ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବି ସୌରଭ କୈଳାଶ ଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

    ବୁଢ଼ୀ ଅସୁରୁଣୀ ଗପ 

             କବି ସୌରଭ କୈଳାଶ ଚନ୍ଦ୍ର ବେହେରା 

ପୂର୍ବରୁ …..

ବୁଢ଼ୀ ଅସୁରୁଣୀ ଘର ଭିତରକୁ ଆସି ନର ଗନ୍ଧ ନର ଗନ୍ଧ କହି କମଳାକୁ ଡାକ ପକାଇଲା । ପଚାରିଲା – ” ଏଠାକୁ କୌଣସି ମଣିଷ। ଆସିଥିଲା କି ? ନରଗନ୍ଧ ହେବାରୁ ନର ମା°ସ ଟିକେ ଖାଇବାକୁ ମୋ ପାଟିରୁ ଲାଳ ବୋହୁଛି । ” କମଳା କହିଲା – ” ଏ ଜଙ୍ଗଲ ଭିତରକୁ ମଣିଷ କୁଆଡୁ ଆସିବ ? ମୁଁ ତ ମଣିଷ ଖାଇବୁ ଯଦି ମତେ ଖାଇଦେ ” ବୁଢ଼ୀ ଅସୁରୁଣୀ କହିଲା -” ନାଇଁ ଲୋ ଝିଅ ତୁ ମତେ ରାନ୍ଧି ବାଢ଼ି ଖାଇବାକୁ ଦେଉଛୁ । ମୁଁ ତତେ କାହିଁକି ଖାଇବି “

ଏତିକି କହି ସାରି ଅସୁରୁଣୀ ବୁଢ଼ୀ ଭାତ ଖାଇ ଶୋଇ ପଡ଼ିଲା ।

————————————————

ତାପରେ …..

ଯୁବକ ବାଡ଼ି ପଟୁ ଆସି ବୁଢ଼ୀ ଅସୁରୁଣୀ କିପରି ମରିବ ପଚାରିବାକୁ କହିଲା । 

   ବୁଢ଼ୀ ଅସୁରୁଣୀ ନିଦରୁ ଉଠି କହିଲା –  ” ଝିଅଲୋ ! ତୁ କେବେହେଲେ ମଣିଷକୁ ଏ ଘରେ ପୂରାଇବୁ ନାହିଁ । କମଳା କହିଲା – 

” ନାଇଁ ଲୋ ମାଆ ! ମୁଁ କେବେହେଲେ ମଣିଷଙ୍କୁ ଏ ଘରେ ପୂରାଇଦେବି ନାହିଁ । ହେଲେ ମତେ ଭୟ ଲାଗୁଛି , ତୁ ତ ବୁଢ଼ୀ ହେଲୁଣି , ଯଦି କେବେ ତୋର କିଛି ହେଇଯାଏ 

ଅବା ତୁ ମରି ଯାଉ ମୁଁ ଏକାକୀ ଏ ଜଙ୍ଗଲ ଭିତରେ କେମିତି ରହିବି ? 

       ବୁଢ଼ୀ ଅସୁରୁଣୀ ଅଟ୍ଟହାସ୍ୟ କରି କହିଲା – 

” ମୁଁ ସହଜରେ ମରିବି ନାହିଁ ଲୋ ଝିଅ । ମୋ ମୁଣ୍ଡର ସବୁ ପାଚିଲା ବାଳ ଭିତରେ ଗୋଟିଏ କଳା ବାଳ କଞ୍ଚା ହୋଇ ରହିଛି । ସେଇଟା ଯଦି କିଏ ଉପାଡ଼ି ଦେବ ତେବେ ଯାଇ ମୁଁ ମରିବି । ହେଲେ ସେଇଟା କିଏ ଉପାଡ଼ି ପାରିବ ନା ମୁଁ ମରିବି ? “

        ତା’ ପର ଦିନ ବୁଢ଼ୀ ଅସୁରୁଣୀ ବାହାରକୁ ଚାଲି ଯିବା ପରେ ଯୁବକଟି ଆସିବାରୁ କମଳା ବୁଢ଼ୀ ଅସୁରୁଣୀର ମରଣ କଥା କହିଲା । ଯୁବକ କମଳାକୁ ବୁଢ଼ୀ ଅସୁରୁଣୀକୁ ମାରିବାର ଉପାୟ କହିଦେଇ ଚାଲିଗଲା । ପ୍ରତିଦିନ ଆସି ସେ କମଳାକୁ ଦେଖାକରି ଯାଉଥାଏ । 

      ଦିନେ ବୁଢ଼ୀ ଅସୁରୁଣୀ କମଳାକୁ କହିଲା – ” ଝିଅଲୋ ମୋ ମୁଣ୍ଡଟା କାହିଁକି କୁଣ୍ଡାଇ ହେଉଛି ଜାଣି ପାରୁନି । ଦେଖୁଲି କାଳେ ମୁଣ୍ଡରେ ଉକୁଣୀ ହୋଇଥିବ । ” କମଳା ତ ସୁଯୋଗ ଖୋଜୁଥିଲା । ବୁଢ଼ୀ ଅସୁରୁଣୀର ଉକୁଣୀ ଖୋଜିବା ବାହାନାରେ ତା’ର ମୁଣ୍ଡ ବାଳକୁ ଆଡେଇ ଆଡେଇ ସେଇ କଳା ବାଳଟାକୁ ଖୋଜିବାକୁ ଲାଗିଲା । ଯେମିତି ପାଇ ଯାଇଛି ଜୋର୍ ଲଗାଇ କଳା ବାଳଟାକୁ ଉପାଡ଼ି ଦେଲା । ବାଳଟା ଉପୁଡ଼ି ଯିବାରୁ ବୁଢ଼ୀ ଅସୁରୁଣୀ ଖୁବ୍ ଗର୍ଜନ କରି ଗୋଡ଼ ବାଡେଇ ଛଟପଟ ହେଇ ଚାଖଣ୍ଡେ ଲମ୍ବର ଜିଭ କାଢ଼ି ଦେଇ ମରିଗଲା । ଅସୁରୁଣୀ ମରିଯିବା ପରେ ତା’ର ସମସ୍ତ ଧନ ଦୌଲତ ଧରି କମଳା ସେହି ଯୁବକଟି ସାଥିରେ ନିଜ ଗାଆଁକୁ ଫେରି ଆସିଲା । 

କମଳାର ମାଆ ବାପା ଏତେ ଦିନ ପରେ ନିଜ ଝିଅକୁ ଦେଖି ଭାରି ଖୁସି ହେଇଗଲେ ।     

    ଭଲ ଦିନ ଦେଖି ଦୁହେଁ ବିବାହ ହୋଇ ଆନନ୍ଦରେ ଘର ସ°ସାର କଲେ ।

ଶିକ୍ଷା – ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ 

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ = ଗୁରବେ ନମଃ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ ଗଳ୍ପ = ତଥାପି ଅନ୍ଧାର

Sunil Chandra Nayak

ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ : ପତାକା ଦେଖେଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ 

Sunil Chandra Nayak

Leave a Comment

error: Content is protected !!