ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଢେଙ୍କାନାଳ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୨୮/୬/୨୩- ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗ ଓ ଶୀର୍ଷକକୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ହ୍ଵାଟ୍ସଆପ୍ ଗୃପରେ । ଏହି ପରିପ୍ରେକ୍ଷୀରେ ଗତ ତା ୧୮/୬/୨୦୨୩ ରିଖରେ ହ୍ବାର୍ଟସପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ବାଟଭୁଲା ପଥିକ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୮ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର(ସୋନପୁର), ସୁକାନ୍ତି ଦାଶ, ଚାନ୍ଦବାଲି, ଭଦ୍ରକ, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ସୁରେଶ କୁମାର ପରିଡା, ସାଲୁଣି, ନୟାଗଡ଼, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଦୁର୍ଯ୍ୟୋଧନ ବେହେରା, ଢେଙ୍କାନାଳ, ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ ଓ ରୀତାଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା ପ୍ରମୁଖ ।

     ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାର କବୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ଦୁର୍ଯ୍ୟୋଧନ ବେହେରା, ଢେଙ୍କାନାଳକୁ ମିଳିଛି ପ୍ରଥମ ସ୍ଥାନ । ସେହିପରି ରୀତାଅପରାଜିତା ମହାନ୍ତିଙ୍କୁ ଦ୍ବିତୀୟ ଓ ସୁରେଶ କୁମାର ପରିଡାଙ୍କୁ ମିଳିଛି ତୃତୀୟ ସ୍ଥାନ । ସମସ୍ତଙ୍କର କବିତା ରଚନା ପ୍ରାୟ ଖୁବ୍ ସୁନ୍ଦର ଓ ଉଚ୍ଚ କୋଟୀର ଥିଲା । ସେଥିପାଇଁ ଅନୁଷ୍ଠାନ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି, ଯାହା ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ଵେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

Sunil Chandra Nayak

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

masiha

ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି

Leave a Comment

error: Content is protected !!