ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

ଡାବୁଗାଁ, ୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଆୟାପ୍ପା ଭକ୍ତ ଙ୍କ ଇରୁମୁଡି ପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜାରେ ଜୟପୁର ର ରାବଣା ଗୁରୁସ୍ଵାମୀ ଆଇ. ରାବଣା ସ୍ଵାମୀ ଯୋଗ ଦେଇ ପୂଜାର୍ଚ୍ଚନା କରି ବ୍ରତଦ୍ଧାରି ଙ୍କ ମୁଣ୍ଡରେ ଇରୁମୁଡୁ ଧାରଣ କରାଇଥିଲେ । ଏଥିରେ ଭକ୍ତ ମାନେ ମନସ୍କାମନା କରି ଯେ କୌଣସି ଦିକ୍ଷାଧାରିଙ୍କୁ ୩ ବା ୭ମୁଠା ଚାଉଳ ଦେଇଥାନ୍ତି। ସେହି ଚାଉଳ ଓ ଘିଅ ନଡ଼ିଆ କୁ ଏକ ନୂଆ ବସ୍ତ୍ର ରେ ବାନ୍ଧି ମୁଣ୍ଡରେ ଧରି ଦୀକ୍ଷାଧାରି ମାନେ ଆୟାପ୍ପା ଙ୍କ ମନ୍ଦିରକୁ ଯାଇଥାନ୍ତି । ଏଥିରେ ୨ଜଣ ମଣିକଣ୍ଠ ସ୍ଵାମୀ ଙ୍କ ସହ ଡାବୁଗାଁ ଗୁରୁସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା , ସ୍ଵାମୀ ଚିତରଞ୍ଜନ ପାତ୍ର, ସୁରେଶ ସାହୁ ସହ ମୋଟ ୧୭ଜଣ ବ୍ରତ ଧାରି ସ୍ଵାମୀ ଇରୂମୁଡ଼ି ଧାରଣ କରିଥିଲେ ସମସ୍ତ ଭକ୍ତ ମାନେ କେରଳ ର ସାବାରିମାଳା ଯାଇ ଫମ୍ପା ନଦୀରେ ସ୍ନାନ କରି ସେଠାରୁ ଚାଲି ଚାଲି ଯାଇ ଆୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ଆୟାପ୍ପା ସ୍ଵାମୀ ଙ୍କୁ ଦର୍ଶନ କରିବେ। ଭକ୍ତ ମାନେ ସମସ୍ତ ଦିକ୍ଷାଧରି ଆୟାପ୍ପା ସ୍ଵାମୀ ମାନଙ୍କୁ ରାଧାକୃଷ୍ଣ ମନ୍ଦୀର ଠାରୁ ଡାବୁଗାଁ କୃଷିଫାର୍ମ ଯାଏଁ ଏକ ଶୋଭାଯାତ୍ରା ରେ ନେଇଯାଇଥିଲେ । ପରେ ସେଠାରୁ ଆୟାପ୍ପା ସ୍ଵାମୀ ଙ୍କ ଦର୍ଷନାର୍ଥେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଆସିକାରେ ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

୯୭ ବର୍ଷୀୟା ଧର୍ମ ପରାୟଣ ବୃଦ୍ଧା ଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

Leave a Comment

error: Content is protected !!