ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟ୍ୟାକ୍ସଫୋର୍ସ କମିଟି ବୈଠକ

ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟ୍ୟାକ୍ସଫୋର୍ସ କମିଟି ବୈଠକ

୨୧.୦୫.୨୦୨୫ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା, ପଞ୍ଜିକରଣ ତଥା ନବୀକରଣ ଉପରେ ଆଲୋଚନା କରାଯଇଥିଲା | 

ବୈଠକ ରେ ଜିଲ୍ଲାରେ କନ୍ୟା ସନ୍ତାନ ଅନୁପାତ ଉପରେ ଆଲୋଚନା କରାଯଇଥିଲା | ୨୦୨୩ ବର୍ଷ ଅନୁପାତରେ ୨୦୨୪ ବର୍ଷରେ ଜିଲ୍ଲା ରେ କନ୍ୟା ସନ୍ତାନ ର ଅନୁପାତ ରେ ବୃଦ୍ଧି ହୋଇଛି | ତଥାପି ଯେଉଁ ବ୍ଲକ ରେ କନ୍ୟା ସନ୍ତାନ ର ଅନୁପାତ କାମ ଅଚ୍ଛି ସେହି ବ୍ଲକ ଗୁଡିକରେ କନ୍ୟା ସନ୍ତାନ ଅନୁପାତ ବୃଦ୍ଧି ଲାଗି ତୃଣମୂଳ ସ୍ତରରେ ସଚେତନତା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ଆଦେଶ ଦେଇଥିଲେ |  

ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଗୁରୁ ପ୍ରସାଦ ମହନ୍ତ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଚୁଳବତୀ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୃଷ୍ନI କୁମାରୀ ନନ୍ଦ, ଦିଲ୍ଲୀପ କୁମାର ମୁର୍ମୁ, ପବ୍ଲିକ ପ୍ରୋସିକ୍ୱିଉଟର ଡା ପୁଷ୍ପମିତ୍ର ଭିତ୍ରିଆ, ଡା ସୁବାସିନୀ ପାଣ୍ଡେ, , ଡା ମନୋଜ କୁମାର ଆଚାର୍ଯ୍ୟ ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ,ଶ୍ରୀ ଶଙ୍କର ଆଚାର୍ଯ୍ୟ, ସମାଜ ସେବୀ ସ୍ନେହଲତା ପଟେଲ, ଅମୀୟକାନ୍ତ ନାୟକ, ଉପ ବିଶ୍ୱମ୍ବର ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଏବଂ ସହ ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ 

masiha

ଟିକିରି ସହକାରୀ ଉଚ୍ଚ ବିଦ୍ଯାଳୟର ବାଷିର୍କ ୪୩ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଘରେ କିଏ ନ ଥିବା ବେଳେ ଚାଳ ଘର ନିଆ ଲାଗି ସମ୍ଫୁର୍ଣ୍ଣ ଜଳିଗଲା 

masiha

Leave a Comment

error: Content is protected !!