ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶଶୀ ପ୍ରଧାନୀ: ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ମିଳିବ ବୋଲି ବର୍ଷ ବର୍ଷ ବିତିଲା ଏପଟେ ବର୍ଷା ବି ସାଜିଲା ବୈରି

ତେନ୍ତୁଳିଖୁଣ୍ଟି ୦୩/୦୮/୨୩କେନ୍ଦ୍ର ଓ ରାଜ୍ୟ ଗରୀବ ବାସହୀନ ଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବାରେ ହେଳା କରୁ ନାହାଁନ୍ତି । କିନ୍ତୁ ଶଶୀ ପ୍ରଧାନୀ ,ପଦ୍ମା ପ୍ରଧାନୀ ,ସୁଲୋଚନା ଖରା ଦିନା ହରିଜନ ଭଳି ଘର ପାଇବା କୁ ସର୍ବୋତ୍ତ ଭାବେ ଯୋଗ୍ୟ ଙ୍କୁ ପ୍ରଧାନ ମନ୍ତ୍ରୀ ଆବସଗୃହ କାର୍ଯ୍ୟାଦେଶ ମିଳି ପାରୁନି କେବଳ ପ୍ରତିଶୃତି ମିଳୁଛି। 

  ସ୍ବର୍ଗତ ଗୋପୀ ପ୍ରଧାନୀ ଙ୍କ ବିଧବା ଶଶୀ ପ୍ରଧାନୀ (26) ନିଜର ଚାରି ସନ୍ତାନ ଝିଅ ବର୍ଷା ପ୍ରଧାନୀ (13),ବବି ପ୍ରାଧାନୀ (12),ରାଖୀ ପ୍ରଧାନୀ (7),ପୁଅ ରାଜେଶ ପ୍ରାଧାନୀ (4) ସହିତ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ରେ ଭାଗ୍ୟ କୁ ଆଦରି କୁଲି କରି ଜୀବନ ବିତାଉଛନ୍ତି। ଘର କହିଲେ ମାଟି ରେ ତିଆରି କୁଡ଼ିଆ। ସ୍ୱାମୀ ଥିବା ବେଳଠୁଁ ଆଜି ଯାଏଁ ଶାଶୁ ପଦ୍ମା ପ୍ରଧାନୀ ଓ ଶଶୀ ପ୍ରଧାନୀ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଆସିବ ଶୁଣି 6 ବର୍ଷ ବିତିବାକୁ ବସିଲାଣି । ସ୍ୱାମୀ 2022 ରେ ଆର ପାରି ଚାଲିଯିବା ପରେ ଭାଗ୍ୟ କୁ ଆଦରି କୁଡ଼ିଆରେ ପାଞ୍ଚ ପ୍ରାଣୀ ଙ୍କ ରହଣି କୁ ଦଇବ ସହିଲାନି ଯେ ବର୍ଷା ରେ ଗତକାଲି କାଂଥ ଭୁଶୁଡି ଗଲା ଭାଗ୍ୟ କିନ୍ତୁ ଭଲ ଥିଲା କୌଣସି ସନ୍ତାନ କି କାହାର କିଛି କ୍ଷତି ହୋଇନି। 

ଥରକୁଥର ବିଭିନ୍ନ କାଗଜପତ୍ର ପଞ୍ଚାୟତ ସ୍ତରରେ ୱାର୍ଡ ସଭ୍ୟ ଠୁଁ ଆରମ୍ଭ କରି ପଂଚାୟତ କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ ମଧ୍ୟ ନେଇଛନ୍ତି। ସାଧାରଣ ରେ ଧାରଣା ସୃଷ୍ଟିହେଲା ଯାହାର ଜିଓ ଟେକ ହୋଇଛି ସେ ନିଶ୍ଚିତ ଆବସଗୃହ ପାଇବ। କିନ୍ତୁ ଜୁନ ମାସ ରେ ବଣ୍ଟନ ହୋଇଥିବା ଆବାସ ଗୃହ କାର୍ଯ୍ୟାଦେଶ ପରେ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଲା ,ସେଥିରେ ନା ଶଶୀ ପ୍ରଧାନୀ ନା ଶାଶୁ ପଦ୍ମା ର ନାମ ଦେଖିବାକୁ ମିଳିଲା।   

  ସ୍ୱାମୀ ଗୋପୀ ର ମୃତ୍ୟୁ ବେଳେ ଆସିଥିବା ଲୋକ ପ୍ରତିନିଧି ଶଶୀ ଙ୍କୁ କହିଥିଲେ ତୁମକୁ ପ୍ରାଥମିକତା ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ଗୃହ ଦିଆଯିବ। ଗଣମାଧ୍ୟମ ରେ ମଧ୍ୟ ଏଭଳି କିଛି ହିତାଧିକାରୀ ଙ୍କ ଘର ର ଅବସ୍ଥା ଦେଖି ଖବର ପ୍ରକାଶ କରିବା ପରେ ବ୍ଲକ ସ୍ତରୀୟ କର୍ମଚାରୀ ଆସି ସେହି ଘର ର ସ୍ଥିତି ଦେଖି ପରିବାର ସଦସ୍ୟ ଙ୍କ କାଗଜ ପତ୍ର ନେଇ ପ୍ରାଥମିକତା ଭିତ୍ତିରେ ଘର ମିଳିବ ବୋଲି କହିଥିଲେ। କିନ୍ତୁ ବିଡମ୍ବନା ପ୍ରତିଶୃତି ଆଶ୍ୱାସନା ମଧ୍ୟରେ ଆଶା ରେ ବିତିଗଲା ସମୟ , ଆଖିରୁ ପାଣି ଶୁଖିଗଲା କିନ୍ତୁ ଶେଷରେ ଗୃହ ମିଳିଲାନି ପ୍ରାଥମିକତା ଭିତ୍ତିରେ।  

ଲଗାତର ବର୍ଷା ରେ ଶଶୀ ର କୁଡ଼ିଆ ର କାଂଥ ଭୁଶୁଡି ଯାଇଛି । ଏବେ ସେ ବିଧବା ଚାରି ସନ୍ତାନ କୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବ ଚିନ୍ତାରେ । ଶାଶୁ ପଦ୍ମା ନଣନ୍ଦ ଚଂଚଳା ରହୁଥିବା ଦୁଇ ବଖରା କୁଡ଼ିଆ ରେ ତ ସୂର୍ଯ୍ୟ ଚନ୍ଦ୍ର ଦେଖାଯାଉଛନ୍ତି ତଥାପି ଏମାନେ ସେଠି ବର୍ଷା ର ପ୍ରକୋପ ଆଶ୍ରା ନେବାକୁ ବାଧ୍ୟ। ଶଶୀ ତ କୁଲି କଲେ ପରିବାର ପୋଷୁଛି ବର୍ଷାରେ କାଂଥ ନୂଆରେ କରିବ କିପରି ?

  ଶାଶୁ ପଦ୍ମା ଓ ଅବିବାହିତା ନଣନ୍ଦ ଚଂଚଳା ଅବସ୍ଥାନ କରୁଥିବା ଘର ର ସ୍ଥିତି ସମ୍ପର୍କରେ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ବି ଫଳ ଶୁନ । ଶଶୀ କଥା କିଏ ଶୁଣିବ ? 

 ଚଳିତ ଥର ଯେଉଁ ମାନେ ଆବାସ ଗୃହ ପାଇଛନ୍ତି ସେମାନଙ୍କ ମଧ୍ୟରୁ କ୍ଵଚିତ ହିତାଧିକାରୀ ଏଭଳି ସ୍ଥିତିରେ ବୋଧ ହୁଏ ଥିବେ। ଶଶୀ , ପଦ୍ମା ଓ ଚଂଚଳା ସବୁ ଦୃଷ୍ଟିକୋଣରୁ ଘର ପାଇବାକୁ ଯୋଗ୍ୟ ଥିବା ସତ୍ତ୍ୱେ ବଞ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ। ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନ ମନ୍ତ୍ରୀ ଅବାସ ଗୃହତାଲିକାରେ ପରଜା ବାରଙ୍ଗ ପଦର ର 28 ହିତାଧିକାରୀ ନାମପ୍ରକାଶ ହୋଇଛି ଅଥଚ ଏହି ତାଲିକା ରେ ମଧ୍ୟ ପ୍ରଧାନୀ ପରିବାର ଙ୍କ କାହାର ନାମ ନାହିଁ। ଶଶୀ ପ୍ରଧାନୀ ଙ୍କୁ କୌଣସି ଯୋଜନାରେ ସଂଶ୍ଲିଷ୍ଟ କରି ତାର ପରିବାର ବୋଝ କିଛିଟା ଲାଘବ କରିବାକୁ ମତ ପ୍ରକାଶ ପାଉଛି। 

 ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ଏ ସମ୍ପର୍କ ରେ ପଚାରିବାରୁ କହିଲେ ମୋ ଯୋଗଦାନ ପୂର୍ବରୁ ଆବାସ ହିତାଧିକାରୀ ଚୟନ ହୋଇ ସାରିଥିଲା ,ତଥାପି ଶଶୀ ଭଳି ହିତାଧିକାରୀ ଙ୍କ ପାଇଁ କଣ କରାଯାଇ ପାରିବ ଉପରିସ୍ତ ଅଧିକାରୀ ଙ୍କ ସହ କଥାବାର୍ତ୍ତା କରି ପଦକ୍ଷେପ ନେବି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଙ୍କୁ ପଚାରିବାରୁ ଶଶୀ ର ପରିବାର ପାଇଁ କଣ କରାଯାଇ ପାରିବ ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ ନେବି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ରାମପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

Leave a Comment

error: Content is protected !!