ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ରାଉରକେଲା ଆଇନ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟରେ, କାର୍ଯ୍ୟକାରୀ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ‘ୟୁଥ୍ ପାର୍ଲିଆମେଣ୍ଟ ଅନ ୟୁନିଫର୍ମ ସିଭିଲ କୋର୍ଡ'(ଏକକ ନାଗରିକତା ଉପରେ ଯୁବ ସଂସଦ)ବିଷୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରଯାଇଥିଲା। ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମାନ ଆଚାର ସଂହିତାର ବିଶେଷତା ଉପରେ ଆଲୋଚନା କରିଥିଲେ । ଉତ୍ତରାଖଣ୍ଡ ରେ ଏକକ ନାଗରିକତା କୁ ନେଇ ବିବାଦ, ବ୍ୟକ୍ତିଗତ ଆଇନ, ବିବାହିତ ମହିଳା ମାନଙ୍କ ସମ୍ପତ୍ତି ଉପରେ ଅଧିକାର, ବହୁପତ୍ନୀ ପ୍ରଥା, ତିନି ତଲାଖ ଏବଂ ଆଇନ ଆଗରେ ସମାନତା ଯେଉଁଥିରେ କିନ୍ନର ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନେ ସପକ୍ଷ ଏବଂ ବିପକ୍ଷ ଉପରେ ସବିଶେଷ ଆଲୋଚନା କରିଥିଲେ। ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ତଥା କର୍ମଚାରୀ ମାନେ ଉପସ୍ଥିତ ଥାଇ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶିକ୍ଷକ ସାରଙ୍ଗ ବହିଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନୀଳକଣ୍ଠ ଦାସ ଜୟନ୍ତୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!