ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ : ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି ;ଗୃହ ପାଳିତ ତଥା ଦୁଗ୍ଧଚାଷୀ ପାଉ ନାହାଁନ୍ତି ଚିକିତ୍ସା ସୁବିଧା

ତେନ୍ତୁଳିଖୁଣ୍ଟି ୧୬/୦୪/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି। ପନ୍ଦର ଟି ପଞ୍ଚାୟତ ଥିବା ବେଳେ ମାତ୍ର ତିନିଜଣ ପଶୁ ଧନ ନିରୀକ୍ଷକ ରହିଛନ୍ତି। ଏଥିପାଇଁ ସୀମିତ କର୍ମଚାରୀ ରେ ବ୍ଲକ ରେ ଦୁଗ୍ଧଚାଷୀ ଙ୍କୁ ସେମାନଙ୍କ ଗାଈ ତଥା ମଇଁଷି କୁ ଠିକ ସମୟରେ ଚିକିତ୍ସା ସୁବିଧା ମିଲିପାରୁନି। ସ୍ଥଳବିଶେଷ ରେ କର୍ମଚାରୀ ଅଭାବ ସେମାନଙ୍କୁ ଠକିବା ପାଇଁ ବାହାନା ମଧ୍ୟ ହୋଇ ପାରୁଛି। ଗତ କିଛିଦିନ ହେବ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡା ରେ କ୍ଷୀର ଦେଉଥିବା ଗାଈ ଅସୁସ୍ଥ ହେବାରୁ ପଶୁ ଧନ ନିରୀକ୍ଷକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ସତ୍ତ୍ୱେ ଗାଈ କୁ ଉଚିତ ସେବା ମିଳି ନ ପାରିବାରୁ ଗାଈର ମୃତ୍ୟୁ ହୋଇଥିଲା। ଗତକାଲି ମଧ୍ୟ ଦୁଇ ଜଣ ଦୁଗ୍ଧଚାଷୀ ସେମାନଙ୍କ ଗାଈ କୁ ପତଳା ଝାଡ଼ା ଓ ପାଟିରୁ ଅହରହ ଲାଳ ବାହାରିବା ଅଭିଯୋଗରେ ପଶୁ ଧନ ନୀ୍ରୀକ୍ଷକ ଙ୍କୁ ଯୋଗ ଯୋଗ କରିଥିଲେ ମଧ୍ୟ ଦୁଇ ଦିନ ବିତି ଯିବା ସତ୍ତ୍ୱେ ଚକିିତ୍ସା ପାଇଁ କେହି ଆସି ନାହାନ୍ତି। ପଶୁ ଡାକ୍ତର ଙ୍କୁ ମଧ୍ୟ ଯୋଗାଯୋଗ କରିବା ପରେ ନବ କୁମ୍ଭାର ଙ୍କ ଗାଈର ଚିକିତ୍ସା ପାଇଁ ଆସିଥିବା ବେଳେ ଚିନୁ ସାମନ୍ତ ଙ୍କ ଗାଈ ର ଚିକିତ୍ସା ପାଇଁ ଖବର ଲେଖାଯିବା ପର୍ଯ୍ୟନ୍ତ କେହି ଆସିନଥିବା ଅଭିଯୋଗ କରିଛନ୍ତି। ଦରଦାମ ବୃଦ୍ଧି ତଥା ଏଭଳି ଚିକିତ୍ସା ସୁବିଧା ମିଳୁନଥିବାରୁ ଦୁଗ୍ଧଚାଷ ତଥା କୁକୁଡ଼ା ଚାଷ କରିବା କୁ ବିମୁଖ ହେଉଛନ୍ତି। ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ସେବକାରି ଙ୍କ ଠାରୁ ସେବା ମିଳୁନି ବିଡମ୍ବନା ର ବିଷୟ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

Sunil Chandra Nayak

କୃଷକ ପରାମର୍ଶ କର୍ମଶାଳା 

masiha

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!