ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜୁନାଗଡ଼ ,୯//୨) କଳାହାଣ୍ଡି ଜ଼ିଲ୍ଲା ର ସର୍ବପୁରାତନ ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭା ରେ ଜୁନାଗଡ଼ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନ. ଏ. ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସହ ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଜୁନାଗଡ଼ ଵି. ଇ. ଓ ତପନ ମାଝୀ,ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ କୁବଳେଶ୍ୱର ପାଣିଗ୍ରାହୀ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ(ଗବେଷକ, ଶିଶୁ ସାହିତ୍ୟ ଓ ସଂସ୍କୃତି ),ବିରୁପାକ୍ଷ ନାଏକ (ସ୍କୁଲ ପରିଚାଳନା କମିଟି ସଭାପତି ), ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼,ପୁରାତନ ଛାତ୍ର ଲଳିତ ଅଗ୍ରୱାଲ,ଜାନକୀ ବଲ୍ଳଭ ଦାଶ (ପୁରାତନ ଛାତ୍ର ଆମେରିକା ରେ ଅବସ୍ଥାପିତ ) ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ିବା ସହ ସୁନାଗରିକ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ l ଏହି ଅବସରରେ ଶିଶୁ ସାହିତ୍ୟ ରେ ଗବେଷଣା କରି ଜାତୀୟ ସ୍ତର ରେ ପୁରସ୍କୃତ ହୋଇଥିବା ଏହି ଅନୁଷ୍ଠାନ ର ପୁରାତନ ଶିକ୍ଷକ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ, ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନ ର ସଭାପତି ସନ୍ତୋଷ କୁମାର ସିଂହ ଦେଓ, ଶିକ୍ଷକ ମଳୟ କୁମାର ମୁଣ୍ଡ, ସୁଧୀର ବେହେରା, ପୁରୁଷୋତ୍ତମ ନାଏକ, ଲକ୍ଷ୍ମୀକାନ୍ତ ପଣ୍ଡା, ସୁଧାଂଶୁ ପଣ୍ଡା, ମହେନ୍ଦ୍ର ପଣ୍ଡା, ସୁରେଶ ଦାଶ ପ୍ରମୁଖ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ସୁଧୀର ବେହେରା ଓ ମଳୟ ମୁଣ୍ଡ ପରିଚାଳନା କରିଥିଲେ l ସଭା ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଞ୍ଜନା ଶୁକ୍ଲା, ଚୁମନ ଦାଶ ନାଏକ, ବିଭୁ ପ୍ରସାଦ ପଣ୍ଡା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଦ୍ୟାଳୟ ର ଏନ. ସି. ସି ଶିକ୍ଷକ ସଂଜୀବ ପଣ୍ଡା ଙ୍କ ଦ୍ୱାରା ଏନ. ସି. ସି କ୍ୟାଡେଟ ମୁତୟନ କରାଯାଇଥିଲା ।ଏହି ଉତ୍ସବରେ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଅଭିଭାବକ ଓ ସହରବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରକ୍ତଦାନ ଶିବିର ଆୟୋଜିତ 

masiha

Educationalist Professor Dr. Kalimulla is honored.

Sunil Chandra Nayak

ଜାରିଙ୍ଗ ନବମ ଆଇ ଆର ବି ପରିସରରେ ୮୯ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!