ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟାଗ୍ରହ

ଅଦ୍ୟ ତା ୨୬/୦୩/୨୦୨୩ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କରେ ଗାନ୍ଧିଜୀଙ୍କ ମୂର୍ତ୍ତି ତଳେ ଏକ ସତ୍ୟାଗ୍ରହ ଆନ୍ଦୋଳନ ଜିଲ୍ଲା ସ୍ତରୀୟ ନେତୃତ୍ବକୁ ନେଇ ଅନୁଷ୍ଠିତ ହୋଇଯାଇଅଛି। ଏହି ଥିରେ କଂଗ୍ରେସ ଦଳର ଜାତୀୟ ନେତା ପୂର୍ବତନ AICC ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ଯେଉଁ ଭଳି ଭାବରେ ତରବାରୀୟା ହୋଇ ରଦ୍ଧ କରାଗଲା ଏହାକୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ ଓ ମୋଦି ସରକାର ବିରୋଧୀ ନେତାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରି ଯେଉଁଭଳି ଭାବରେ ଗଣତନ୍ତ୍ରକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି ଏହାକୁ ବିରୋଧ କରିବା ସହିତ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେବାର ବଜ୍ର ଶପଥ କରାଗଲା।

ଏହି ଥୀରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟନ ଦାସ, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସୂହାସିନି ମହାକୁଡ଼, ମୁଖପାତ୍ର ପ୍ରେମଶଙ୍କର ମିଶ୍ର, ସୁନିଲ ଦାଶ, ଗୋପାଳ ଚନ୍ଦ୍ର ସାହୁ, ନିଶାକର ସାହୁ, ବିପ୍ରବର୍ ସାହୁ, ମହମ୍ମଦ ସମୀର, ଟାଉନ ସଭାପତି ହାଇଦର ମହମ୍ମଦ, ଛାତ୍ର ସଭାପତି ଶୁଭମ ଦାଶ, ମହିଳା ସଭାନେତ୍ରୀ ସସ୍ମିତାରାଣୀ ସାମଲ, ଶିଳ୍ପୀ ଶ୍ରୀ ହରିଚନ୍ଦନ, ରୁମିନ ବେଗୁମ ପ୍ରମୁଖ ଯୋଗଦାନ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ପ୍ରବାଦ ପୁରୁଷ ଦିବସ ପାଳନ କଲା ବିଜେଡି

Sunil Chandra Nayak

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

masiha

Leave a Comment

error: Content is protected !!