ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନିର୍ମାଣପାଇଁ ରାସ୍ତା ରୋକ ଆନ୍ଦୋଳନ

ଗୋଳାମୁଣ୍ଡା ତା ୨୦/୪ /ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବାବେଗୁଡା ଠାରୁ ଗଣ୍ଡାମେର ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗଣ୍ଡାମେର ପଞ୍ଚାୟତ ପକ୍ଷରୁ ଲିମସେର ଛକ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ଧୂପ ପ୍ରଜ୍ୱଳନ ଦେଇ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା । ସୂଚନାରୁ ପ୍ରକାଶ ଯେ ବାବେଗୁଡା ଠୁ ଗଣ୍ଡାମେର ରାସ୍ତା ଅଧାଅଂଶ ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ଥିବା ବେଳେ ଅଧା ଅଂଶ ବ୍ଲକ ଜରିଆରେ ଅଛି । ଗ୍ରାମବାସୀ ପକ୍ଷରୁ ଦୀର୍ଘ କୋଡିଏ ବର୍ଷ ଧରି ରାସ୍ତା ମରାମତି ପାଇଁ ଗୋଳାମୁଣ୍ଡା ବିଡିଓ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଏବଂ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା, ଏ ନେଇ ଗଣ୍ଡାମେର ପଞ୍ଚାୟତ ବାସୀ ଉଦବେଗ ପ୍ରକାଶ କରି ଶହ ଶହ ମହିଳା ନିଜର ଛୁଆ ପିଲାଙ୍କୁ ଧରି ଓ ପୁରୁଷ ବିଜୁ ଏକ୍ସପ୍ରେସ ୱେ ଉପରେ ରାସ୍ତା ଆନ୍ଦୋଳନ କରିଥିଲେ । କିଛିକ୍ଷଣ ପାଇଁଅଧିକାଂଶ ଯାନବାହନ ଚଳାଚଳ ବାଧାପ୍ରାପ୍ତ ଘଟିଥିଲା । ଖବର ପାଇ ଗୋଳାମୁଣ୍ଡା ଆଇଆଇସି ରମଣୀ ରଂଜନ ଦଳାଇ ଆସି ବୁଝା ଶୁଝା କରିଥିଲେ ମଧ୍ୟ ଅବରୋଧ ହଟି ନ ଥିଲା, ଏହା ପରେ ବିଡିଓ ଶ୍ରୀଧର ପଣ୍ଡା , ତହସିଲଦାର ଅଶୋକ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରି ଦୁଇମାସ ଭିତରେ ରାସ୍ତା ନିର୍ମାଣ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣରୁ ଆନ୍ଦୋଳନକାରୀ ଓହରି ଥିଲେ । ଏହି ଆନ୍ଦୋଳନରେ ଗଣ୍ଡାମେର ସରପଞ୍ଚ ହେମଲତା ନାଏକଙ୍କ ପ୍ରତିନିଧି ବୃନ୍ଦାବନ ନାଇକ,କୃଷ୍ଣ ପ୍ରିୟା ବାଗ, ଅଷ୍ଟମୀ ଭରା ସଗରୀୟା,ରୋହିତ ସାଗର, ମୋହନ ଚରଣ କେତକୀ, ଉମା ନାଇକ,ବୀରକିଶୋର ନାଇକ, କୈଳାସ ସାଗର, ଓ ଦେବସାଗର ପ୍ରମୁଖ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ଶ୍ରୀ ସାଉଲ ମଙ୍ଗରାଜ,ଅନୀଲ କୁମାର ମଲ୍ଲିକ, ଜଗରନାଥ ସତ ନାମୀ, ପୂର୍ଣ୍ଣ ଚନ୍ଦ୍ର ସେଠିଆ, ଦେଵ ରାଜ ଭାଟି ଆନ୍ଦୋଳନ କାରୀଙ୍କ ସହ ମିଶି ସହଯୋଗ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଡାବୁଗାଁରେ ଲୋକକଳା ଦିବସ ପାଳିତ

Sunil Chandra Nayak

ତେଣ୍ଟେଇସୁଣୀ କମିଟି ର ବୈଠକ, ପର୍ଯ୍ୟଟନ ସ୍ଥଳୀ ଦାବି

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

Leave a Comment

error: Content is protected !!