ନବରଙ୍ଗପୁର ୧୧/୮ (ମସିହା)୭୭ ତମେ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସ୍କୁଲ ଓ କଲେଜ୍ ସ୍ତର ରେ ବିଭିନ୍ନ ପ୍ରତିଯୋଗିତା ମାନ ଜାରି ରହିଛି । ଏହି ଅବସର ରେ ଉମରକୋଟ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ହେଲ୍ପ ଲାଇନ” ର ସଭା ଗୃହ ଠାରେ ଏକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡିଶା ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ତଥା ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବରିଷ୍ଟ ସଦସ୍ୟ ତଥା ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଏହି ପ୍ରତିଯୋଗିତାରେ ଉମରକୋଟ ପୌରାଞ୍ଚଳ ର ମୋଟ ୨୫ ଟି ବିଦ୍ୟାଳୟ ରୁ ୭୬ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଆଜିର ଏହି ପ୍ରତିଯୋଗିତାରେ ଉମରକୋଟ ପେଣ୍ଡ୍ରlଣୀ ମହାବିଦ୍ୟାଳୟ ଅଧ୍ୟାପକ ସମୀର ମହାନ୍ତି, ଏସିଆନ୍ ହାଡୱେର ର ପରିଚାଳନା ନିର୍ଦ୍ଦେଶିକା ରିତା ବୈରାଗୀ ଓ ଶିକ୍ଷୟତ୍ରୀ ଦମୟନ୍ତୀ ଗଣ୍ଡ ବିଚାରକ ମଣ୍ଡଳୀ ଭାବରେ ଉପନୀତ ହୋଇଥିଲେ । ଏହି ପ୍ରତିଯୋଗିତା ରେ ବରିଷ୍ଟ, କନିଷ୍ଠ ଓ ଉପ କନିଷ୍ଟ ବିଭାଗ ରେ ଯଥାକ୍ରମେ ନୀଳତୋପଳା ପଣ୍ଡା, ଟୁଟୁ ସାନ୍ତା ଓ ଆୟାଜ୍ ରାଜା ପ୍ରଥମ, ସମ୍ରାଟ ସାଗର ଦାସ , ପ୍ରଜ୍ଞା ପଟ୍ଟନାୟକ ଓ ସାଇକୃତି ପଣ୍ଡା ଦ୍ଵିତୀୟ ଏବଂ ସବିତା ଭତ୍ରା, ନୁପୁର ରାୟ ଓ ଅର୍ପିତା ଜେନା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସମସ୍ତ ବିଜେତା ଙ୍କୁ ଆସନ୍ତା ଉପଖଣ୍ଡ ସ୍ତରୀୟ ୭୭ ତ୍ତମ ସ୍ଵାଧୀନତା ଦିବସ ପାଳନ ଅବସର ରେ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ମଲିକ କ୍ରୀଡା ସଂଯୋଜକ ସଲିମ୍ ରାଠୋର, ସଦସ୍ୟ ରବି ସୁନା,ଶାନ୍ତିଲତା ମହାନ୍ତି କୁସୁମ ନାୟକ ଦମୟନ୍ତୀ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଉପସଭାପତି ଇଂ ଚନ୍ଦନା ମଲିକ ମଞ୍ଚ ପରିଚାଳନା କରିଥିଲେ ।
previous post