ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

ରାଉରକେଲା ୨୧/୫, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ତମ ବଳିଦାନ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ରବି ରାୟଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତି ରବି ରାୟ ଏବଂ କାର୍ଯ୍ଯକାରୀ ସଭାପତି ଜ୍ଞାନେନ୍ଦ୍ର ଦାସ ନିଜ ବକ୍ତବ୍ୟରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତବର୍ଷ ପାଇଁ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଭାରତବର୍ଷ ପାଇଁ ତାଙ୍କର ଅବଦାନ ବିଶ୍ବସ୍ତରରେ ପ୍ରଶଂସିତ ହୋଇଥିଲା। ସେ ଯଦି ଆଗକୁ ଭାରତବର୍ଷର ନେତୃତ୍ବ ନେଇଥାଆନ୍ତେ, ତେବେ ଭାରତବର୍ଷ ଏକ ନମ୍ବର ରାଷ୍ଟ୍ର ଭାବେ ପରିଗଣିତ ହୋଇଥାନ୍ତା ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

      ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ବି ଏନ୍ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ସାବିର ହୁସେନ, ବ୍ଲକ ସଭାପତି ମାନୁ ସାମଲ, ରଘୁନାଥ ଦାସ ରମେଶ ଗୁପ୍ତା, ବରିୟମ୍ ସିଂ, ବନମାଳୀ ବିଶୋଇ, ତୁଷାରକାନ୍ତ ଧଳ, ଶ୍ଯାମ ସାଗର, ଡେଭିଡ୍ ରାଓ, ଦୁସା ନାୟକ, ଦିବାକର ଦିପ୍, ବ୍ରଜବନ୍ଧୁ ତ୍ରୀପାଠୀ, ଶିବୁ ସାହୁ, ବିଶ୍ବନାଥ ବାରିକ୍, ଅନୀଲ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଶେଷରେ ଜ୍ଞାନରଞ୍ଜନ ଦାସ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

masiha

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

Leave a Comment

error: Content is protected !!