ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗ୍ରାମରେ ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ କଳସ ଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରାରେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସରେ ପାଣି ଭରି ଦେବସର ଧାମ ଦୁର୍ଗା ମନ୍ଦିର ଓ ଛପନ ପ୍ରହର ନାମ ଯଜ୍ଞ ସ୍ଥଳୀରେ ପହଞ୍ଚି ଥିଲେ । ରୁପ୍ରାରୋଡ ନିକଟସ୍ଥ ବରଗାଁ,ବିଲାଟ,ବଲବସପୁର,ଲାଖଗୁଡା ,ମୁରସିଙ୍ଗ,ଲାଖପଦର, ବୋରିଙ୍ଗପଦର,ଭୀମକେଲା,ପଲସାପଡା,ବୁଢିପଦର,ସରିଆଁ,ରାକ୍ସି,ଛତାମହୁଲ,ଗୋଖରା,ଅସୁରଗଡ,ମାଣ୍ଡେଲ,କେସିଙ୍ଗା, ତୁଷରା,ଟିଟିଲାଗଡ,  କଣ୍ଟାବାଞ୍ଜି,ଭବାନୀପାଟଣା,ଜୁନାଗଡ, ରାୟପୁର,ଖରିଆର,ରାମପୁର,ରିଷଡା, ଲାଞ୍ଜିଗଡ଼ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।୧୬୦୦ କଳସ ବଣ୍ଟନ କରାଯାଇଥିଲା । ଗ୍ରୀଷ୍ମ ର ପ୍ରଭାବ ସତ୍ତ୍ଵେ ଶ୍ରଦ୍ଧାଳୁଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳି ଥିଲା ।ସାନ୍ଦୁଲ ନଦୀରୁ ଦେବସର ଧାମ ମା ଦୁର୍ଗା ମନ୍ଦିର ମଧ୍ୟରେ ଦୁଇ ରୁ ତିନି ସ୍ଥାନରେ ଥଣ୍ଡା ମିଠା ପାନୀୟ ଜଳର ବ୍ୟବସ୍ଥା ଗୁଜୁରାତି ସମାଜ ରାଜେଶ ଦତ୍ତା ,ଅନିଲ ଅଗ୍ରୱାଲ ଓ ଗାୟତ୍ରି ପରିବାରଙ୍କ ଦ୍ୱାରା ସୂଚାରୁ ରୁପରେ ପରିଚାଳନା କରାଯାଇଥିଲା ।ପୂଜକ ରୂପେ ଡୁଙ୍ଗରିପାଲିର ଜନ୍ମେଜୟ ମହାପାତ୍ର ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମୁଲଚନ୍ଦ ଅଗ୍ରୱାଲଙ୍କ ବଡ ପୁଅ ସୁବାଷ ଅଗ୍ରୱାଲ ଓ ସୁବାଷଙ୍କ ଧର୍ମ ପତ୍ନୀ ପୁଷ୍ପା ଦେବୀ ଅଗ୍ରୱାଲ କର୍ତ୍ତା ରୂପେ ଯୋଗ ଦେଇଥିଲେ । ବଣ୍ଟି ଶର୍ମା,ରତନ ଅଗ୍ରୱାଲ,ବଣ୍ଟି ଖେତାନ,ବିଜୟ ଅଗ୍ରୱାଲ,ଅଶୋକ କମାନୀ,ସୁଦର ଭୋଇ,ତରୁଣ ସାହୁ,ସୁରେଶ ଅଗ୍ରୱାଲ,ସୁବାଷ ଅଗ୍ରୱାଲ,ଶ୍ୟାମସୁନ୍ଦର ଶର୍ମା,ସତ୍ୟନାରାୟଣ ଜୈନ ,ଆଦିସ୍କନ୍ଦ ସାହୁ ଉପସ୍ଥିତ ଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମାଲପଡା ରେ ମା ପେଡ୍ର।ଣୀ ଙ୍କ ମଣ୍ଡେଇ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ମଣ୍ଡପରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ

Sunil Chandra Nayak

ଵିଞ୍ଝୁଆ ଗ୍ରାମରେ ଆସନ୍ତା ଫେବୃୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭବ୍ୟ ନୂତନ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!