ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ବିଭିନ୍ନ ସମସ୍ୟାକୁ ନେଇ ମାସାଧିକ ହେଲା ମଣ୍ଡିରେ ପଡି ରହିଛି ଧାନ,  ଧାନ ଉଠାଣ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀ ମଣ୍ଡି ପରିଦର୍ଶନ ସହ ଶିଘ୍ର ଧାନ ଉଠାଇ ମଣ୍ଡିବନ୍ଦ୍ ପାଇଁ ଦେଲେ ନିର୍ଦ୍ଦେଶ 

ବିଭିନ୍ନ ସମସ୍ୟାକୁ ନେଇ ମାସାଧିକ ହେଲା ମଣ୍ଡିରେ ପଡି ରହିଛି ଧାନ, 

ଧାନ ଉଠାଣ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀ ମଣ୍ଡି ପରିଦର୍ଶନ ସହ ଶିଘ୍ର ଧାନ ଉଠାଇ ମଣ୍ଡିବନ୍ଦ୍ ପାଇଁ ଦେଲେ ନିର୍ଦ୍ଦେଶ 

ରୁପ୍ରା, 26/2 (ମନିସ) : ନର୍ଲାବ୍ଲକ୍ ଅନ୍ତର୍ଗତ ରୁପ୍ରା ପ୍ରାଥମିକ କୣଷି ସମବାୟ ସମିତି ପକ୍ଷରୁ ରୁପ୍ରା ବଜାର ପଡିଆ ପ୍ରାଙ୍ଗଣରେ ଧାନ ମଣ୍ଡି ପରିଚାଳିତ ହେଉଥିବା ବେଳେ ଏହା ଅଧିନରେ ମୁସ୍କୁଟି ଓ ଟୁଟିଙ୍ଗ୍ ଉପମଣ୍ଡି ମଧ୍ୟ ପରିଚାଳନା ହୋଇଥାଏ, ତେବେ ଉକ୍ତ ଦୁଇ ଉପମଣ୍ଡି ବନ୍ଦ୍ ହୋଇ ସାରିଥିବା ବେଳେ ରୁପ୍ରା ମଣ୍ଡିରେ ପ୍ରାୟ 25ଶହ କ୍ୱିଣ୍ଟାଲ୍ ଧାନ ଦୀର୍ଘଦିନ ହେଲା ପଡି ରହିଛି l କଟନି ଛଟନି ବୣଦ୍ଧି ସାଙ୍ଗକୁ ବିଭିନ୍ନ ଆଳ ଦେଖାଇ ଟ୍ୟାଗ୍ ହୋଇଥିବା ମିଲର୍ସ୍ ଠିକ୍ ଭାବରେ ଧାନ ପରିବହନ ପାଇଁ ଟ୍ରକ୍ ପଠାଉ ନଥିବାରୁ ଧାନ ଉଠିବା ବହୁତ ବିଳମ୍ବ ହେଉଥିବା ଜଣାପଡିଛି l ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୣଦ୍ଧି ପାଉଥିଲା, ଏଥିପାଇଁ ପେକ୍ସ୍ ସଭାପତି ସରେlଜ କୁମାର ରାଉତ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ ଯେlଗାଣ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଯେlଗାଯେlଗ କରି ମଣ୍ଡିରେ ପଡି ରହିଥିବା ଧାନ କିପରି ଶିଘ୍ର ଉଠାଇବାକୁ ମିଲର୍ସ୍ ମାନଙ୍କୁ ନିର୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ l ଫଳରେ ଉକ୍ତ ମଣ୍ଡି ପରିଦର୍ଶନ କରିବାକୁ ମୁଖ୍ୟ ଯେlଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ACSO ସେlନାଲୀ ଖରା, ନର୍ଲା ଯେlଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, ଭବାନୀପାଟଣା ହେଡକ୍ୱାଟର ଯେlଗାଣ ଅଧିକାରୀ ପ୍ରଭାକର ଦେlରା ଓ ଭବାନୀପାଟଣା ବ୍ଲକ୍ ଯେlଗାଣ ଅଧିକାରିଣୀ କମଳା ଶ୍ରୀସିଂ ପ୍ରମୁଖ ରୁପ୍ରା ମଣ୍ଡି ପରିଦର୍ଶନରେ ଗୁରୁବାର ଅପରାହ୍ନରେ ଆସିଥିଲେ l ଉକ୍ତ ଅଧିକାରୀ ମାନେ ପେକ୍ସ୍ ସଭାପତି ସରେlଜ କୁମାର ରାଉତ, ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ପେକ୍ସ୍ ଡାଇରେକ୍ଟର୍ ଅଜୟ ସେନାପତି, ଡିଇଓ ଭବାନୀ ଶଙ୍କର ସେନାପତି, କର୍ମଚାରୀ ଅକ୍ଷୟ ନାଏକ ଓ RMC କର୍ମଚାରୀ ଟଙ୍କଧର ଖମାରୀ ଓ ଚାଷୀ ମାନଙ୍କ ଉପସ୍ଥିତିରେ ମଣ୍ଡିରେ ପଡି ରହିଥିବା ଧାନ ତନ୍ନତନ୍ନ କରି ଯାଞ୍ଚ୍ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ, ସେହିପରି ମଣ୍ଡିରେ ପରଚେଜ୍ ହେlଇ ଷ୍ଟକ୍ ରହିଥିବା ଧାନ ସମେତ 10ଜଣ ଚାଷୀଙ୍କ ପ୍ରାୟ 610କ୍ୱିଣ୍ଟାଲ୍ ଧାନ କିପରି ଶିଘ୍ର ଉଠି ପାରିବ ସେଥିପାଇଁ ମିଲର୍ସ୍ ସହ ଆଲୋଚନା କରିଥିବା ବେଳେ ଉକ୍ତ ଧାନ ଉଠାଣ କରିବା ସହିତ ଦିନେ ଦୁଇଦିନ ମଧ୍ୟରେ ମଣ୍ଡି ବନ୍ଦ୍ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି 

ଅଜୟ ସେନାପତି ଙ୍କ ରିପୋର୍ଟ୍  

Related posts

ରାକେଶ ସାହୁଙ୍କ କାହାଣୀ “ଯୁଗେ ଯୁଗେ ନାରୀ ଦିଏ ଅଗ୍ନି ପରୀକ୍ଷା”

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ ଗଳ୍ପ = ଜହ୍ନ ପଖଳା ଚଇତି ସଞ୍ଜ

Sunil Chandra Nayak

Leave a Comment

error: Content is protected !!