ବାଙ୍ଗଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନେତା ମାନେ ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତି । ଆଚରଣ ସଂହିତା କାର୍ଯ୍ୟକାରୀ ହେବା ସତ୍ତ୍ୱେ ନେତାମାନେ ଅତ୍ୟଧିକ ଟଙ୍କାର ବ୍ୟବହାର କରୁଛନ୍ତି । ଯେପରି ଲାଗୁଛି ଟଙ୍କାକୁ ଆୟୁଧ କରି ନେତାମାନେ ନିର୍ବାଚନ ଜିତିବା ଦୌଡ଼ରେ ଅଛନ୍ତି । କିନ୍ତୁ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଅନ୍ୟପକ୍ଷରେ ବୁଧବାର ଆୟକର ବିଭାଗ (ଆଇଟି) ବିଭାଗ କଂଗ୍ରେସ ପ୍ରାର୍ଥୀଙ୍କ ଭାଇଙ୍କ ଘରେ ଚଢାଉ କରି ଏକ କୋଟି ଟଙ୍କା ନଗଦ ଜବତ କରିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ କୋଟି ଟଙ୍କା କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପର୍କୀୟ ନିଜ ଘରର ବଗିଚାରେ ଥିବା ଏକ ଗଛରେ ଲୁଚାଇ ରଖିଥିଲେ ।
ଆଇଟି ବିଭାଗ ମୈସୁର କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ସୁବ୍ରଣ୍ୟମ ରାୟଙ୍କ ବାସଭବନରେ ଚଢାଉ କରିଥିଲା । ଆଇଟି ବିଭାଗର ଅଧିକାରୀମାନେ ଏହି ଟଙ୍କା ଗଛରେ ପାଇଥିଲେ । ଏକ କୋଟି ଟଙ୍କା ନଗଦକୁ ଏକ ବାକ୍ସରେ ରଖି ଗଛରେ ଝୁଲାଇଦେଇଥିଲେ।