ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଅସହାୟକୁ ସହାୟ ହେଲା ବିଜୁ ଜନତା ଦଳ

ଢେଙ୍କାନାଳ (ମ ସୀ ହା)୨୧/୦୪_ ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଜୁଜନତା ଦଳ ସଦାସର୍ବଦା ଜନସାଧାରଣଙ୍କ ସେବାରେ ଉତ୍ସଗିକୃତ ଆଜି କାର୍ଯ୍ୟରେ ଦେଖାଉଛନ୍ତି l ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏସି ୱାର୍ଡ ନଂ -10ର ସୁଧାକର ବେହେରାଙ୍କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଥିବାର ଖବର ପାଇ ହିନ୍ଦୋଳର ପ୍ରିୟ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକଙ୍କ ପ୍ରେରଣା ଓ ନିର୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତଥା ବରିଷ୍ଠ ପୂର୍ବତନ ହିନ୍ଦୋଳ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଓ ନବନିର୍ବାଚିତା ଉପାଧ୍ୟାଖ୍ୟା ପ୍ରତିମା ରାଉତ ତୁରନ୍ତ ସୁଧାକରଙ୍କ ଘରେ ପହଂଚି ୱାର୍ଡର ବରିଷ୍ଠ ବିଜେଡ଼ି କର୍ମୀ ସୁବାସ ମହାରଣା, ବିଜୟ ବେହେରା ଓ ଅଜୟ ଦାସଙ୍କ ସହାୟତାରେ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଅଧିକ ଚିକିତ୍ସା ପାଇଁ କଟଜର ଅଶ୍ୱନୀ ଡାକ୍ତରଖାନା ରେ ନିଜସ୍ୱ ଖର୍ଚ୍ଚରେ ଭର୍ତି କରିଥିଲେ l ବିଜୁ ସ୍ୱାସ୍ଥ୍ୟ କାର୍ଡ ସଂଜୀବନୀ ସଦୃଶ୍ୟ କାର୍ଯ୍ୟ କରିଥିଲl l ଆଜି ସୁଧାକରଙ୍କ ଚିକିତ୍ସା ଆରମ୍ଭ ହୋଇଅଛି l ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଏହି ମହତ କାର୍ଯ୍ୟପାଇଁ ସମଗ୍ର ହିନ୍ଦୋଳରୁ ପ୍ରଶଂସାର ସୁଅ ଛୁଟିଛି l ହିନ୍ଦୋଳ ଏନ ଏ ସି ଉପାଧ୍ୟାକ୍ଷା ପ୍ରତିମା ରାଉତ ଓ ବରିଷ୍ଠ ବିଜେଡି ନେତା ପ୍ରଦ୍ୟୁମ୍ନ ବେହେରାଙ୍କ ଏହି ମହତ କାର୍ଯ୍ୟ ପାଇଁ ମାନ୍ୟବର ବିଧାୟିକା ସିମାରାଣୀ ନାୟକ, ବିଜୁ ଜନତା ଦକ ଓ ସଦସ୍ୟଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ଏଥି ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡିଶାବାସୀଙ୍କ ପାଇଁ ସଂଜୀବନୀ ସଦୃଶ ବୋଲି ପ୍ରମାଣିତ ହୋଇଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

masiha

ଜଗଦୀଶ ଶତପଥୀ ଙ୍କ ଗଳ୍ପ = କାଚଘର

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଲ୍ପ = ମାଆର ଗାଳି ଦାଣ୍ଡର ଧୂଳି 

Sunil Chandra Nayak

Leave a Comment

error: Content is protected !!