ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଚର୍ଚ୍ଚା ରେ ଧୂମାଭଟା ବୀଣାପାଣି କଲେଜ +3 କଲେଜ…

ଚର୍ଚ୍ଚା ରେ ଧୂମାଭଟା ବୀଣାପାଣି କଲେଜ +3 କଲେଜ…

କଲେଜ ନାଁରେ ଟଙ୍କା ଖାଉଛି କିଏ ?

ବେଲପଡା, ତା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁରେ ଥିବା ବୀଣାପାଣି ଯୁକ୍ତ 3 କଲେଜ ଏବେ ବେଶ ଚର୍ଚ୍ଚା ରେ ରହିଛି |କିଛି ଦିନେ ହେବ କଲେଜ ର କଲାକାରନାମା ଗୋଟିଗୋଟି କରି ସବୁ ପଦାକୁ କୁ ଆସିବା ପରେ କଲେଜ ଅଧକ୍ଷା ହରଡ଼ ଘଣାରେ ପଡିଛନ୍ତି |ତେବେ କେମିତି ଉକ୍ତ ଦୁର୍ନୀତି କୁ ଚାପି ହେବ ଏନେଇ ପ୍ରିନସିପାଲ ଭରପୁର ଉଦ୍ୟମ କରିଥିବା ବେଳେ ଧୂମାଭଟା ଗାଁର କିଛି ମୁଷ୍ଟିମେୟ ଏଥିରେ ସାମିଲ ହୋଇ ବେଶ ଫାଇଦା ଉଠଉଛନ୍ତି |ସୂଚନା ରୁ ପ୍ରକାଶ ଯେ ଦାଦନ ପ୍ରବଣ ବେଲପଡା ବ୍ଲକ ର ଧୂମାଭଟା ଅଂଚଳ ରେ ଶିକ୍ଷା ର ବିକାଶ ପାଇଁ ଏକ ମହା ବିଦ୍ୟାଳୟ ର ଦାବି ଆବଶ୍ୟକତା ରହିଥିଲା |ଯାହାକୁ ନେଇ ଦୀର୍ଘ ଦିନ ର ଦାବି ପରେ କିଛି ବର୍ଷ ପୂର୍ବ ରୁ ଏକ ନୂତନ ଯୁକ୍ତ 3 କଲେଜ ଖୋଲିଥିଲା |ଏହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଥିଲା |ପାଖରେ ମହାବିଦ୍ୟାଳୟ ପାଇ ବେଶ ଖୁସି ଅନୁଭବ ହୋଇଥିଲେ ସ୍ଥାନୀୟ ଲୋକ |କିଛି ବର୍ଷ କଲେଜ ସୁରୁଖୁରୁରେ ଚାଲିବା ପରେ ଏବେ ଗୋଟି ଗୋଟି କରି ସବୁ ଦୁର୍ନୀତି ପଦାକୁ ବାହାରୁଛି |ଅଭିଯୋଗ ଅନୁସାରେ ଧୂମାଭଟା ବୀଣାପାଣି ଯୁକ୍ତ 2 କଲେଜ ରେ ଦେବାର୍ଚ୍ଚନ ନାଗ ପ୍ରିନସିପାଲ ଥିବା ବେଳେ ଯୁକ୍ତ 3 କଲେଜ ରେ ସ୍ତ୍ରୀ ମମତା ସେନାପତି ପ୍ରିନସିପାଲ ଅଛନ୍ତି |ମେଡ଼ମ ଜଣକ କ୍ଲାସ କରୁନଥିଲେ ମଧ୍ୟ୍ୟ 40 ହଜାର ଟଙ୍କା ଦରମା ନେଇଛନ୍ତି |ଏମିତି କି କଲେଜ ନାଁ ରେ ଚାଲୁଥିବା ବସ ରୁ ଆଦାୟ ହେଉଥିବା ଟଙ୍କା କଲେଜ ଫଣ୍ଡ ରେ ରଖାଯାଉନାହିଁ |ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ବାଟ ମରଣା ହେଉଥିବା ଅଭିଯୋଗ ହେଉଛି |ଯାହାର ପ୍ରତିବାଦ କଲେ କିଛି କଲେଜ କର୍ମଚାରୀ ମାନଙ୍କୁ କଲେଜ ରୁ ତଡି ଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି |ଏନେଇ ବିଭିନ୍ନ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ଧାରଣ ଦେଇ ଆନ୍ଦୋଳନ କରୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ |ଗାଁ ର କିଛି ଲୋକ ଟଙ୍କା ଖାଇ ଅଭିଯୋଗ କାରି ଙ୍କ ଉପରେ ନାଲିଆଖି ଦେଖାଉଛନ୍ତି |ଯାହାର ଉପଯୁକ୍ତ ତଦନ୍ତ ର ଆବଶ୍ୟକତା ଥିବାବେଳେ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

masiha

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କାୟା କଳ୍ପ ଟିମର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ 

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ ଗଳ୍ପ = ଶ୍ରୀଲେଖାର ଦୁଃଖ

Sunil Chandra Nayak

Leave a Comment

error: Content is protected !!