ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣ ଜନ୍ତା ପାଲଟିଛି ଖୁଟୁବାଇ – ମାଲେକୋଟ ରାସ୍ତା, ହେଉନି ମରାମତି :ଜନ ସାଧାରଣ ରେ ଅସନ୍ତୋଷ

ନବରଙ୍ଗପୁର—(ମସିହା)ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି , କେଉଁଠି ପିଇବା ପାଣି ପାଇଁ ତ କେଉଁଠି ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , କିନ୍ତୁ ଏମିତି କିଛି ଗ୍ରାମ ରହିଛି କି ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉନାହିଁ , ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତରେ । ଗତ ୩୦ ବର୍ଷରୁ ଅଧିକ ସମୟ ପୂର୍ବେ ଖୁଟୁବାଇ ଗ୍ରାମ ଠାରୁ ମଲେକୋଟ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ସେହଦିନଠାରୁ ଏହି ରାସ୍ତା ଉପରେ ଖୁଟୁବାଇ, ଦାମାପାଲା, ସାନ ଦାମାପାଲା, ଶିରାଗୁଡ଼ା, ଜଲକୋଟଗୁଡା,ଫୁଲପଦର ସହ ଡଙ୍ଗରା ପଞ୍ଚାୟତ ର ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି । ସ୍କୁଲ, କଲେଜ, ଗର୍ଭବତୀ ମହିଳା, ରୋଗୀ ତଥା ସାଧାରଣ ଜନତା ପ୍ରତିଦିନ ଏହି ରାସ୍ତା ଦେଇ ବ୍ଲକ ସଦରମହକୁମା କିମ୍ବା ଜିଲ୍ଲା ସଦର ମହକୁମା କୁ ଯିବା ଆସିବା କରିଥାନ୍ତି । କିନ୍ତୁ ଗତ ୧୫ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି , ସ୍ଥାନେ ସ୍ଥାନେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ବର୍ତ୍ତମାନ ଏହି ୭ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ର ଅବସ୍ଥା ଏମିତି ହେଇଛି କି ଚାଲି ଯିବା ମୁସ୍କିଲ ହୋଇପଡିଛି । ଅନେକ ସମୟରେ ଏହି ରାସ୍ତା ରେ ଛୋଟ ବଡ ଦୁର୍ଘଟଣା ଘଟିଥିବା ନଜିର ମଧ୍ୟ ରହିଛି । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଆସିବା ମୁସ୍କିଲ ହେଇପଡିଛି । ଅଞ୍ଚଳ ର କୌଣସି ରୋଗୀ ଡାକ୍ତରଖାନା ଯିବାକୁ ହେଲେ କିଛି ଦୂର ଚାଲିବାକୁ ପଡ଼ିଥାଏ ବୋଲି କହିଛନ୍ତି ଅଞ୍ଚଳବାସୀ । ଏନେଇ ଅଞ୍ଚଳବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ସାଂସଦ, ସରପଞ୍ଚ ଙ୍କୁ ରାସ୍ତା ମରାମତି ପାଇଁ ଗୁହାରି କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ । କିଛି ଦିନ ତଳେ ଉକ୍ତ ରାସ୍ତାର କିଛି ଦୂର ମାଟି ଢାଳି ଦେଇଥିବା ଦେଖିବାକୁ ମିଳିଛି , ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି କି ଗାଁ ଗାଁରେ ମାଟି ରାସ୍ତା ଗୁଡ଼ିକୁ ସରକାର ପିଚୁ ରାସ୍ତା ରେ ପରିଣତ କରୁଥିବା ବେଳେ ଆମ ରାସ୍ତା ପୂର୍ବରୁ ପିଚୁ ରାସ୍ତା ଥିଲା, କିନ୍ତୁ ବର୍ତ୍ତମାନ ଏହି ରାସ୍ତା ମାଟି ରାସ୍ତା ହେଇଗଲା କେମିତି…. ? 

ଆଗକୁ ସାଧାରଣ ନିର୍ବାଚନ , ପୁଣି ନେତା ମନ୍ତ୍ରୀ ଗାଁ ମୁହାଁ ହେବେ , ପୁଣି ଲୋକଙ୍କୁ ପ୍ରତିଶ୍ରୁତି ଦିଅନ୍ତି , ଏପରି ନିର୍ବାଚନ ପରେ ନିର୍ବାଚନ ହେଇଚାଲେ କିନ୍ତୁ ଲୋକଙ୍କ ସମସ୍ୟା କେହି ହେଲେ ଦୂର କରନ୍ତି ନାହିଁ । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏହି ସବୁ ସମସ୍ୟା ରହିଥିଲେ ମଧ୍ୟ କେହି ହେଲେ ସମସ୍ୟା ଦୂର କରିବାକୁ ଉଦ୍ୟମ କରୁନଥିବା ରୁ ସାଧାରଣ ଜନତା ବହୁତ ହଇରାଣ ହେଉଛନ୍ତି । ଯଦି ଯଥା ଶୀଘ୍ର ଏହି ୭ କିମି ରାସ୍ତା ମରାମତି କରାନଯାଏ ତେବେ ଆଗାମୀ ନିର୍ବାଚନରେ କୌଣସି ନେତା ମନ୍ତ୍ରୀ ଙ୍କୁ ଗ୍ରାମ ଗୁଡିକରେ ପଶିବାକୁ ଦେବୁନାହିଁ , ଦରକାର ପଡିଲେ ଅଞ୍ଚଳବାସୀ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ଟିମ୍, ପାର୍ଥିଙ୍କ ଆଚରଣ ବିଧି ନିରୀକ୍ଷଣ ଟିମ୍, ଲେଖା ହିସାବ ସମ୍ବନ୍ଧୀୟ ଟିମ୍,ପୋଲିସ ଟିମ୍, ଭିଡିଓ ଟିମ୍ ତାଲିମ ସମ୍ବନ୍ଧୀୟ ସମୀକ୍ଷା ବୈଠକ 

masiha

ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ସାଗରିକା ପ୍ରିୟଦର୍ଶିନୀ ଙ୍କ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

Leave a Comment

error: Content is protected !!