ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସୀହା ପ୍ରଭାବ : ରେବତୀ ର ଚିକତ୍ସା ପାଇଁ ତତ୍ପରତା ଦେଖାଇଲେ ଜିଲ୍ଲା ଚିକିତ୍ସାଧିକାରୀ

 ତେନ୍ତୁଳିଖୁଣ୍ଟି ୩୦/୦୭/୨୩  //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ଗଙ୍ଗାଧର ଓ ସୁରେଖା କୁମ୍ଭାର ଙ୍କ ଝିଅ ରେବତୀ ର ଚିକିତ୍ସା ପାଇଁ ଅର୍ଥ ବାଧକ ଖବର ପ୍ରକାଶ ପରେ ଆଜି ତତ୍ପରତା ଦେଖାଇଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ । ସି ଡି ଏମ ଓ ଡାକ୍ତର କାଳି ପ୍ରସାଦ ବେହେରା ଆଜି ଜିଲ୍ଲା ଚିକିତ୍ସାଳୟ ର ଏକ ଟିମ ପଠାଇ 108 ଆମ୍ବୁଲାନ୍ସ ଯୋଗେ ରେବତୀ କୁମ୍ଭାର ଙ୍କ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ କୁ ନେଇଛନ୍ତି। ସେଠାରେ ରେବତୀ ର ସ୍ୱାସ୍ଥ୍ୟ ଯାଞ୍ଚ କରା ଯିବ , ଚକ୍ଷୁ ଚିକିତ୍ସା ପାଇଁ ନବରଙ୍ଗପୁର ରେ ଥିବା ଇନ୍ଦ୍ରାବତୀ ଚକ୍ଷୁ ଚିକିତ୍ସାଳୟ କୁ ନିଆଯିବ। ଏଠାରେ ରେବତୀ ର ଚକ୍ଷୁ ଚିକିତ୍ସା ନ ହୋଇ ପାରିଲେ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ବେହେରା କହିଛନ୍ତି।   

ଏବେ ରେବତୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କିଭଳି ସାମିଲ ହୋଇ ପାରିବ ଵିପ୍ପଣୀ ନିରୀକ୍ଷକ ତଥା ବିଡ଼ିଓ କଣ ପଦକ୍ଷେପ ନେଉଛନ୍ତି ଦେଖି ବାକୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲାବିହାରୀ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ

Sunil Chandra Nayak

ଢଉପଦା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!