ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଖପ୍ରାଖୋଲ ୨୭/୩// ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକ ନିକଟରେ ହାଇୱା ଟ୍ରକ୍ ଅଟକାଇ ଲୁଟ ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖପ୍ରାଖୋଲ ଥାନା କର୍ଲାମାଲ ଗାଁ ର ରଶ୍ମି ରଞ୍ଜନ ସରାଫ ଓରଫ ଶ୍ରୀତମ (୨୨)ଓ ବେଳପଡ଼ା ଥାନା ବନମାଲ ଗାଁ ର ନବୀନ କୁମାର ସାହୁ (୨୫) ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଶନିବାର ମଧ୍ୟ ରାତ୍ର ପ୍ରାୟ ୧୨ଟା ସମୟ ରେ ଏକ ହାୱାଇ ଟ୍ରକ୍ ବାଲି ନାନ୍ଦୁପଲା ରୁ ପକାଇ ଫେରୁଥିବା ବେଳେ ହରିଶଙ୍କର ଛକ ନିକଟରେ ଏକ ମୋଟର ସାଇକେଲ ରେ ଦୁଇ ଜଣ ଯୁବକ ଟ୍ରକ୍ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ଏକ ମୋବାଇଲ ଫୋନ, ଗାଡ଼ିର ଜେକ୍ ରଡ ଆଦି ଲୁଟ କରି ଚାଲିଯାଇଥିଲେ। ଡ୍ରାଇଭର ଖପ୍ରାଖୋଲ ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୮୫/୨୦୨୪ ରେ ଏକ ମାମଲା ରୁଜୁ କରି ମୋବାଇଲ, ଜେକ ରଡ଼ ମେସିନ ଓ ଲୁଟ ରେ ବ୍ୟବହୃତ ମୋଟର ସାଇକେଲ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

masiha

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

Leave a Comment

error: Content is protected !!