ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ୩ ଗୋଟି ଦାବି ପ୍ରଦାନ

ବନ୍ଧୁଗାଁ ତା,୧୦/୩/୨୩, ବନ୍ଧୁଗାଁ ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ନୂତନ ପେନଶନ ଯୋଜନା ଭୁକ୍ତି ନିୟମ ତିନି ଦଫା ଦାବିକୁ ନେଇ ଆଜି ବନ୍ଧୁଗାଁ ବ୍ଲକର ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରଦାନ କରିଛନ୍ତି I ଏହି ଦାବିରେ  ଉଲ୍ଲେଖ ଅଛି କି (୧). ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା ସହିତ କନିଷ୍ଟ ଶିକ୍ଷକ /ଚୁକ୍ତି ଭିତ୍ତିକ କନିଷ୍ଟ ଶିକ୍ଷକ ମାନିଙ୍କୁ ନିୟମିତ କରିବା ଓ ୨୦୦୧ ମସିହାରେ ନିଯୁକ୍ତି ପାଇଥିବା ସ୍ବେଛାସେବୀ ଶିକ୍ଷା ସହୟକ /ସହାୟକା ମାନଙ୍କର ଠିକା କାର୍ଯ୍ୟକାଳକୁ ହିସାବରେ ନେଇ ବେତନ ବୃଦ୍ଧି ଓ ଅନ୍ୟାନ୍ୟ ସୁଯୋଗ ସୁବିଧା ପ୍ରଦାନ କରିବା I (୨),ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅବିକଳ କେନ୍ଦ୍ର ହାରରେ ମୂଲ୍ୟ ଦରମା ୩୫. ୪୦୦ ପ୍ରଦାନ କରିବା I (୩),ପୁରୁଣା ପେନଶନ ବ୍ୟବସ୍ତା ପ୍ରଚଳନ କରିବା I ଉକ୍ତ ତିନିଗୋଟି ଦାବିପତ୍ର ପ୍ରଦାନ ସମୟରେ ବନ୍ଧୁଗାଁ ବ୍ଲକର ଶିକ୍ଷକ ସଂଘର ସଭାପତି ମନୋଜ କୁମାର ବାଗ,ସମ୍ଫାଦକ ଶ୍ରୀ ଭାବ ଗ୍ରାହି ମୁଦୁଲି,କେ.ପ୍ରତାପ କୁମାର, ସୁଦର୍ସନ ଖରା,ନାରାୟଣ ଡାକୁଆ, ବିଦେଶୀ ବିଷୋଇ,ପ୍ରତାପ କୁମାର ପଣ୍ଡା, ସଂଜୟ କୁମାର ସିଙ୍ଘ, ରୋମାକାନ୍ତ ଖେମୁଣ୍ଡ, କାବେରୀ ଜେନା, ସୌଭାଗ ବିଶ୍ୱାଲ, ଓ ,ନୂତନ ପେନଶନ ଯୋଜନା ଓ ଚୁକ୍ତିଭିତ୍ତିକ କନିଷ୍ଟ ଶିକ୍ଷକ/ଶିକ୍ଷତ୍ରୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଗୋଷ୍ଟି ଶିକ୍ଷକ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେସ ରେ ପ୍ରଦାନ କରିଛନ୍ତି I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

Sunil Chandra Nayak

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ 

masiha

କଟକ ସଦର ମାଟିରେ ଯୁବନେତା ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ “ଗାଁ କୁ ଚାଲ ଅଭିଯାନ”ର ସଫଳ ଯାତ୍ର।

masiha

Leave a Comment

error: Content is protected !!