ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

 ମୟୂରଭଂଜ -:୨୪/୦୭  —   ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଳକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର ଟି ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ଥାରେ ଅଛି। ବିନା ଖୁଣ୍ଟ,ପିଲର ରେ ଗୃହଟି ଅଛି ।ଛାତ ମଧ୍ୟ ଦୁର୍ବଳ ଅଛି । ଛୋଟ ଛୋଟ କୋମଳମତି ଶିଶୁଙ୍କୁ ପାଠପଢ଼ା ଚାଲିଛି । ବିପଦଶଙ୍କୁଳ ଅଙ୍ଗନବାଡି ଗୃହ ନେଇ ଅଭିଭାବକ,ଅଙ୍ଗନବଗଡି ଦିଦି ଓଃ ରୋଷେୟା ଚିନ୍ତିତ । ଏହି ଗୃହର ଛାତ ଦୁର୍ବଳ ଯୋଗୁଁ ବର୍ଷାପାଣି ଗଡୁଛି । ବର୍ଷା ପାଣିରେ ତଳେ ଆସିବାରେ ଅସୁବିଧା ହେଉଛି ।ଚାରିଆଡେ ସନ୍ତସନ୍ତିଆ ।ଛୁଆ ଗୁଡ଼ିକୁ ଥଣ୍ଡା ଧରୁଛି ।ତେଣୁ ବ୍ଳକ ପ୍ରଶାସନ ତଦନ୍ତ କରି ଶିଘ୍ର ନୂତନ ଗୃହ ହେଉ ଅବା ମରାମତି କରିବାପାଇଁ ଅଭିଭାବକ ମହଲରୁ ଦାବି ହେଉଛି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଆରସିଡ଼ି ହାଇସ୍କୁଲ ୧୯୮୫ ର ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

Sunil Chandra Nayak

ବିପଦ ସଂକୁଳ ଅବସ୍ଥାରେ ଅଚଳ ନଳକୂପ

Sunil Chandra Nayak

କ୍ଷତ୍ରିୟ ଖଣ୍ଡାୟତ ମହାସଭାର ବୈଠକ

masiha

Leave a Comment

error: Content is protected !!