ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜୀବନ ପାଇଁ ଗଛଟିଏ” କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶାଳ ଗୋଷ୍ଠିଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ଗ୍ରାପ ବଡ଼ଟିକ୍ରାଗୁଡା ଝିକିପଡ଼ା ଗ୍ରାମ ଠାରେ କଳାହାଣ୍ଡିର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶାଳ ଏକ ଗୋଷ୍ଠିଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ “ଜୀବନ ପାଇଁ ଗଛଟିଏ” ଅନୁଷ୍ଠିତ ହୋଇ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବ ରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା ,ଜୁନାଗଡ଼ ଦକ୍ଷିଣ ବନଖଣ୍ଡ ବିଭାଗ ରେଞ୍ଜର ଶ୍ରୀ ସୀମାଞ୍ଚଳ ମିଶ୍ର, ବୁଢ଼ୀଦର ସରପଞ୍ଚ ଶ୍ରୀ ଜାଜ୍ଞସେନି ପଣ୍ଡା,ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀ ଦେବେନ୍ଦ୍ର ପଟେଲ କର୍ତ୍ତବ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ ପଟ୍ଟନାୟକ ମାଟଗାଁ ସରପଞ୍ଚ ,ଗୌଡ଼ ଛେଣ୍ଡିଆ ସରପଞ୍ଚ,ରାଜପୁର ସରପଞ୍ଚ,ମୁଡରାଗୁଡା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ଟିକୁ କର୍ତ୍ତବ୍ୟ ପ୍ରୋଜେକ୍ଟ କୋରଡିନେଟର ର ଶ୍ରୀ ନିରାକାର ଦଣ୍ଡସେନା, ଦିବ୍ୟ,ପ୍ର୍ରଦ୍ୟୁମ୍ନ ,ସୁଧୀର,ରବୀନ୍ଦ୍ର,ଯୁଗେଶ୍ୱର, ରବୀନ୍ଦ୍ର,ସଦାନନ୍ଦ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ପାହାଡ଼ ଠାରେ ଗ୍ରାମର ମହିଳା,ଯୁବଗୋଷ୍ଠୀ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗ ଦ୍ୱାରା ୩୦୦୦ ଗଛ ବୃକ୍ଷରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମହୋଦୟ ତଥା ଅନ୍ୟାନ୍ୟ ମଞ୍ଚାସିନ ଅତିଥି ମାନେ କିଭଳି ଭାବରେ ବର୍ତ୍ତମାନ ସମୟରେ ହେଉଥିବା ବିଶ୍ୱ ତାପାୟନ ର ମୁଖ୍ୟକାରଣ ହେଲା ଜଙ୍ଗଲ ହ୍ରାସ ଓ ପରିବେଶ ପ୍ରଦୂଷଣ ଏହାକୁ କିପରି ରୋକାଯାଇ ପାରିବ ଏଥିପାଇଁ ଆମ ସମସ୍ତଙ୍କୁ ସଜାଗ ହୋଇ ନିଜ ଘରେ ଘରେ ତଥା ବିଭିନ୍ନ ଗୋଷ୍ଠୀଗତ ସ୍ଥାନ ମାନଙ୍କ ରେ ଵ୍ୟାପକ ବୃକ୍ଷରୋପଣ କରି ନିଜେ ନିଜେ ସେହି ବୃକ୍ଷ ର ଯତ୍ନ ନେବା ପାଇଁ ସମସ୍ତେ ସଜାଗ ହେବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରସିଦ୍ଧ ଘୁମୁରା ଗାୟକ ଶ୍ରୀ ମାର୍କଣ୍ଡ ନାଏକଙ୍କ ଦ୍ଵାରା ଏକ ବୃକ୍ଷରୋପଣ ସଚତନତା ଉପରେ ଏକ ଗୀତ ପରିବେଷଣ କରି ଲୋକଙ୍କୁ ସଚେତନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଧୁସୂଦନ ଦାସ ଓଡ଼ିଆ ସମାଜ ତଥା ଓଡ଼ିଶାର ଗର୍ବ ଓ ଗୌରବ

Sunil Chandra Nayak

ନିର୍ବାଚନ ପୂର୍ବରୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଯାଞ୍ଚ କଡାକଡି

masiha

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

masiha

Leave a Comment

error: Content is protected !!