ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ପଡା ରେ ଗଣେଶ ପୂଜା ଧୁମଧାମରେ ପାଳିତ

ବଡ଼ପଡା ରେ ଗଣେଶ ପୂଜା ଧୁମଧାମରେ ପାଳିତ

ଜୁନାଗଡ଼,୧/୯(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଡ଼ପଡା ଠାରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ମହାସମାରୋହ ପାଳିତ ହେଉଛି । ଏହି ଗଣେଷ ପୂଜା କମିଟି ପ୍ରତି ବର୍ଷ ଏକ ନିଆରା ଢଙ୍ଗ ରେ ମୂର୍ତ୍ତି ତିଆରି କରି ପୂଜା କରିବା ସହ ଅଞ୍ଚଳ ରେ ଚର୍ଚ୍ଚା ରେ ରହିଥାନ୍ତି । କେବେ ତିରୁପତି ବାଲାଜି , ତ କେବେ ଜଗନ୍ନାଥ , ବୁଦ୍ଧ , ବାଳଗଣେଶ , ଲାଲ ବାଗ କି ରାଜା ଭଳି ପ୍ରାୟ କୋଡିଏ ବର୍ଷ ରୁ ଉର୍ଦ୍ଧ୍ବ ନିଆରା ଢଙ୍ଗ ରେ ଗଣେଶ ମୂର୍ତି ତିଆରି କରି ପୂଜା କରି ଆସୁଛନ୍ତି । ଚଳିତ ବର୍ଷ ଏପରି ଏକ ସିଦ୍ଧି ବିନାୟକ ମୂର୍ତ୍ତି ନିର୍ମାଣ କରି ଏକ ଆକର୍ଷଣୀୟ ଢଙ୍ଗ ରେ ପୂଜା କରୁଥିବା ରୁ ଶ୍ରଧାଳୁ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି । ମୂର୍ତି ଯେତେ ଆକର୍ଷଣୀୟ ହୋଇଛି ପୂଜା ମଣ୍ଡପ ଓ ସାଜସଜ୍ଜା ଏହାର ଦ୍ବିଗୁଣିତ ହୋଇଥିବା ଦେଖିବାକୁ ମିଳିଛି । ଏହି ପୂଜା ନଅ ଦିନ ଧରି ଆନୁଷ୍ଟିତ ହେବ । ଏହି ପୂଜା ଦେଖିବାପାଇଁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଛି । ଏହି ପୂଜା କମିଟିର ରାଜନ ମାଝୀ , ସିକନ୍ଦର ମାଝୀ , ରବୀନ୍ଦ୍ର ଦୁର୍ଗା , କମଳାକାନ୍ତ ବେଶ୍ରା , ବିକ୍ରନ୍ତ କୁମାର , ସାଗର ଆନଦାନି , ଧର୍ମେନ୍ଦ୍ର ନାଏକ , କୁଞ୍ଜ ବେଶ୍ରା , କାହୁଁ ବେଶ୍ରା , ଅଜିତ ନାଏକ , ବିକ୍ରମ କନ୍ଧପାନ , ସୋନୁ ମାଝୀ ପ୍ରମୂଖ ସକ୍ରିୟ ସଦସ୍ୟ ଦାୟିତ୍ବ ତୁଲାଇ ସମ୍ପନ୍ନ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

masiha

ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ ଦାବୀ କଲା ୱାର୍କିଙ୍ଗ ଜର୍ନାଲିଷ୍ଟ ୟୁନିୟନ 

Sunil Chandra Nayak

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Sunil Chandra Nayak

Leave a Comment

error: Content is protected !!