ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗ୍ରାମରେ ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ କଳସ ଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରାରେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସରେ ପାଣି ଭରି ଦେବସର ଧାମ ଦୁର୍ଗା ମନ୍ଦିର ଓ ଛପନ ପ୍ରହର ନାମ ଯଜ୍ଞ ସ୍ଥଳୀରେ ପହଞ୍ଚି ଥିଲେ । ରୁପ୍ରାରୋଡ ନିକଟସ୍ଥ ବରଗାଁ,ବିଲାଟ,ବଲବସପୁର,ଲାଖଗୁଡା ,ମୁରସିଙ୍ଗ,ଲାଖପଦର, ବୋରିଙ୍ଗପଦର,ଭୀମକେଲା,ପଲସାପଡା,ବୁଢିପଦର,ସରିଆଁ,ରାକ୍ସି,ଛତାମହୁଲ,ଗୋଖରା,ଅସୁରଗଡ,ମାଣ୍ଡେଲ,କେସିଙ୍ଗା, ତୁଷରା,ଟିଟିଲାଗଡ,  କଣ୍ଟାବାଞ୍ଜି,ଭବାନୀପାଟଣା,ଜୁନାଗଡ, ରାୟପୁର,ଖରିଆର,ରାମପୁର,ରିଷଡା, ଲାଞ୍ଜିଗଡ଼ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।୧୬୦୦ କଳସ ବଣ୍ଟନ କରାଯାଇଥିଲା । ଗ୍ରୀଷ୍ମ ର ପ୍ରଭାବ ସତ୍ତ୍ଵେ ଶ୍ରଦ୍ଧାଳୁଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳି ଥିଲା ।ସାନ୍ଦୁଲ ନଦୀରୁ ଦେବସର ଧାମ ମା ଦୁର୍ଗା ମନ୍ଦିର ମଧ୍ୟରେ ଦୁଇ ରୁ ତିନି ସ୍ଥାନରେ ଥଣ୍ଡା ମିଠା ପାନୀୟ ଜଳର ବ୍ୟବସ୍ଥା ଗୁଜୁରାତି ସମାଜ ରାଜେଶ ଦତ୍ତା ,ଅନିଲ ଅଗ୍ରୱାଲ ଓ ଗାୟତ୍ରି ପରିବାରଙ୍କ ଦ୍ୱାରା ସୂଚାରୁ ରୁପରେ ପରିଚାଳନା କରାଯାଇଥିଲା ।ପୂଜକ ରୂପେ ଡୁଙ୍ଗରିପାଲିର ଜନ୍ମେଜୟ ମହାପାତ୍ର ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମୁଲଚନ୍ଦ ଅଗ୍ରୱାଲଙ୍କ ବଡ ପୁଅ ସୁବାଷ ଅଗ୍ରୱାଲ ଓ ସୁବାଷଙ୍କ ଧର୍ମ ପତ୍ନୀ ପୁଷ୍ପା ଦେବୀ ଅଗ୍ରୱାଲ କର୍ତ୍ତା ରୂପେ ଯୋଗ ଦେଇଥିଲେ । ବଣ୍ଟି ଶର୍ମା,ରତନ ଅଗ୍ରୱାଲ,ବଣ୍ଟି ଖେତାନ,ବିଜୟ ଅଗ୍ରୱାଲ,ଅଶୋକ କମାନୀ,ସୁଦର ଭୋଇ,ତରୁଣ ସାହୁ,ସୁରେଶ ଅଗ୍ରୱାଲ,ସୁବାଷ ଅଗ୍ରୱାଲ,ଶ୍ୟାମସୁନ୍ଦର ଶର୍ମା,ସତ୍ୟନାରାୟଣ ଜୈନ ,ଆଦିସ୍କନ୍ଦ ସାହୁ ଉପସ୍ଥିତ ଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ 

masiha

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

Leave a Comment

error: Content is protected !!