ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

ସଂସଦର ଇ-ପତ୍ରିକା “ଏବଂ ସୃଜନ” ର ପ୍ରଥମ ସଂଖ୍ୟା ଉନ୍ମୋଚିତ….

ଧର୍ମଗଡ଼ :ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ମହାବିଷୁବ ମିଳନ ମହାସମାରୋହର ସହିତ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ “ସାହିତ୍ୟରେ ଆଧ୍ୟାତ୍ମିକତା ଓ ସଂସ୍କୃତି” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ସଂସଦର ସଭାପତି ଲିଙ୍ଗରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁ-ସାହିତ୍ୟିକ ତଥା ଵିଶିଷ୍ଟ ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ ଯୋଗ ଦେଇଥିବା ବେଳେ, ମୂଳ ବକ୍ତବ୍ୟ ରଖିଥିଲେ ସୁ-ସାହିତ୍ୟିକ ତଥା ଵିଶିଷ୍ଟ କବି ପ୍ରଫେସର ସତ୍ୟ ପଟ୍ଟନାୟକ।ଵିଶିଷ୍ଟ ନାଟ୍ୟକାର ଓ ଲୋକ ସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ ସମାଜସେବୀ ଆଚାର୍ଯ୍ଯ ହୃଷିକେଶ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ। ପ୍ରଥମ ଅଧିବେଶନରରେ ଗୋବିନ୍ଦ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ମଞ୍ଚ କାର୍ଯ୍ଯକ୍ରମ ସଞ୍ଚାଳନ କରିଥିଲେ।ଏହି ଅବସରରେ ସଂସଦର ଇ-ପତ୍ରିକା “ଏବଂ ସୃଜନ” ର ପ୍ରଥମ ସଂଖ୍ୟା ଓ ପରମେଶ୍ୱର ମୁଣ୍ଡଙ୍କ “ପ୍ରାକୃତ ଭାଷା ବିଜ୍ଞାନ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରିଶେଷରେ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ସମାରୋହର ଦ୍ବିତୀୟ ପର୍ଯ୍ୟାୟରେ ନିମନ୍ତ୍ରିତ କବିଙ୍କୁ ନେଇ ଆୟୋଜିତ ହୋଇଥିଲା ଏକ କବିତା ପାଠୋତ୍ସବ। ମୁଖ୍ୟ ଅତିଥି ଭାବେ ପ୍ରଫେସର ସତ୍ୟ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କବି ସୁଧୀର ମେହେର, ଲଳିତ ସୁନାରୀ, ଜୟଦ୍ରଥ ସୁନା ଓ ସୁରେଶ ନାଗ ମଞ୍ଚାସୀନ ଥିଲେ। କବିତା ଗୁଡିକୁ ସଂଯୋଜନା କରିଥିଲେ କବି ଅର୍ଜୁନ ଗୋପାଳ, ଚିନ୍ମୟ ପଣ୍ଡା ଓ ରାଜେନ୍ଦ୍ର ଦୂରିଆ। କବି ରମାକାନ୍ତ ରଥ, ରବି ସିଂ, ଜୟନ୍ତ ମହାପାତ୍ର ଓ ରାଜକିଶୋର ପଣ୍ଡାଙ୍କ କାଳଜୟୀ କବିତା ପାଠ ପରେ କବି ପ୍ରେମଲାଲ ବାଗ, ପଲ୍ଲବୀ ଦାସ, କୁଞ୍ଜ ବିହାରୀ ପଟେଲ୍,କୁମୁଦିନୀ ଘି ପ୍ରମୁଖ ନିମନ୍ତ୍ରିତ କବିମାନଙ୍କ ଦ୍ୱାରା କବିତା ପାଠ ହୋଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ମୋହନ ଚରଣ ବିଷି। ସଂସଦର ସମ୍ପାଦକ ରାଜେଶ କୁମାର ମୁଣ୍ଡ, ସଞ୍ଜୀବ କୁମାର ମୁଣ୍ଡ, ସମ୍ବିତ ପାତ୍ର, ଦେବାଶିଷ ନାଏକ, ମମତା ପଟ୍ଟନାୟକ, ପ୍ରିୟ ରଞ୍ଜନ ମୁଣ୍ଡ୍ , ଲକ୍ଷପତି ନାଏକ , ଚନ୍ଦନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମସିହା ବ୍ୟୁରୋ ରିପୋର୍ଟ….

Related posts

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

masiha

ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Sunil Chandra Nayak

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!