ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା , ଦୁଇ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍

ଗତ ୨୦୨୨ ମସିହା ଜାନୁଆରୀ ୨୬ ତାରିଖରେ ଏକ ୟୁପି ନମ୍ବର ବସର ଡିକି ରେ ୭୬୮ କେଜି ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ ପ୍ରକାଶ ପାଇଛି । କଳାହାଣ୍ଡି ଜୁନାଗଡ ପୋଲିସ ସନ୍ଦେହ ରେ ଏକ ୟୁପି ନମ୍ବର ଥିବା ବସକୁ ସନ୍ଦେହରେ ଅଟକ ରଖିଥିଲା । ତେବେ ବସକୁ ଯାଞ୍ଚ କରିବା ବେଳେ ଏଥିରେ ୭୬୮ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିଲା ।ତଦନ୍ତ ସମୟରେ ଏହା ପଡୋଶୀ ଜିଲ୍ଲା ନବରଙ୍ଗପୁର ରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ପୋଲିସ ଜାଣିପାରିଥିଲା । ଏ ନେଇ ଜୁନାଗଡ଼ ପୋଲିସ କେଶ ନମ୍ବର ୪୫ ତା. ୨୬.୦୧.୨୦୨୨ ଏନ ଡି ପି ଏସ ଧାରା ରୁଜୁକରି ଚୋରା ଗଞ୍ଜେଇ ଜବତ ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତ୍ତୀ ଓ ନକୂଳ ପ୍ରଧାନ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜଣପିଛା ଏକଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି ।ଅର୍ଥ ଭରଣା ନକଲେ ଆହୁରି ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବୃଦ୍ଧ ଙ୍କ ଆତ୍ମହତ୍ୟା 

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

Leave a Comment

error: Content is protected !!