ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୈାମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲା କଂଗ୍ରେସ ର ଦୀପ ଦାନ 

ସୈାମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲା କଂଗ୍ରେସ ର ଦୀପ ଦାନ 

ରାଉରକେଲା: ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଫକୀର ମୋହନ କଲେଜ ର ସାହସୀ ଝିଅ ସୌମ୍ୟାଶ୍ରୀ ଙ୍କୁ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଆଜି ପୂର୍ବାହ୍ନ ରେ ରାଉରକେଲା ଉଦିତନଗର ସ୍ଥିତ ଆମ୍ବେଦକର ଛକ ସମେତ ରାଉରକେଲା ର ବିଭିନ୍ନ କଲେଜ ପରିସରରେ ଦୀପ ଦାନ କରି ପୀଡିତା ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହିତ ସନ୍ଧ୍ୟା ସମୟ ରେ ରାଉରକେଲା ଇସ୍ପାତ ମାର୍କେଟ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଥିଲା l ଓଡିଶା ରେ ଡବଲ ଇଞ୍ଜିନ ସରକାର ର ନାରା ଦେଇ ପ୍ରତିଶ୍ରୁତି ର ପାହାଡ଼ ଉପରେ କ୍ଷମତା କୁ ଆସିଥିବା ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସମସ୍ତ କଂଗ୍ରେସ ନେତୃବୃନ୍ଦ ସେମାନଙ୍କ ବିବୃତି ରେ କହିଥଲେ l ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଆଜି ର ଏହିସବୁ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ପ୍ରଦେଶ କଂଗ୍ରେସ କିଷାନ ସେଲ ର ରାଜ୍ୟ ସଭାପତି ଅଭୟ ସାହୁ , ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗଣେଶ ପ୍ରଧାନ, ସବୀର ହୁସେନ , ଉପସଭାପତି ସନ୍ତୋଷ ବିଶ୍ୱାଳ, ନିହାର ଦାସ , ନଚିକେତା ମହାପାତ୍ର , ଯୁବ କଂଗ୍ରେସ ଜିଲ୍ଲା ଉପସଭାପତି ଇସ୍ତେହାର ମୋହମ୍ମଦ , ବ୍ଲକ ସଭାପତି ହରପ୍ରସାଦ ସାମଲ , ରଘୁନାଥ ଦାସ , ବିନୋଦ ତନ୍ତୀ , ଭୀମ ମାହାତୋ , ନାରୀ ନେତ୍ରୀ ସୁଶ୍ରୀ ରଞ୍ଜିତା ମଲ୍ଲିକ , ସୁନିତା ଲାକ୍ରା, ଝୁନୁ ପଟ୍ଟନାୟକ , ରୁକସାନା ବେଗମ , ଅମ୍ରିତ କୌର, ସରିତା ଟପ୍ପୋ , ନବାବ ଅକତର ରତିକାନ୍ତ ମଲ୍ଲିକ , ସିକନ୍ଦର ଅହମ୍ମଦ , ଛାତ୍ର ନେତା ଅମନ ଅଲ୍ଲୀ , ବିଜୟ ପଟ୍ଟନାୟକ , ଜୁଲୁ ରେହେମାନ , ଅସିତ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ

masiha

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ବରିଷ୍ଠ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!