ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିଧାୟକଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ସ୍ଥିତ ସେକ୍ଟର-୧ ରେ ଥିବା ଇସ୍ପାତ ଫିଟନେସ ପାର୍କ ପରିଷରରେ ଆଜି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନେତୃତ୍ବରେ ମା’ଙ୍କ ନାମରେ ଗଛଟିଏ ନାମକ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଦଳର କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଂଚଳବାସୀ ମାନେ ମିଶି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ତନ୍ତୀ ସୁସ୍ଥ ରହିବାପାଇଁ ନିଜ ଆଖ ପାଖର ପରିବେଶ ମଧ୍ୟ ପ୍ରଦ୍ୟୁଷଣ ମୁକ୍ତ ରହିବା ନିତ୍ୟାନ୍ତ ଆବଶ୍ୟକ । ସୁସ୍ଥ ପରିବେଶ ନିର୍ମାଣରେ ବୃକ୍ଷର ମହତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହି ନିରନ୍ତର ବୃକ୍ଷ ରୋପଣ କରିବା ସହିତ ଏହାର ସୁରକ୍ଷା ପାଇଁ ମଧ୍ୟ ପ୍ରୟାସ କରିବା ପାଇଁ ସମସ୍ତଙ୍କୁ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ 

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଅଭିଯାନ ଅନୁଷ୍ଠିତ

masiha

Leave a Comment

error: Content is protected !!