ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରଦ ଛୁଇଁଲା ୪୨° ସପ୍ତାହର ସବୁଠୁ ଉତ୍ତପ୍ତ ସହର ଲାଞ୍ଜିଗଡ଼ 

ଖରାତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଲାଞ୍ଜିଗଡ଼,୧୯/୦୪(ମନିସ)-ଆଜି ଅପରାହ୍ନ ଦୁଇଟା ସୁଦ୍ଧା ପ୍ରବଳ ଗରମ ଓ ଗୁଳୁଗୁଳି ସହିତ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଲାଞ୍ଜିଗଡ଼ ! କ୍ରମାଗତ ଭାବେ ଚଳିତ ସପ୍ତାହରେ କେବଳ ଲାଞ୍ଜିଗଡ଼ ନୁହେଁ, ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁର, ଲାଞ୍ଜିଗଡ଼ ରୋଡ଼ ଆଦି ଅଞ୍ଚଳରେ ତାପମାତ୍ରା ବଢ଼ି ଚାଲିଥିବାବେଳେ ଆଜି ଲାଞ୍ଜିଗଡ଼ରେ ସର୍ବାଧିକ ୪୨° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ! ଲଗାତାର ତାପମାତ୍ରା ବଢ଼ି ଚାଲିଥିବାବେଳେ ପ୍ରବଳ ଖରା ଓ ଲୁ ଯୋଗୁଁ ଦିନ ଦଶଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ! ପ୍ରବଳ ଗରମ ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବାବେଳେ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଆହୁରି ହଇରାଣ ହେଉଛନ୍ତି ! ଖରାତାତି ବଢ଼ିବା ପରେ ସରକାର ଆଉ ଦୁଇଦିନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ! ଏପରିସ୍ଥଳେ ଲାଞ୍ଜିଗଡ଼ ଓ ବିଶ୍ବନାଥପୁର ପରି ଅଞ୍ଚଳରେ ଦୋକାନ ବଜାର, ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଥିବାବେଳେ ଲସି, ସରବତ, ଆଖୁରସ ଆଦି ଦୋକାନରେ ପ୍ରାୟତଃ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳିଛି ! ସେହିପରି ବ୍ଲକର ଅନେକ ପଞ୍ଚାୟତରେ ଜଳଛତ୍ର ଖୋଲାଯାଇଥିବାବେଳେ କେତେକ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲିନାହିଁ ! ଯାହାଫଳରେ ଯାତ୍ରୀ ଓ ପଥିକ କଷ୍ଟ ଭୋଗୁଥିବା ଲକ୍ଷ୍ୟ କରାଯାଇଛି ! ଏପରିସ୍ଥଳେ ପ୍ରଶାସନ ପକ୍ଷରୁ ଜଳକଷ୍ଟ ଭୋଗୁଥିବା ଗାଁଗୁଡ଼ିକୁ ଚିହ୍ନଟ କରାଯାଇ ନଳକୂପ ଖୋଳିବା, ପାଇପ ଯୋଗେ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ! ତେବେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଓ ଆବଶ୍ୟକ ହେଲେ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଅସୁରକ୍ଷିତ ପ୍ରକୃତିର ଗନ୍ତାଘର ଶିମିଳିପାଳର ସୁରକ୍ଷା ପାଇଁ ଭଂଜସେନାର ପଦଯାତ୍ରୀ ଦଳ ରାଇରଙ୍ଗପୁର ପହଞ୍ଚିଲେ

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

masiha

ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!