ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

ବଲାଙ୍ଗିର / ପୁଇଁତଲା ତା ୭ / ୩ // ପୁଇଁତଲା ବ୍ଲକ ଅଧିନସ୍ଥ ମଳମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଜ଼ିଲ୍ଲା ପ୍ରଶାସନ ଏବଂ ଓଡିଶା କୋଠାବାଡି ନିର୍ମାଣ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ହିତାଧିକାରୀ ଶ୍ରମିକ ଏବଂ ଉତ୍ତରାଧିକାରୀ ପରିବାର ସଦସ୍ୟ ମାନଙ୍କୁ ବିବାହ ସହାୟତା, ମୃତ୍ୟୁ କାଳୀନ ସହାୟତା,ଶିକ୍ଷା ସହାୟତା, ଶୁଦ୍ଧକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ୨0୫ ଜଣ ଶ୍ରମିକ ମାନଙ୍କୁ ୧ କୋଟି ୧୯ ଲକ୍ଷ ୭ ହଜାର ୬ ଶହ ଟଙ୍କା ଚେକ ଆକାର ରେ ପ୍ରଦାନ କରାଯାଇଥିଲା l ଏହା ସହିତ ୩00 ଜଣ ନୂତନ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଓଡିଶା ସରକାର ଙ୍କ ଶ୍ରମିକ କଲ୍ୟାଣ ଯୋଜନା,ନବୀନ ଓଡିଶା ନିର୍ମାଣ ଦିଗରେ ଶ୍ରମିକ ମାନଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ l ଟ୍ରେଡ଼ ୟୁନିୟନ ମାଧ୍ୟମରେ ସଙ୍ଗଠିତ ଶ୍ରମିକ ଏବଂ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ଏବଂ ଏକତା ବିଷୟରେ ବର୍ଣନା କରିଥିଲେ l କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ପରିଷଦ ସଭ୍ୟ କୁମର ମଣି ସେଠ , ମଳମୁଣ୍ଡା ସରପଞ୍ଚ ବିଷ୍ଣୁ ପ୍ରସାଦ ପଟେଲ , ଶ୍ରମିକ ନେତା ଶମ୍ଭୁ ନାଗ ଯୋଗ ଦେଇଥିଲେ l ଜ଼ିଲ୍ଲା ଶ୍ରମ ଅଧିକାରୀ ସଭା ସଂଯୋଜନା କରିଥିଲେ l ସହ ଶ୍ରମ ଅଧିକାରୀ ମାନେ ସହଯୋଗ କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ଆଦିବାସୀ ମାନ୍ୟତା ଦାବିରେ କୁଡୁମି ସେନାର ୬ ଘଣ୍ଟିଆ ବନ୍ଦ ସଫଳ

Sunil Chandra Nayak

ପାଠ ପଢାରେ ବାଧକ ସାଜିଛି ଛାତରୁ ଗଳୁଛି ବର୍ଷା ପାଣି

Sunil Chandra Nayak

Leave a Comment

error: Content is protected !!