ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଉରକେଲା/ ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଗରିମା ପରିବାର ତରଫରୁ ଆୟୋଜିତ ଓଡିଆ ନବବର୍ଷ ପାଳନରେ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ନବବର୍ଷ ପାଳନର ଶୁଭକାମନା ପ୍ରଦାନ କରିଥିଲେ । ଓଡିଆ ନବବର୍ଷ ପାଳନ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସମସ୍ତଙ୍କ ଧ୍ୟେୟ ହେବା ଦରକାର ବୋଲି ମତ ରଖିଥିଲେ । ସେହିପରି ଫର୍ଟିଲାଇଜର ଟାଉନସିପ ଅଂଚଳର ମା ତାରିଣୀ ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ସଂସ୍କୃତି କୁ ବଂଚାଇ ରଖିବାର ପ୍ରୟାସ ପାଇଁ ସାଧୁବାଦ ଦେଇଥିଲେ । ଅନ୍ୟପକ୍ଷରେ ଲାଠିକଟାର ପ୍ରାକ୍ତନ ଉପାଧ୍ୟକ୍ଷ ସୋମ ଓରାମଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକଶନ୍ତପ୍ତ ପରିବାରକୁ ଆଶ୍ବାସନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ତନ୍ତୀ ଜଣେ ଓଡିଆ ହିସାବରେ ସିଆରପିଏଫ ରେ ଯୋଗଦେଇ ଡିଆଇଜି ପଦବୀକୁ ଉନ୍ନିତ ହୋଇ ଗତମାସରେ ଚାକିରୀରୁ ଅବସର ପରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ ରେଫରି ଚୟନ ପରୀକ୍ଷା 

masiha

ମାନ୍ୟବର ମନ୍ତ୍ରୀଙ୍କର ଜନ୍ମ ଦିନ ଅବସରରେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ମାଗଣା ଚା ବଣ୍ଟନ କାର୍ଯ୍ୟକ୍ରମ 

Leave a Comment

error: Content is protected !!