ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଗୌଡତୁଲା ଗ୍ରାମର ବୃନ୍ଦାବନ ଜ୍ଯୋତିଷଙ୍କର ଦେହାନ୍ତ

ପଲନା:୦୯/୦୭ – (ମନିସ):-ବଲାଙ୍ଗୀର ଜିଲ୍ଲା ଦିଗସରା ଗ୍ରାମପଞ୍ଚାୟତ ଗୌଡତୂଲା ଗ୍ରାମର ଧର୍ମପରାୟଣ ବ୍ଯକ୍ତି ବୃନ୍ଦାବନ ଜ୍ଯୋତିଷଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରସାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ୯୨ ବର୍ଷ ସମୟରେ ଗତ ତା ୦୮/୦୭/୨୦୨୩ ରିଖ ଦିନ ସକାଳ ୭.୩୦ ମିନିଟରେ ଦେହ ତ୍ଯାଗ କରିଥିଲେ। ପରିବାର ପ୍ରିୟ ଜନଙ୍କ ଶୋକାକୁଳ ପରିବେଶ ମଧ୍ୟରେ ସୂନ୍ଦେର ନଦୀ କୂଳରେ ତାଙ୍କର ଶେଷ କୃତ ସମ୍ପନ୍ନ କରାଯାଇଛି। ମୃତ ଜ୍ଯୋତିଷଙ୍କର ଏକ ମାତ୍ର ପୁତ୍ର ପର୍ଶୁରାମ ଜ୍ଯୋତିଷ ମୁଖାଗ୍ନି ଦେଇଥିଲେ। ତାଙ୍କର ୨ ଟି ଝିଅ ମଧ୍ୟ ଉପସ୍ଥିତ ରହି ଥିବାବେଳେ ଶତାଧିକ ଲୋକଙ୍କର ସମାଗମ ହୋଇଥିଲା। ବୃନ୍ଦାବନ ଜ୍ଯୋତିଷ ଜଣେ ମିଷ୍ଟ ଭାଷି ପରୋପକାରୀ ଏବଂ ଜ୍ଯୋତିଷ ଶାସ୍ତ୍ରରେ ଅଞ୍ଚଳରେ ସୁନାମଧନ୍ୟ ଜଣାଶୁଣା ଜଣେ ବ୍ଯକ୍ତି ଭାବରେ ସୁପରିଚିତ ଥିଲେ। ସେ ବିଭିନ୍ନ କାର୍ଯ୍ଯ ଯଥା ଜନ୍ମ ଜାତକ, ନାମକରଣ ଉତ୍ସବ, ସତ୍ଯନାରାୟଣ ପୂଜା, ବିବାହ ଲଗ୍ନ, ଦଶାହ କାର୍ଯ୍ଯରେ ପୁରୋହିତ, କର୍ମକାଣ୍ଡ ଭଳି ଅନେକ କାର୍ଯ୍ଯରେ ପାଣ୍ତିତ୍ବ ଲାଭ କରିଥିଲେ।

ପଲନା ରୁ ଡମ୍ବୁରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

Sunil Chandra Nayak

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କବି ସୌରଭ କୈଳାଶ ଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

Leave a Comment

error: Content is protected !!