ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସୀହା ପ୍ରଭାବ : ରେବତୀ ର ଚିକତ୍ସା ପାଇଁ ତତ୍ପରତା ଦେଖାଇଲେ ଜିଲ୍ଲା ଚିକିତ୍ସାଧିକାରୀ

 ତେନ୍ତୁଳିଖୁଣ୍ଟି ୩୦/୦୭/୨୩  //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ଗଙ୍ଗାଧର ଓ ସୁରେଖା କୁମ୍ଭାର ଙ୍କ ଝିଅ ରେବତୀ ର ଚିକିତ୍ସା ପାଇଁ ଅର୍ଥ ବାଧକ ଖବର ପ୍ରକାଶ ପରେ ଆଜି ତତ୍ପରତା ଦେଖାଇଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ । ସି ଡି ଏମ ଓ ଡାକ୍ତର କାଳି ପ୍ରସାଦ ବେହେରା ଆଜି ଜିଲ୍ଲା ଚିକିତ୍ସାଳୟ ର ଏକ ଟିମ ପଠାଇ 108 ଆମ୍ବୁଲାନ୍ସ ଯୋଗେ ରେବତୀ କୁମ୍ଭାର ଙ୍କ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ କୁ ନେଇଛନ୍ତି। ସେଠାରେ ରେବତୀ ର ସ୍ୱାସ୍ଥ୍ୟ ଯାଞ୍ଚ କରା ଯିବ , ଚକ୍ଷୁ ଚିକିତ୍ସା ପାଇଁ ନବରଙ୍ଗପୁର ରେ ଥିବା ଇନ୍ଦ୍ରାବତୀ ଚକ୍ଷୁ ଚିକିତ୍ସାଳୟ କୁ ନିଆଯିବ। ଏଠାରେ ରେବତୀ ର ଚକ୍ଷୁ ଚିକିତ୍ସା ନ ହୋଇ ପାରିଲେ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ବେହେରା କହିଛନ୍ତି।   

ଏବେ ରେବତୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କିଭଳି ସାମିଲ ହୋଇ ପାରିବ ଵିପ୍ପଣୀ ନିରୀକ୍ଷକ ତଥା ବିଡ଼ିଓ କଣ ପଦକ୍ଷେପ ନେଉଛନ୍ତି ଦେଖି ବାକୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

masiha

ବିଧବା ଗୁରୁବାରୀଙ୍କ ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ,ଚାଉଳ ଖାଇ ଦେଲା

masiha

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!