ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

କୋକସରା,୧୩/୫- ବିବାହିତା ମହିଳା ବିଷ ପିଇ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତ ଝିଅର ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର ଅଭିଯୁକ୍ତ ଘାସିରାମ ନାଏକ(୨୫) କୁ କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୁଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଜଣେ ବିବାହିତା ମହିଳା ଡାଲିମ୍ବ ନାଏକ (୨୦) ଗତକାଲି ବିଷ ପାନ କରି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ମୃତକ ମହିଳାଙ୍କ ସ୍ୱାମୀ ଘାସିରାମ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଝଗଡା କରି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଥିବା ବେଳେ ମୃତ ଝିଅର ବାପା ବିଷ ପିଆଇ ମାରି ଦିଆଯାଇଛି ବୋଳି କୋକସରା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଘାସିରାମ ନାଏକକୁ କେଶ ନମ୍ବର ୧୩୮/୨୩ରେ ଧାରା ୩୦୨ ରେ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ 

masiha

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: 15ତାରିଖରୁ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ 

Leave a Comment

error: Content is protected !!