ମାଧ୍ୟମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ
କାମାକ୍ଷାନଗର-(ମନିସ )20/4/24 // କାମାକ୍ଷାନଗର ବ୍ଲକ ବାଙ୍କୁଆଳ ଉଚ୍ଚ ବିଦ୍ୟାଳୟ ଠାରେ କାମାକ୍ଷାନଗର ମାଧ୍ୟମିକ ଶିକ୍ଷକ ସଙ୍ଘ ର ସାମ୍ବିଧାନିକ ସମ୍ମିଳନୀ, ଜିଲ୍ଲା ଓଷ୍ଟା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ , ସମ୍ପାଦକ ବିଭୁତି ସାମଲ , କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାସ , ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀରାମ ରାଉତ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଘ ର କାମାକ୍ଷାନଗର ବ୍ଲକ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ।ପୁରାତନ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେବା ସହ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ଶ୍ରୀମତୀ ପ୍ରଭାତୀ ଦେହୁରୀ ସଭାପତି , ସୁରେଶ କୁମାର ବିଶ୍ବାଳ ଓ ପ୍ରବୋଧ କୁମାର ମହାପାତ୍ର ଉପସଭାପତି , ଗଜେନ୍ଦ୍ର କୁମାର ନାୟକ , ସମ୍ପାଦକ , ନନ୍ଦିନୀ ନାୟକ ଓ ଗୋକୁଳାନନ୍ଦ ସାହୁ , ଯୁଗ୍ମ ସମ୍ପାଦକ , ନୃସିଂହ ଚରଣ ମଲ୍ଲିକ , ପ୍ରଦ୍ୟୁତ ମୁମାର ମହାକୁଡ଼ , ରମେଶ ଚନ୍ଦ୍ର ବେହେରା , ଅଞ୍ଜନ କୁମାର ଖୁଣ୍ଟିଆ ଓ ପ୍ରମୋଦ କୁମାର ବାରିକ ଜିଲ୍ଲା ପ୍ରତିନିଧି , ମହେଶ୍ବର ବେହେରା ,ପ୍ରକାଶ ଚନ୍ଦ୍ର ବେହେରା ଓ ରାକେଶ କୁମାର ବେହୁରା ରାଜ୍ୟ ପ୍ରତିନିଧି ରୂପେ ନିର୍ବାଚିତ ହୋଇଥିଲେ । କାମାକ୍ଷାନଗର ଓଷ୍ଟା କିପରି ଗଠନ ମୂଳକ କାର୍ଯ୍ୟ କରିବ ସେ ବିଷୟରେ ପ୍ରାକ୍ତନ ସଭାପତି ପ୍ରିୟବ୍ରତ ପଣ୍ଡା , ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ , ଖଗେଶ୍ବର ବିଶ୍ୱାଳ,ପ୍ରବୋଧ କୁମାର ମହାପାତ୍ର , ନୃସିଂହ ଚରଣ ମଲ୍ଲିକ ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ଉପଦେଷ୍ଟା ବିନୋଦ କୁମାର ସ୍ୱାଇଁ ବିଭିନ୍ନ ପରାମର୍ଶ ଦେଇ ସଙ୍ଘକୁ ମଜଭୁତ କରିବାପାଇଁ ଆହ୍ବାନ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।