ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ମୟୂରଭଞ୍ଜ ୨୦/୩/୨୩ // (ମସିହା) ଚାଷୀ ହେଉଛି ଦେଶର  ଅର୍ଥନୀତିର ମେରୁଦଣ୍ଡ । ସେମାନେ ଅନ୍ନଦାତା । ଚାଷୀମାନେ କିଭଳି ନିଜ ଗୋଡ଼ରେ ଛିଡ଼ା ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ସେଥିପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି । ତେଣୁ ଚାଷୀଙ୍କ ଘର ପାଖରେ ସରକାର ଲ୍ଯାମ୍ପ ପ୍ରତିଷ୍ଠା କରି ସେମାନଙ୍କୁ ଆର୍ଥିକ ସହାୟତା କରୁଛି । ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ଯୋରଦା ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ବିଭିନ୍ନ ପଞ୍ଚାୟତକୁ ନେଇ କାର୍ଯ୍ୟ କରୁଥିବା ଧାଙ୍ଗିଡିମୁତା ଲ୍ଯାମ୍ପ,ବାଦାମ ପାହାଡ଼ ଆନୁକୁଲ୍ୟରେ ଲ୍ଯାମ୍ପ ସଭାପତି ଫୋକଲ ସିଂ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲ୍ଯାମ୍ପ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯୋରଦା ପଞ୍ଚାୟତର ଯୁବ ସରପଞ୍ଚ ଇଂ ଚିତ୍ତରଂଜନ ମାଝୀଙ୍କ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଏଆରସିଏସ ମନୋରଂଜନ ବେହେରା, ମୁଖ୍ୟ ବକ୍ତା ବ୍ଳକ କୃଷି ଅଧିକାରୀ ଭୀମସେନ ସିଂ, ସମ୍ମାନିତ ଅତିଥି ଏମସିସି ବ୍ୟାଙ୍କ ମେନେଜର ଅବିନାଶ ବେହେରା,ଏମଡି ଅମୂଲ୍ୟ ଗିରି,ତଳାପାତି ସରପଞ୍ଚ ଚନ୍ଦ୍ର ମୋହନ ଜେରାଇ,ଧାଙ୍ଗିଡିମୁତା ସରପଞ୍ଚ ଦିଲିପ ସୋରେନ ପ୍ରମୁଖ ଯୋଗଦେଇଥିଲେ । ଅତିଥି ଗଣ କହିଥିଲେ ସମବାୟ ମାଧ୍ୟମରେ ଚାଷୀମାନଙ୍କୁ କିପରି ସହଜରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯିବା ସହ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଉପସ୍ଥିତ ଚାଷୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ କହିଥିଲେ । ମହିଳାମାନେ ଘରର ମେରୁଦଣ୍ଡ । ସେମାନେ ଘରର ଉନ୍ନତି ପାଇଁ ସମର୍ପିତ । ସେମାନେ ଚାଷ ପ୍ରତି ଅଧିକ ଉତ୍ସାହିତ ଚାଷରେ ମନ ଦେଇ ନିଜର ଆର୍ଥିକ ଶକ୍ତି ଅଭିବୃଦ୍ଧି କରିବା ପାଇଁ ଆଗେଇ ଆସନ୍ତୁ ।ପରେ ବିଭିନ୍ନ ଅଂଚଳର ବିଶିଷ୍ଟ ଚାଷୀ ମାନଙ୍କୁ ଅତିଥିଗଣ ଉତ୍ତରୀୟ , ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚାଷୀମାନେ ଯୋଗଦେଇ ଚାଷ ସମ୍ବନ୍ଧୀୟ ବହୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଆହରଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜେଡି ଶାସନରେ ମହିଳା ନିରାପଦ ଥିଲେ,ଜଡାମୁଣ୍ଡା ଓ ଭେଲା ଗ୍ରାମରେ ମହିଳା, କୃଷକ, ଆଦିବାସୀ ଓ ଅନୁସୂଚିତ ଜାତି ସମୁଦାୟଙ୍କ ଭରସା ବିଜେଡି 

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କୁ ମିଳିଲା “ଦରବାର ସାହିତ୍ୟଚକ୍ର ସମ୍ମାନ”

Sunil Chandra Nayak

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

masiha

Leave a Comment

error: Content is protected !!