ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ରେ ଦୁଇ ମୃତ

ବଜ୍ରପାତ ରେ ଦୁଇ ମୃତ

ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଛି।ବଜ୍ରପାତ ରେ ୨ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ମାନେ ହେଲେ ଧଅରପୁର ପଞ୍ଚାୟତ ତେନ୍ତୁଳିପଡା ର ଠଣସୁନ୍ଦର ଗୋପାଳ (୨୬)ଓ କାମନ୍ତ ଚନ୍ଦନ( ୨୫)ବୋଲି ଜଣାପଡ଼ିଛି।ଉଭୟେ ଧଅରପୁର ଗ୍ରାମ କୁ ମିସ୍ତ୍ରୀ କାମ କରି ଫେରୁଥିବା ବେଳେ ହଠାତ କାଳ ବୈଶାଖୀ ତାଣ୍ଡବ ରଚିଥିଲା।ପବନ ଘଡଘଡି ସହ ବର୍ଷା ହେବା ଯୋଗୁ ଗାଁ ନିକଟ ଏକ ପୋଖରୀ ଗଛ ମୂଳରେ ଲୁଚି ରହିଥିଲେ।ଠିକ ଏହି ସମୟରେ ବଜ୍ରପାତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇ ଯାଇଛି।ସ୍ଥାନୀୟ ଲୋକ କୋକସରା ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳ କୁ ଆସି ତଦନ୍ତ ଆରମ୍ଭ କରିଛି।ତେବେ ଉଭୟ ଙ୍କ ମୃତ ଦେହ ପୋଲିସ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତର ଖାନା କୁ ପଠାଇ ଥିବା ସୂଚନା ମିଳିଛି।ସନ୍ଧ୍ୟା ହୋଇଥିବାରୁ ଗୁରୁବାର ଦିନ ଶବ ବ୍ୟବଚ୍ଛେଦ କରାଯିବା କୁ ପୋଲିସ ସୂଚନା ଦେଇଛି।ଉଭୟ ମୃତକ ମାନେ ବିବାହିତ ହୋଇଥିବା ବେଳେ ଗୋଟାଏ ଲେଖାଏଁ ସନ୍ତାନ ଥିବା ଓ ବର୍ତ୍ତମାନ ଉଭୟଙ୍କ ସ୍ତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି।ଉଭୟ ଙ୍କ ମୃତ୍ୟୁ ରେ ଗାଁ ତଥା ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଛି।ଉଭୟ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା କୁ ପଞ୍ଚାୟତ ବାସୀ ଙ୍କ ଦାବି ହେଉଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ସହ ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

masiha

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!