ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଧ୍ୟମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ

ମାଧ୍ୟମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ

କାମାକ୍ଷାନଗର-(ମନିସ )20/4/24 //  କାମାକ୍ଷାନଗର ବ୍ଲକ ବାଙ୍କୁଆଳ ଉଚ୍ଚ ବିଦ୍ୟାଳୟ ଠାରେ କାମାକ୍ଷାନଗର ମାଧ୍ୟମିକ ଶିକ୍ଷକ ସଙ୍ଘ ର ସାମ୍ବିଧାନିକ ସମ୍ମିଳନୀ, ଜିଲ୍ଲା ଓଷ୍ଟା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ , ସମ୍ପାଦକ ବିଭୁତି ସାମଲ , କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାସ , ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀରାମ ରାଉତ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଘ ର କାମାକ୍ଷାନଗର ବ୍ଲକ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ।ପୁରାତନ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେବା ସହ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ଶ୍ରୀମତୀ ପ୍ରଭାତୀ ଦେହୁରୀ ସଭାପତି , ସୁରେଶ କୁମାର ବିଶ୍ବାଳ ଓ ପ୍ରବୋଧ କୁମାର ମହାପାତ୍ର ଉପସଭାପତି , ଗଜେନ୍ଦ୍ର କୁମାର ନାୟକ , ସମ୍ପାଦକ , ନନ୍ଦିନୀ ନାୟକ ଓ ଗୋକୁଳାନନ୍ଦ ସାହୁ , ଯୁଗ୍ମ ସମ୍ପାଦକ , ନୃସିଂହ ଚରଣ ମଲ୍ଲିକ , ପ୍ରଦ୍ୟୁତ ମୁମାର ମହାକୁଡ଼ , ରମେଶ ଚନ୍ଦ୍ର ବେହେରା , ଅଞ୍ଜନ କୁମାର ଖୁଣ୍ଟିଆ ଓ ପ୍ରମୋଦ କୁମାର ବାରିକ ଜିଲ୍ଲା ପ୍ରତିନିଧି , ମହେଶ୍ବର ବେହେରା ,ପ୍ରକାଶ ଚନ୍ଦ୍ର ବେହେରା ଓ ରାକେଶ କୁମାର ବେହୁରା ରାଜ୍ୟ ପ୍ରତିନିଧି ରୂପେ ନିର୍ବାଚିତ ହୋଇଥିଲେ । କାମାକ୍ଷାନଗର ଓଷ୍ଟା କିପରି ଗଠନ ମୂଳକ କାର୍ଯ୍ୟ କରିବ ସେ ବିଷୟରେ ପ୍ରାକ୍ତନ ସଭାପତି ପ୍ରିୟବ୍ରତ ପଣ୍ଡା , ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ , ଖଗେଶ୍ବର ବିଶ୍ୱାଳ,ପ୍ରବୋଧ କୁମାର ମହାପାତ୍ର , ନୃସିଂହ ଚରଣ ମଲ୍ଲିକ ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ଉପଦେଷ୍ଟା ବିନୋଦ କୁମାର ସ୍ୱାଇଁ ବିଭିନ୍ନ ପରାମର୍ଶ ଦେଇ ସଙ୍ଘକୁ ମଜଭୁତ କରିବାପାଇଁ ଆହ୍ବାନ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି:ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

Sunil Chandra Nayak

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ

masiha

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

masiha

Leave a Comment

error: Content is protected !!