= କି ଅଦ୍ଭୁତ ପ୍ରେମ =
ଉମାକାନ୍ତ ଦାସ
ସେଦିନ ଥାଏ ଦୁଇହଜାର ୨୩ ମସିହା ମଙ୍ଗଳବାର ସନ୍ଧ୍ୟା ସମୟ, ଓଡ଼ିଆ ମାତୃଭାଷା ଦିବସ । ଯାକ ଯମକ ଦିଲ୍ଲୀ ସହର,ଯେଉଁ ସହରରେ କେବଳ ବ୍ଯସ୍ତ ଆଉ ସୌକୀନ୍ ରେ କଟି ଥାଏ ସମସ୍ତଙ୍କ ଜୀବନ ,ସେଥିରୁ ମୁଁ ବା ବାଦ ପଡନ୍ତି କେମିତି !! ସକାଳ ଛଅଟାରୁ ବସାରୁ ବାହାରି ସନ୍ଧ୍ୟା ସାଢ଼େ ଛଅଟାବେଳେ ଡିଉଟି ଓଭର କରି ବସିଥାଏ ବସନ୍ତ ବିହାର ବସଷ୍ଟାଣ୍ଡର ବସ ଅପେକ୍ଷାରେ।୬୦୪ନମ୍ବର ବସ ଆସିଲେ ଯିବାକୁ ହେବ ଦୀର୍ଘ ଦୁଇ,ଅଢ଼େଇ ଘଣ୍ଟାର ବାଟ ନିଜେ ରହୁଥିବା ବସାଘର ଫିଲ୍ମିସ୍ଥାନକୁ । ଦିନମାନର ଶକ୍ତ ଡିଉଟି ଭିତରେ ଦେଖି ପାରି ନଥିଲି ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର କୌଣସି ଲେଖାକୁ । ସେହି ଅପେକ୍ଷାର ଅନ୍ତରାଳ ଭିତରେ,ସଦନ ଖୋଲି ଦେଖିଲି, ଆଜି ମାତୃଭାଷା ଦିବସ, ସେହି ମାତୃଭାଷା ଦିବସ ପାଇଁ ଲେଖି ବସିଲି ଗୋଟିଏ ମାତୃଭାଷାର କବିତା ।ପାଖରେ ବସିଥାଏ ଏକ ସୁନ୍ଦରୀ ଶିକ୍ଷିତା ୨୨/୨୪ ବର୍ଷର ଝିଅ ,ତା ରୂପ ଯୌବନ ଓ କଣ୍ଠସ୍ବରରେ ଦେବ,ଦାନବ,ମାନବ ସମସ୍ତେ ବାଟବଣା ହୋଇଯିବେ ,ଠିକ୍ ଏତିକି ବେଳେ ତା ମୋବାଇଲର ଘଣ୍ଟି ବାଜି ଉଠିଲା । ସେ ତା ଫୋନର ଘଣ୍ଟିକୁ ବନ୍ଦ କରିବାକୁ ଯାଇ ବଟମଟିକୁ ଚିପି କାହା ସହିତ କିଛି ନିଜର ଭାଷା କହି ଶୁଣାଉଥିଲା ।ତାର ସେ ଅଦ୍ଭୁତ କଥା ଗୁଡ଼ିକ ଶୁଣିବାକୁ ଯାଇ କାନ ପତାଇ ଦେଲି ହେଲେ ତା ସହିତ ଘଟିଯାଇଥିବା ଘଟଣା ଗୁଡ଼ିକ ଶୁଣି ମୋ ଲେଖନୀଟା ଧଳା କାଗଜର ଚିକ୍କଣ ପିଠିରେ ନ ଚାଲି କ୍ଳାନ୍ତ ହୋଇ ଠପ୍ କରି ରହିଗଲା ।
ସୁନ୍ଦର ସୁଶୋଭିତ ସନ୍ଧ୍ୟାର ଆଗମନରେ ହଜି ଯାଉଥିଲେ ସୂର୍ଯ୍ୟଦେବ ପଶ୍ଚିମ ଆକାଶର କଳା ପରଦା ତଳେ ।ବଡ଼ ବଡ଼ ବୃକ୍ଷମାନଙ୍କ ଉପରେ ଦୃଶ୍ୟମାନ ହେଉଥିଲେ ବିଭିନ୍ନ ଜାତି ଉପଜାତିର ପକ୍ଷୀମାନେ। ନିଜ ନିଜର ବିଶ୍ରାମ ସ୍ଥାନ ନିରୂପଣ କରିବାରେ ବ୍ଯସ୍ତ ହୋଇ ଏ ଡାଳ ସେ ଡାଳ ଡେଇଁ କିଚିରି ମିଚିରି ଶବ୍ଦର କୋଳାହଳରେ ଶୁଭୁଥିଲା ଯେମିତି ମନ୍ଦିରମାନଙ୍କରୁ ଶଙ୍ଖ,ଘଣ୍ଟ, ହୁଳହୁଳିର ସୁଲଳିତ ସ୍ବର କର୍ଣ୍ଣ ଦେଶକୁ ଭାସି ଆସୁଛି।ତପନର ସେହି ଲୋହିତ ରଙ୍ଗର କିରଣ ଗୁଡା ଯେମିତି ହାତ ଠାରି କହୁଥାଏ, ଶାନ୍ତ ହୋଇ ଯାଅ ସମସ୍ତେ, ପାଟି ତୁଣ୍ଡ ନକରି ନିସ୍ତବ୍ଧ ରଜନୀ କୋଳରେ ଶାନ୍ତିର ନିଦ୍ରା ନିଅ ।ଠିକ୍ ଏତିକି ବେଳେ ବସଷ୍ଟାଣ୍ଡରେ ବସିଥିବା ଝିଅ ରେନୁ ପାଖରେ ଆସି ପହଞ୍ଚି ଗଲା ଏକ ସୁନ୍ଦର ସୁଢଳ ନବ ଯୁବକ ।ତାକୁ ଦେଖି ରେନୁ ପଚାରିଲା, ‘କୁଆଡେ ଚାଲି ଆସିଲୁ ରମେଶ’!!!
ରମେଶ ଆବାକ୍ ହୋଇ କିଛି ସମୟ ଠିଆ ହୋଇ ରହିଲା, ତା ଅଧରର ହସରେ ନ ଥିଲା ଶ୍ରାବଣର ବିଜୁଳି ଧାର ,ନା ଥିଲା ବିସ୍ମିତ ନା ଥିଲା ଶାନ୍ତ, ମଧ୍ଯମ ଭାବାପନ୍ନ ମୂର୍ତ୍ତି ।ରେନୁ କଣ ଭାବିଲା କେଜାଣି ,ମୋ ଆଡକୁ ଘୁଞ୍ଚି ଆସି ତାକୁ ବସିବାର ସୁଯୋଗ ଦେଲା ,ରମେଶ ତା ପାଖରେ ବସି ପଡି ଯେମିତି କେହି ନ ଜାଣିବା ଢଙ୍ଗରେ ତା ହାତ ବଢ଼ାଇ ରେନୁ ହାତ ସହିତ ହାତ ମିଳାଇ ନେଲା । ରେନୁର ହଠାତ୍ କଣ ହେଲା କେଜାଣି,ଯେମିତି ବୁଲେଟ ଟ୍ରେନର ପ୍ରଖର ଗତି ପରି ତା ଅଧରର ଶବ୍ଦ କୋଷ ଗୁଡ଼ିକର ଗତିକୁ ପ୍ରଖର କରି କହିଲା, ‘ଅନର୍ଗଳ କଥା କାହିଁକି ? କାହିଁକି ? ଏଠାକୁ ଆସିଲୁ ରମେଶ, ଯା ମୋ ସମ୍ନାନରୁ ଚାଲି ଯା, ଯା ତୋ ବାପ କଥାରେ ତୁ ଯାଇ ମୋ ଭଳି ଆହୁରି ଅନେକ ଝିଅଙ୍କ ସହିତ ମିଶି ସେମାନଙ୍କୁ ଅନେକ ଥର ଆବର୍ସନ କରାଇ ଦେ ।ମୋତେ ତ ବେଶ୍ଯା ସଜାଇ ଦେଲୁ ।ତୋ ସମ୍ପର୍କରେ ଆସି ଛଅ ଛଅ ଥର ଆବର୍ସନ କଲାପରେ ମଧ୍ୟ ତୋ ମନ ଶାନ୍ତି ହୋଇ ନାହିଁ ।ତୁ ଜଣେ ଭଲ ପ୍ରେମିକ ନୁହଁ ,ତୁ ଆଜିର ଚଳଣିରେ ଗୋଟାଏ ନର ପିପାସୁ ନାରୀ ମାଂସ ଲୋଭି ରାକ୍ଷସ । ତା ନ ହୋଇଥିଲେ ମୋ ଉଛୁଳା ଯୌବନର ରସ ନିଗାଡି ଛଅଟା ଛୁଆର ମାଆ ହେବାରୁ ବଞ୍ଚିତ କରି ତୁ ତୋ ବାପ,ମାଆ ପରିବାରଙ୍କ କଥାରେ ଯାଇ ମୋ ଜୀବନ ସହିତ ଖେଳ ଖେଳନ୍ତୁ ନାହିଁ’ !!!
ପ୍ରମିକା ରେନୁ ମୁହଁରୁ ତାତ୍ସଲ୍ଯ ପୂର୍ଣ୍ଣ କଥା ଶୁଣି, ରମେଶ କାରୁଣ୍ଯ ଭରା ଅଭିନୟରେ ରେନୁର ହାତ ଧରି କ୍ଷମା ମାଗି କୁଆଡକୁ ଯିବା ପାଇଁ କେବଳ ଚାଲ ଚାଲ କହି ରେନୁକୁ ସନ୍ତୋଷ କରିବାକୁ ଚାହୁଁ ଥିଲା, ଥରେ ନୁହେଁ ଦୁଇଥର ନୁହେଁ ଅନେକ ଥର, ତା’ ହାତ ଧରି ନାଲିଶ କରି ଚାଲିଥାଏ ।ଗାଳ୍ପିକଙ୍କ ଭାବନାରେ ରେନୁ ଭାବୁଥାଏ,ବୋଧହୁଏ ସବୁଦିନ ପରି ଆଜି ମଧ୍ୟ ରମେଶ ମୋତେ କେଉଁ ହୋଟେଲ କିବା କେଉଁ ରେଷ୍ଟୁରାଣ୍ଟ ବା କେଉଁ ପାର୍କ ଯିବା ପାଇଁ ତ ଡାକୁ ନି ,କାରଣ ସନ୍ଧ୍ୟା ସମୟ ଆଜି ଅଫିସ ଶୀଘ୍ର କ୍ଲୋଜ କରି ରମେଶ ସହିତ କିଛି କଥା ହେବାକୁ ଆସିଥିଲି ।ସେ କୌଣସି କଥା ନ ହୋଇ ବାରମ୍ବାର ମୋତେ କୁଆଡେ ଯିବାକୁ କାହିଁକି ଉତ୍ତେଜିତ କରୁଛି ।
ଏମିତି ଅନେକ କିଛି ଭାବି, ଭାବନା ରାଇଜର ଅନ୍ଧାରୀ ମୂଲକରେ ହଜି ଯାଇ ବହୁତ କିଛି କହି ବସିଲା ରେନୁ, ‘ଶୁଣ୍ ରମେଶ ! ତୁ ଆଜି ଯୁଆଡେ ଡାକୁଛୁ,ତୋ ସହିତ ଆଜି ମୁଁ କୁଆଡ଼େ ଯିବି ନାହିଁ, କାରଣ ତୋ ଡାକରେ ସବୁବେଳେ ସବୁ ଆଡକୁ ଯାଇ ମୁଁ ମୋ କୁଆଁରୀତ୍ବକୁ ହରେଇ ବସିଛି। ଗୋଟିଏ ନୁହଁ ଦୁଇଟି ନୁହଁ, ଛଅ ଛଅଟି ସନ୍ତାନକୁ ଗର୍ଭଧାରଣ କରି ଗର୍ଭପାତ କରାଇ ସାରିଛି ,ଯାହା ଯେତେ ଭୁଲ କରି ସାରିଛି ଆଉ ଏବେ ସେ ଭୁଲ କେବେ କରିବି ନାହିଁ, କେବଳ ସେ ଭୁଲର ପ୍ରାୟଶ୍ଚିତ ପାଇଁ ଯଦି ଯିବି କେବଳ ତୁମ ଘରକୁ ଯିବି ଅନ୍ୟ କେଉଁଠିକୁ ନୁହେଁ । ରେନୁର ଦୃଢ଼ବାକ୍ଯ ଶୁଣି ରମେଶ କହିଲା,’ଆମ ଘରକୁ ଗଲେ ପରିଣାମ କ’ଣ ହେବ ଜାଣିଛୁ ତ’ ?ରମେଶ କଥାର ଉତ୍ତର ଦେଇ,’ରେନୁ କହିଲା, ‘ବହୁତ କିଛି ହୋଇପାରେ ହେଲେ ଆଜି ଆଉ କେଉଁଠି ନଯାଇ ତୋ ସହିତ ତମ ଘରେ ହେବ ସୁହାଗ ରାତି ତା ପରେ ଆଠ କଳସ ମାଡି ବେଦୀରେ ବସି ହେବ ବିବାହ ନଚେତ ମୋତେ ପୁନର୍ବାର ନ ଡାକି ଚାଲି ଯା ମୋ ସମ୍ମୁଖରୁ ନାହିଁ ତ ଶହେ ନମ୍ବରକୁ କଲ କରି ପୋଲିସ ଡାକିବାରେ ପଛେଇବି ନାହିଁ ।
ଗୁପ୍ତ ପ୍ରଣୟିନୀ ପ୍ରେମୀକା ରେନୁ କଥାରେ ରମେଶ ରାଗ ନକରି ମନେଇ ମାନେଇ ନିଜ ଘରକୁ ନେଇଗଲା ।ଘରେ କେବଳ ରହିଥାଏ ସାନ ଭଉଣୀ ରଶ୍ମି, ମାଆ,ଓ ବାପ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ,ତାଙ୍କ କର୍ମକାଳ ଭିତରେ ନିଜର ସଚ୍ଚୋଟ ପଣିଆରେ ଟିକେ ବି କଳଙ୍କ କାଳି ଲାଗି ନାହିଁ । କାନୁନର ଭୟଙ୍କର ରୂପ ରେଖକୁ ଦେଖି ନିଜ ପୁଅକୁ କିଛି ସଦଜ୍ଞାନ ଦେଉଥିଲା ବେଳେ ବାପା, ରମେଶର ମାଆ ନାରୀଟିଏ ନାରୀର ମନ କଥା ବୁଝି ରେନୁକୁ ପାଛୋଟି ନେଇଯିବାକୁ ଝିଅ ରଶ୍ମିକୁ କହିଲା ।ରଶ୍ମି ଭାବି ଭାଉଜଙ୍କୁ ପାଛୋଟି ନେଇ ଭାଇ ରମେଶ ରୁମରେ ପହଞ୍ଚାଇ ଦେଇ ଜଳ ଜଳିଖିଆର ବନ୍ଦୋବସ୍ତ କଲା ।ରମେଶ ,ରେନୁ,ରଶ୍ମି ମିଶି ଜଳଖିଆ କଲେ ବହୁତ ଆନନ୍ଦ ମଧ୍ୟ ହେଉ ଥାନ୍ତି ।ରମେଶ, ରେନୁକୁ ଛାଡ଼ି ରଶ୍ମି ଯାଇ ମାଆ ସହିତ ମିଶି ରାତ୍ରି ଭୋଜନର ଆୟୋଜନ କଲା ।ରାତ୍ରି ଭୋଜନ ସାରି ସମସ୍ତେ ନିଜ ନିଜ ବେଡ଼ରୁମକୁ ଶୋଇବା ପାଇଁ ଗଲେ ।ରମେଶ ଆଉ ରେନୁ ବାଦ ପଡି ଥାନ୍ତେ କାହିଁକି!ସେ ଦୁହେଁ ମଧ୍ୟ ନିଜ ବେଡ଼ରୁମକୁ ଗଲେ । ରେନୁ ବହୁତ ଖୁସିରେ ଥାଏ ।ଅନେକ ଦିନର ସ୍ବପ୍ନ ଓ ଗୁପ୍ତ ପ୍ରଣୟ ଆଜି ଭାବି ସ୍ବାମୀର ପଲଙ୍କରେ ସାକାର ହେବାକୁ ଯାଉଛି ।ହଜାଇ ଦେଇଛି ନିଜକୁ ପ୍ରେମର ଅଗନା ଅଗନୀ ବନରେ ।ରମେଶ ଯେତେବେଳେ ରେନୁର ହାତ ଧରି ନେଇଛି ଅଭିନୟ ଭରା ଅଭିନୟ ଦେଖାଇ ରେନୁ ରମେଶର ହାତକୁ ଫୋପାଡ଼ି ଅଭିମାନ କରି ବସିଲା ।
ରମେଶ ରେନୁର ମାନ ଭଞ୍ଜନ କରି କହିଲା , ‘ରେନୁ!ଆଉ ପୁଣି ଅଭିମାନ କାହିଁକି ? ଏ ରାସଲୀଳା ତ ଆଜି ନୂଆ ନୁହେଁ ଏମିତି ଅନେକ ସମୟ ବିତି ଯାଇଛି, ସେ ପୁଣି ଅନ୍ୟ ଜାଗାମାନଙ୍କରେ ।ଆଜି ତ ତମେ ବହୁତ ଖୁସି ହେବା କଥା ,ଯେଉଁଟା କି ତୁମ ମନର ପରିକଳ୍ପନା ପୂରଣ ହୋଇଛି ,ସେ ପୁଣି ମୋରି ଘରେ।ଆଉ ଏଥିରେ ସନ୍ଦେହ କେଉଁଠି।ଏବେ ତୁମେ ଏ ଘରର ଏକା ହେବ ବହୂରାଣୀ ,ବିଗତ ଦିନରୁ ଦେଖିଥିବା ସ୍ବପ୍ନ ଆଜି ତୁମର ହୋଇଛି ସାକାର ଆସ ପ୍ରିୟେ ଆସ ,ଲାଗି ଆସ ମୋ ବାହୁ ଯୁଗଳର ଉଷୁମ ସ୍ପର୍ଶ ମଧ୍ୟକୁ।
ରମେଶର ମାନଭଞ୍ଜନ ଶୁଣି, ରେନୁ ପାଖେଇ ଆସି ରମେଶ କୋଳରେ ମୁଣ୍ଡ ରଖି ଅନେକ ଆନନ୍ଦ ପ୍ରମୋଦ ରେ ବିତାଇ ଦେଲେ କିଛି କ୍ଷଣ । ତାପରେ ରମେଶ ରେନୁକୁ କହିଲା, ‘ରେନୁ ! ଆଜି ଆମ ଗୁପ୍ତ ପ୍ରେମର ଶେଷ ଖେଳ, ତାପରେ ଦୁଇ ଚାରି ଦିନ ଭିତରେ ଆମେ ବାନ୍ଧି ହୋଇଯିବା ସାଂସାରିକ ମାୟା ବନ୍ଧନରେ,ପଡିଯିବ ତୁମ ପାଦରେ ସଂସାର ଶିକୁଳି ,ବାହାରି ପାରିବାନି ବିନା ଆଦେଶରେ କୁଆଡକୁ । ଆସ ପ୍ରିୟେ ପୂର୍ବ ପରି ଯେମିତି ହୋଟେଲ ମାନଙ୍କରେ ରୋମାଣ୍ଟିକ ପ୍ରେମ କରୁଥିଲେ ,ସେହି ପ୍ରେମର ପରିସମାପ୍ତି କରିବା ଆମ ନିଜ ବେଡ଼ରୁମରେ,ନେଇ ଆସ ନେଇ ଆସ ମୋ ଆଲମାରୀରେ ଥିବା ଫରେନ ବୋତଲ ଓ ତା ସହିତ ଲେଗଫ୍ରାଏ ଚାଖନା ,ଆଜି ତୁମେ ପରଶି ଦେବ ତୁମର ସେହି କୋମଳ ହାତରେ ପ୍ଯାକ ପରେ ପ୍ଯାକ୍ ,ପି ଚାଲିବି ମନ ଭରି, ତାପରେ ହେବ ଆମ ଦୁହିଁଙ୍କର ମହାମିଳନ ,ଯେଉଁ ଗୁପ୍ତ ମିଳନରେ ଛଅ ଛଅଟା ଜୀବନ ଚାଲି ଯାଇଛି ,ଆଜି ଏ ଶୁଭ ରାତ୍ରିର ଅଭୂଲା ମିଳନରେ କୁମାର,ବାପ ଓ କୁଆଁରୀ ମାଆର ସନ୍ତକ ରଖିଯିବା ।
ରେନୁ, ରମେଶ କଥା ଶୁଣି, ଆବେଗର ସହିତ ଆଲମାରୀ ଖୋଲି ଚାଖନା ଓ ବୋତଲ ଆଣି ପ୍ଯାକ ପରେ ପ୍ଯାକ ଦେଇ ଚାଲିଲା ରମେଶ ଦୁଇ ଚାରି ପ୍ଯାକ ମାରି ରେନୁକୁ ମଧ୍ୟ ବାଧ୍ୟ ବାଧକତାରେ ପିଆଇ ଖୁଆଇ ଦେଇ ପୂର୍ବ ପରି ହସ ଖୁସି ହୋଇ ଶୋଇ ପଡିଲେ କ୍ଲାନ୍ତ ଶରୀରକୁ ନେଇ ।ଶୋଇଛନ୍ତି ତ ଶୋଇଛନ୍ତି ରାତି ପାଇ ସକାଳ ଆଠଟା ହୋଇଗଲା ।ରଶ୍ମି ଯାଇ ଅନେକ ଡାକିଲା ଭାଇ ,ଭାଇ ,ଭାଉଜ ଭାଉଜ ହେଲେ କେହି ଶୁଣିଲେ ନାହିଁ କିମ୍ବା କବାଟ ଖୋଲିଲେ ନାହିଁ । ଅତି ବିକଳ ହୋଇ ବାପା ଓ ମାଆକୁ ଡାକି ଦେଖାଇଲା ରଶ୍ମି ,ବାପ ମଧ୍ୟ କବାଟ ବାଡେଇଲେ କବାଟ ଖୋଲିଲା ନାହିଁ ।ଶହେ ନମ୍ବରକୁ ପିତାମ୍ବର ବାବୁ ଫୋନ କରି ଡ଼କାଇଲେ ।ଫୋନ ପାଇ ପୋଲିସ ଆସି କବାଟ ଭାଙ୍ଗି ଦେଖିଲେ ଦୁହିଁଙ୍କ ବେଡରୁମରେ ପଡ଼ିଛି ଦୁଇ ତିନୋଟି ମଦ ବୋତଲ ଓ ଚିକେନ ଫ୍ରାଏ ଚାଖନାର କିଛି କଣ୍ଟା ମାଉଁସ ଏବଂ ଦୁହିଁଙ୍କର ଉଲଗ୍ନ ଶରୀର ।ତୁରନ୍ତ ସେ ଦୁଇଟି ଶରୀର କୁ କିଛି କପଡା ଘୋରେଇ କହିଲେ ଦୁହେଁ ଯାକ ମରି ଯାଇଛନ୍ତି ।ତଦନ୍ତ ରୁ ଜଣା ପଡୁଛି ଅତ୍ୟଧିକ ମଦ୍ୟପାନ ଓ ସହବାସରେ ମୃତ୍ୟୁବରଣ କରିଛନ୍ତି ଏହା ହିଁ ସମ୍ପୂର୍ଣ୍ଣ ସତ୍ୟ ହୋଇ ନପାରେ ଶବ ବିବେଚ୍ଛଦ ପରେ ଜଣା ପଡିବ । ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ନେଇ ସୁଦକ୍ଷ ଡାକ୍ତର ଙ୍କ ଦ୍ବାରା ଶବ ବିବେଚ୍ଛଦ କରାଇ ବୋଟଲ ଗୁଡ଼ିକ ପରୀକ୍ଷା ନିରୀକ୍ଷା କରି ଯାହା ଜାଣିଲେ ମଦ ସହିତ ବିଷ ମଧ୍ୟ ମିଶ୍ରିତ ଥିଲା ।ଯାହା ଫଳରେ ଉଭୟଙ୍କର ପ୍ରାଣ ଯାଇଛି ।ଏହା ହିଁ ଅଦ୍ଭୁତ ପ୍ରେମର ପରିଣାମ ।
ଲାଲବାଗ, ଖାନନଗର, ମଙ୍ଗଳ ପୁର,ଯାଜପୁର