ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

କୋକସରା,୧୩/୫- ବିବାହିତା ମହିଳା ବିଷ ପିଇ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତ ଝିଅର ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର ଅଭିଯୁକ୍ତ ଘାସିରାମ ନାଏକ(୨୫) କୁ କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୁଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଜଣେ ବିବାହିତା ମହିଳା ଡାଲିମ୍ବ ନାଏକ (୨୦) ଗତକାଲି ବିଷ ପାନ କରି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ମୃତକ ମହିଳାଙ୍କ ସ୍ୱାମୀ ଘାସିରାମ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଝଗଡା କରି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଥିବା ବେଳେ ମୃତ ଝିଅର ବାପା ବିଷ ପିଆଇ ମାରି ଦିଆଯାଇଛି ବୋଳି କୋକସରା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଘାସିରାମ ନାଏକକୁ କେଶ ନମ୍ବର ୧୩୮/୨୩ରେ ଧାରା ୩୦୨ ରେ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବନ ବିଭାଗ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ ! ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ

masiha

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

Leave a Comment

error: Content is protected !!