ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରମ୍ଭ ପୂର୍ବରୁ ଗର୍ଜିଲେ ଧାନ ମଣ୍ଡି ଶ୍ରମିକ,କ୍ରୟ ବିକ୍ରୟ ଉପରେ ପଡ଼ିବ ପ୍ରତିକୁଳ ପ୍ରଭାବ 

ଆରମ୍ଭ ପୂର୍ବରୁ ଗର୍ଜିଲେ ଧାନ ମଣ୍ଡି ଶ୍ରମିକ,କ୍ରୟ ବିକ୍ରୟ ଉପରେ ପଡ଼ିବ ପ୍ରତିକୁଳ ପ୍ରଭାବ 

ଜୁନାଗଡ଼,୨୬/୧୧((ମନିସ)-ଅମଳ ହେବାରେ ଲାଗିଛି ଧାନ, ଶ୍ରୀ ଗଣେଷ ହୋଇ ସାରିଲାଣି ଧାନ ମଣ୍ଡି, ଏପଟେ ମୁଣ୍ଡ ଟେକିଛି ଆନ୍ଦୋଳନର ପ୍ରସ୍ତୁତି ପର୍ବ, ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଚାରବାହାଲ ଧାନ ମଣ୍ଡି ପରିସରରେ, ଏଠାରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ବୈଠକ, ଭାରତୀୟ ମଜଦୁର ଶ୍ରମିକ ସଂଘର ପୂର୍ବତନ ସଭାପତି ତଥା କଳାହାଣ୍ଡି ମଣ୍ଡି ୟୁନିଅନ ସଭାପତି ଙ୍କ ଆହ୍ବାନ କ୍ରମେ ଜିଲ୍ଲାର କୋଣ ଅନୁକୋଣରୁ ଶ୍ରମିକ ମାନେ ଛୁଟି ଆସିଥିଲେ, ସରକାର ବର୍ଦ୍ଧିତ ମୂଲ୍ୟ ଦୁଇ ବର୍ଷ ହେଲା ପ୍ରଦାନ କରୁ ନାହାଁନ୍ତି, ଆମେ ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିଶ୍ରମ କରି ଆସୁଛୁ , ହେଲେ ଆମ ପରିଶ୍ରମର ଉଚିତ ପ୍ରାପ୍ୟ ମିଲି ପାରୁନାହିଁ, ଯଦି ସରକାର ଆମ କଥା ନ ବୁଝିବେ ତେବେ ଆମେ ମଣ୍ଡି କାର୍ଯ୍ୟରୁ ନିବୃତ ରହିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ଭାରତୀୟ ମଜଦୂର ସଂଘ ର କାର୍ଯ୍ୟକାରୀ ସଭାପତି ତଥା କଳାହାଣ୍ଡି ମଣ୍ଡି ୟୁନିଅନ୍ ର ହେମାଳ ସଭାପତି ସୁରେନ୍ଦ୍ର ମୋହନ କର ଚେତାବନୀ ଦେଇଛନ୍ତି, ତେବେ ଦେଖିବାକୁ ବାକି ରହିଲା ସରକାର ମଣ୍ଡି ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଥିବା ଏଭଳି ସମସ୍ୟାକୁ କିଭଳି ସମାଧାନ କରିବେ ଓ ସୁଚାରୁରୂପେ ମଣ୍ଡି ପରିଚାଳନା କରିବେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

Sunil Chandra Nayak

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୨ ତମ ବାର୍ଷିକ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!