ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ 

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ 

ଡାବୁଗାଁ, ୨୯/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଙ୍ଗଳବାର ଅପରାହ୍ନ ରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି | ବ୍ଲକ ସଦର ମହକୁମାସ୍ଥିତ ଶିବ ମନ୍ଦିର ଠାରେ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ମାନେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ରେ ପହଞ୍ଚିଥିଲେ | ଏହାପରେ ୟୁନିଫାଏଡ ଉପସ୍ଥାନ ପଦ୍ଧତିକୁ ବିରୋଦ୍ଧ କରି ବିବିନ୍ନ ସ୍ଲୋଗାନ ଦେବା ପରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଦାବିପତ୍ରରେ ୬ ଦଫା ଦାବୀ ଯଥା:- ୟୁନିଫାଏଡ ଉପସ୍ଥାନ ପଦ୍ଧତି ଦ୍ଵାରା ଉପସ୍ଥାନ ତୁରନ୍ତ ସ୍ଥଗିତ କରାଯାଉ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ଠିକା ନିଯୁକ୍ତି ବନ୍ଦ କରିବା, ଏଚଆରଏମଏସ ରେ ଛୁଟିନେବା ସହିତ ଲିଖିତ ଆକାରରେ ଛୁଟି ନେବାକୁ ମଧ୍ୟ ଅନୁମତି ପ୍ରଦାନ, ଏକ୍ସ- କ୍ୟାଡର ଉଚ୍ଛେଦ କରି ସମସ୍ତ ଶିକ୍ଷକ ଙ୍କୁ ଗୋଟିଏ କ୍ୟାଡର କରାଯାଉ ଓ ବିଦ୍ୟାଳୟ ଗୁଡିକରେ ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ଙ୍କୁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇଦେବା ଆଦି ଦାବୀ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଶିକ୍ଷୟତ୍ରୀ ବନାଲତା ମହାନ୍ତି, ଗୀତାଞ୍ଜଳି ନିହାଲ, ପ୍ରତିମା ମାଝି, ଲକ୍ଷ୍ମୀପ୍ରିୟା ଚୌଧୁରୀ, ବିଷ୍ଣୁପ୍ରିୟା ବେହେରା, ନମିତା ମାଝି ଓ ନିବେଦିତା ଦାଶ, ଶିକ୍ଷକ ଦିବାକର ବାରିକ, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ଧନସିଂ ତନ୍ତି, ଦୟାନିଧି ବଞ୍ଜରା, ମୋହନସିଂ ଗଣ୍ଡ, ସୁରେଶ ଚନ୍ଦ୍ର ବେହେରା, ବଲ୍ଲଭ ନାରାୟଣ ପଣ୍ଡା, ଜିତେନ୍ଦ୍ର କୁମାର ମାଝି, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପାଢୀ, ଉମେଶ ଚନ୍ଦ୍ର ପାତ୍ର, ସମୁଦୁ ଗଣ୍ଡ, ରବି ପ୍ରଧାନ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ଶୂନ୍ୟ ନୀଡ଼ ର ପକ୍ଷୀ 

Sunil Chandra Nayak

ବାଲାଜି ସେଠୀ ଙ୍କ ଗଳ୍ପ / ନିଖୋଜ ନାୟିକାର ଇତିବୃତ୍ତି

Sunil Chandra Nayak

ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରଲର /ଟ୍ରକ ମୁହାଁମୁହିଁ,ଟ୍ରକ ଚାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!