାଆନ୍ତି । ଗାଁକୁଯାଇ ଗ୍ରାମ ର ଚାରି କୁନ ନଗର ପରିକ୍ରମା କରି ଘରେ ଘରେ ପୂଜା ପାଆନ୍ତି। ପ୍ରସିଦ୍ଧ ଝାମୁଯାତ୍ରା ରେ ସହଯୋଗ କରିଥାନ୍ତି ମା ତାରିଣୀ ଶୈବ ଶକ୍ତି ମନ୍ଦିର ରିଷିଡ଼ା, ସେବକ ଏବଂ ଭକ୍ତ ବୃନ୍ଦ। ଏହି ଯାତ୍ରା ରେ ମାଁ ତାରିଣୀ ଶୈବ ଶକ୍ତି ପୀଠ କମିଟି ଆଠ ଦିନ ଧରି ଯାତ୍ରାରେ ସୁଶାନ୍ତ ମଲ୍ଲିକ, ରମେଶ ବାରିକ୍, ନରୋତ୍ତୋମ ସେଲମା, ସମିତି ସଭ୍ୟ ସିନୁ ବେହେରା, ଶିବୁ ରଣା, ମହେନ୍ଦ୍ର ପ୍ରଧାନୀ, କୈଳାସ କୁମୁରା ସେଷ ରଣା କଫୁଲ ରଣା, ତପନ ରଣା, ଲମ୍ବ ରଣା, ବୁହସ୍ପତି ରଣା, ଚୁନୁ ପଟ୍ଟନାୟକ ସୁଶାନ୍ତ ମଲ୍ଲିକ, ମହିମା ରଣା, ବିଷ୍ଣୁ ରଣା, ସୁମନ୍ତ ଭୋଇ, କୁଝ ରଣା ହୃଦାନନ୍ଦ ମଲ୍ଲିକ, ହରି ବାରିକ , ପ୍ରଶନ୍ନ ରଣା, ସଲିମ ସେଖର ରଣା, ତାରା ଭୋଇ, ତପସ୍ଵିନୀ ରଣା, ଦେବେନ୍ଦ୍ର ରଣା, ଦୁତିଆ ରଣା, ପ୍ରମୁଖ ଏହି ଅଞ୍ଚଳ ର ଚାଳିଶଖଣ୍ଡ ଗ୍ରାମ ର ଲୋକ ବାର ଦିହାରି ଭାବେ ସେବାୟତ ସହଯୋଗ କରିଥାଆନ୍ତି। ଦର୍ଶକ ମାନଙ୍କ ଆକର୍ଷଣୀୟ ପାଇଁଁ ମିନାବଜାର, ଷୋହଲ ପହରୀ ହୋଇଥାଏ ନାମ ଜଜ୍ଞ କତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ଶ୍ରୀମତୀ ଭାଗ୍ୟବତୀ ରଣା, ବିଶିଷ୍ଟ ଶିକ୍ଷାବିତ ଜଗମୋହନ ରଣା, ଏହି ଯାତ୍ରା ଦ୍ବାଦଶ ବର୍ଷ ପୂର୍ତ୍ତି ରହି ଥିବା ବେଳେ ମନ୍ଦିର ପଚିଶ ବର୍ଷ ଜନସୁତୀ ରହିଛି ଏଣୁ ସମସ୍ତ ଭକ୍ତ ଓ ଗ୍ରାମ ବାସି ଏହି ଝାମୁ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ମାଁ ତାରିଣୀ ଅଣ୍ଟଚଣ୍ଡୀ ଙ୍କ କୃପା ଲାଭ କରିଥାନ୍ତି। ବହୁଲୋକଙ୍କ ସମାଗମ କୁ ଦୃଷ୍ଟିରେ ରଖି ରିଷିଡା ପୋଲିସ ଫାଣ୍ଡି ଯାତ୍ରା ସୁରକ୍ଷା କୁ ଆଖି ଆଗରେ ରଖି ଯାତ୍ରାର ଖଳା ଚାରିପଟେ ପୋଲିସ ମୁତୟନ କରାଯାଇଛି ବୋଲି ଥାନାଧିକାରୀ, ଶଚିଦ୍ର ପ୍ରଧାନ, ରିଷିଡା ଫାଣ୍ଡି ଅଧିକାରୀ କ୍ଷୀର ସିନ୍ଧୁ ମାଝୀ କହିଛନ୍ତି। ମନ୍ଦିର ପରିଚାଳନା କମିଟି ସଭାପତି ନନ୍ଦୁଳାଲ ରଣା ସଂପାଦକ ନନ୍ଦକିଶୋର ରଣା ମନ୍ଦିର ପରିଚାଳକ ଅଧ୍ୟକ୍ଷ, ସୁଶାନ୍ତ ମଲ୍ଲିକ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିବା ବେଳେ ଏଥର ଯାତ୍ରା ରେ ହଜାର ହଜାର ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା