ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭାବୀ ବର୍ଷା ଯୋଗୁଁ ଚାଷକାମ ଅସମ୍ପୂର୍ଣ୍ଣ,ଚିନ୍ତାରେ ଚାଷୀ

ଡାବୁଗାଁ, ୧୫/୮ (ମ.ନି.ସ.)- ଚଳିତ ବର୍ଷ ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟି ଚାଷୀ କୁଳ କୁ ହତାଶ କରିଛି । ରୁଆ ଓ ବେଉଷଣ ସରିଥିବା ଜମି ବର୍ଷା ଅଭାବ ରେ ଆଦ୍ରତା ଶୁଖି ବିଲ ମାଟି ରେ ଡ଼ାଙ୍ଗରା ଫାଟିଲାଣି । ଅଗଷ୍ଟ ମାସ ତୃତୀୟ ସପ୍ତାହ ଚାଲିଛି ଡାବୁଗାଁ ବ୍ଲକରେ ସ୍ୱଳ୍ପ ବୃଷ୍ଟି କୁ ନେଇ ଚାଷୀକୁଳ ହତାଶ ହେଉଛନ୍ତି । ଚଳିତ ବର୍ଷ ବ୍ଲକରେ ଦେଖାଦେଇଥିବା ଅଭାବୀ ବର୍ଷା ଓ ସମ୍ପ୍ରାତିକ ସ୍ଥିତିରେ ଧାନ ଚାଷ ବିଷୟରେ ଭରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ଙ୍କ ସୂଚନାନୁଯାଇ ବ୍ଲକରେ ସ୍ଵାଭାବିକ ବୃଷ୍ଟି ଠାରୁ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସ ଆଜି ପର୍ଯ୍ୟନ୍ତ ୩୦ ପ୍ରତିଶତ ବୃଷ୍ଟି କମ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଜୁନ ମାସରେ ୧୮୮.୭ ମି.ମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୪୨୫ ମି.ମି ବର୍ଷା ହୋଇଛି । ଆଉ ଚଳିତ ଅଗଷ୍ଟ ମାସ ରେ ୧୧୨ ମି.ମି ବର୍ଷା ହୋଇଥିବା ସୂଚନା ମିଳିଛି । ପାଣିର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ । କୃଷି ଅଧିକାରୀ ଙ୍କ ସୂଚନା ପ୍ରକାରେ ସ୍ୱଳ୍ପ ବୃଷ୍ଟି ଯୋଗୁ ବ୍ଲକରେ ରହିଥିବା ସମୁଦାୟ ଧାନ ଚାଷ ଜମି ୪୫୦୦ ହେକ୍ଟର ରହିଥିବା ବେଳେ ଅନ୍ୟପଟେ ଟିକିରା ଢେପ ଧାନ ଜମିରେ ଏଯାଏ ଧାନ ରୁଆ ହୋଇପାରିନାହିଁ । ଯେଉଁ ଖାଲ ଜମିରେ ଧାନ ରୁଆଓ ବୁଣା ସରିଛି ସେଥିରେ ଚାଷୀ ସାର ପକାଇ ପାରୁନି କି ବେଉଷଣ କାମ ମଧ୍ୟ କରିପାରୁନାହିଁ | ଏହିପରି ସ୍ୱଳ୍ପ ବୃଷ୍ଟି ଓ ଶୁଖିଲା ପାଗ ଆଉ ସପ୍ତାହ ସମୟ ଜାରି ରହେ ତାହାହେଲେ ଆଗାମୀ ଦିନରେ ଚାଷୀକୁଳ ଅଧିକ କ୍ଷତି ଗ୍ରସ୍ତ ହେବେ । ଡାବୁଗାଁ ବ୍ଲକରେ ୧୧୪୫ ହେକ୍ଟର ଜମି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଛି | ଅନ୍ୟପଟେ ସରକାର ମରୁଡି ଅଞ୍ଚଳ ଘୋଷଣା କରିବା ସମ୍ଭାବନା ଅଧିକ ରହିଛି। ଶ୍ରମିକ ଅଭାବ ସମସ୍ୟା ଓ ସ୍ୱଳ୍ପ ବୃଷ୍ଟି ଯୋଗୁଁ କିଛି ଜମିରେ ଧାନ ରୁଆହୋଇ ନପାରି ଧାନ ତଳି ବୁଢା ହେଲାଣି । ରୁଆ ବେଉଷଣ ଜମିରେ ପାଣି ଅଭାବରେ ମାଟିର ଆଦ୍ରତା ଶୁଷ୍କ ଓ କଠିନ ହୋଇ ମାଟି ଫାଟିଲାଣି | ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି | ଯେଉଁ ଜମିରେ ଜଳସେଚନ ସୁବିଧା ରହିଛି ଚାଷୀ ମାନେ ବର୍ଷାକୁ ଅପେକ୍ଷା ନକରି ପାଣି ମଡାଇ କରିଥିବା ଚାଷକୁ ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦେହାନ୍ତ 

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!